ଧରିତ୍ରୀରେ ଖବର ପ୍ରକାଶ ପରେ ଖାଦ୍ୟ ସୁରକ୍ଷା ଟିମର ତତ୍ପରତା, ହୋଟେଲରେ ଚଢ଼ାଉ କରି…

ଗଞ୍ଜାମ(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଯାଞ୍ଚ ହେଉନି ଖାଦ୍ୟର ମାନ । ଅପମିଶ୍ରିତ ଏବଂ ଭେଜାଲ ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ଗତ ୬ ତାରିଖରେ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା । ତେବେ ଖବର ପ୍ରକାଶ ପାଇବା ପରେ ସହରର ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନ ଓ ଫାଷ୍ଟ ଫୁଡ ଆଦି ଦୋକାନ ଗୁଡିକରେ ଚଢ଼ାଉ କରିଥିଲା ଖାଦ୍ୟ ସୁରକ୍ଷା ଟିମ । ବ୍ରହ୍ମପୁର ସିଡିଏମ ଅଫିସର ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟ କୁମାର ପାଢ଼ୀ, ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆ, ଏମଆଇସି ଜଗତ ଜ୍ୟୋତି ସାମଲ, ସିଓ ଅଞ୍ଜଳି ପାଢ଼ୀ, ଦେବାନନ୍ଦ ପ୍ରଧାନ, ଟିସି ଲକ୍ଷ୍ମୀ ଚରଣ ପାଢ଼ୀ, ଡିଏମଏମ ଶ୍ରୀମନ୍ତ ପାତ୍ର ପ୍ରମୁଖ ଚଢ଼ାଉ ବେଳେ ଉପସ୍ଥିତ ଥିଲେ ।

ବିଭିନ୍ନ ହୋଟେଲରେ ପହଂଚି ଖାଦ୍ୟର ମାନ ଯାଞ୍ଚ କରିବା ସହ ଯେ କୌଣସି ଖାଦ୍ୟରେ କଲର କିମ୍ଵା ରାସାୟନିକ ପଦାର୍ଥ ବ୍ୟବହାର ନକରିବାକୁ ଅଧିକାରୀମାନେ ତାଗିତ କରିଥିଲେ । ଏଥିସହ ହୋଟେଲ କିମ୍ବା ଜଳଖିଆ ଦୋକାନ ଗୁଡିକ ସଫା ଓ ସୁସ୍ଥ ପରିବେଶ ମଧ୍ୟରେ ରଖିବାକୁ ପରାମର୍ଶ ଦେଇଥିଲେ ଫୁଡ ଅଫିସର । ଅନ୍ୟପଟେ ଅଧିକାଂଶ ଫାଷ୍ଟ ଦୋକାନ ଗୁଡିକ ପ୍ରାୟ ସନ୍ଧ୍ୟା ସମୟରେ ଖୋଲୁ ଥିବା ଯୋଗୁଁ ସେମାନଙ୍କ ଯାଞ୍ଚ ହୋଇ ପାରୁ ନାହିଁ । ଏହି ଯାଞ୍ଚ ଧର୍ମକୁ ଆଖି ଠାର ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଉକ୍ତ ଖାଦ୍ୟ ସୁରକ୍ଷା ଟିମ ସନ୍ଧ୍ୟା ସମୟରେ ଆସି ଖାଦ୍ୟର ମାନ ଯାଞ୍ଚ କରି ବାକୁ ଜନସାଧାରଣ ଦାବି କରିଛନ୍ତି ।

ପ୍ରକାଶ ଯୋଗ୍ୟ ଗଞ୍ଜାମ ସହରରେ ହୋଟେଲ ଓ ବିଭିନ୍ନ ଫାଷ୍ଟ ଫୁଡ ଦୋକାନ ଗୁଡିକରେ ବିଭିନ୍ନ ଅପମିଶ୍ରିତ ଜିନିଷ ତେଲ ଓ ରାସାୟନିକ ରଙ୍ଗ ମିଶ୍ରଣ ସହ ଭେଜାଲ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଅଧିକ ସ୍ୱାଦିଷ୍ଟ ଓ ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ଦୋକାନୀମାନେ ଏହିଭଳି କରୁଥିବା ସହରରେ ଚର୍ଚ୍ଚା ହେଉଛି । ହୋଟେଲ କିମ୍ଵା ଫାଷ୍ଟ ଫୁଡ ଓ ଜଳଖିଆ ଦୋକାନ ଗୁଡିକରେ ତିଆରି ହେବା ପରେ ଖାଦ୍ୟ ସାମଗ୍ରୀକୁ ଘୋଡା ଯାଉନଥିବା ଯୋଗୁଁ ବିଭିନ୍ନ ସମୟରେ ଉକ୍ତ ଖାଦ୍ୟ ପଦାର୍ଥରେ ମଶା ମାଛି ବସୁଛନ୍ତି । ଏଥିସହ ରାସ୍ତା କଡ଼ ଉଠା ଦୋକାନୀ ରାସ୍ତା ଦେଇ ଯାଉଥିବା ଗାଡି ଧୂଆଁ ଓ ଧୂଳି ମଳି ଖାଦ୍ୟରେ ଲାଗୁଛି । ଉକ୍ତ ଖାଦ୍ୟକୁ ଖାଇବା ଦ୍ୱାରା ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି ।

ବାରମ୍ବାର ସେହି ତେଲରେ ବିଭିନ୍ନ ଖାଦ୍ୟ ଛଣା ଯାଉଛି । ଶୀତ ଦିନ ଫାଷ୍ଟଫୁଡ ପାଇଁ ଭିଡ ଜମୁଥିବା ବେଳେ ଏଥିପାଇଁ କିଛି ଉଠା ଦୋକାନ ଗୁଡିକରେ ଜନଗହଳି ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି । କୌଣସି ଲୋକ ଏନେଇ ଅଭିଯୋଗ କଲେ ଇଛା ହେଲେ ଖାଅ ନହେଲେ ଯାଅ କାହାକୁ କହୁଛ କୁହ ବୋଲି ଧମକ ମିଳୁଥିବା ଜଣେ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ରକ୍ତରେ ହୋଲି : ଛୁରି ଭୁସିି

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କ ରକ୍ତରେ ହୋଲି ଖେଳିଲେ ସ୍ବାମୀ। ହୋଲିରେ ସ୍ତ୍ରୀଙ୍କୁ ଛୁରି ଭୁସିି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ…

୧,୯୯,୭୦,୦୦,୦୦,୦୦,୦୦୦ ଆମେରିକାର ଯୁଦ୍ଧର ଖର୍ଚ୍ଚ, ଟ୍ରମ୍ପ କହିଲେ ଏତିକି ଦିନ ଯାଏ ଚାଲିବ ଯୁଦ୍ଧ

ଓ୍ବାଶିଂଟନ୍‌,୪।୩: ଆମେରିକା ପୁଣି ଥରେ ଯୁଦ୍ଧରେ ଜଡିତ। ଜୀବନ ଏବଂ ସମ୍ପତ୍ତି କ୍ଷତି ସହିତ, ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି। ରିପୋର୍ଟଗୁଡ଼ିକ ସୂଚିତ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

ଜୀବନର ରଙ୍ଗ ଛଡେଇନେଲା ଦନ୍ତା ହାତୀ:  ଯୁବକଙ୍କ ମୃତ୍ୟୁ

ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି…

ଟ୍ରକକୁ ପିଟିଲା ଟ୍ରକ: ଦୁଇ ଡ୍ରାଇଭର ଗୁରୁତର

 ବାଲେଶ୍ୱର,୪।୩( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ୍‌।…

ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ବର୍ଷା ହେଲେ କାହାକୁ ମିଳିବ ଫାଇନାଲ ଟିକେଟ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୪।୩: ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ର ପ୍ରଥମ ସେମିଫାଇନାଲ ମାର୍ଚ୍ଚ ୪ ତାରିଖରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ…

ଭାରତ ପାଖେ କେତେ ଦିନ ପାଇଁ ଗଚ୍ଛିତ ଅଛି ଅଶୋଧିତ ତୈଳ, ସରିଗଲେ କ’ଣ ପ୍ରଭାବ ପଡିବ, ଜାଣନ୍ତୁ…

ନୂଆଦିଲ୍ଲୀ,୪।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ବଜାର ଅସ୍ଥିରତା ଅନୁଭବ କରୁଛି। ଯୁଦ୍ଧର ପ୍ରଭାବ କେବଳ ଅଶୋଧିତ ତୈଳ ଏବଂ ଶେୟାର…

ମା’ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ, ଏକତ୍ରିତ ହୋଇ ପୂଜାର୍ଚ୍ଚନା କଲେ ଲୋକେ

ଲୋଇସିଂହା,୪।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୁହୁରାପାଲି ମା’ ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମର ଡୁମାଲ ସମ୍ପ୍ରଦାୟର ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri