ଖାଦ୍ୟ ସୁରକ୍ଷା କମିଟିର ବିଭିନ୍ନ ହୋଟେଲରେ ଚଢ଼ାଉ, ଖାଦ୍ୟର ମାନ ଯାଞ୍ଚ

ଧର୍ମଶାଳା,୧୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁରରେ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବାରୁ ଦୂଷିତ ଖାଦ୍ୟ ଓ ପାଣି ପାଇଁ ଏହି ରୋଗ ବ୍ୟାପୁଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଯାହାକୁ ନେଇ ସ୍ବାସ୍ଥ୍ୟ ସଚିବ ଓ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଖାଦ୍ୟ ସୁରକ୍ଷା କମିଟି ପକ୍ଷରୁ ଶୁକ୍ରବାର ଧର୍ମଶାଳା ଅଞ୍ଚଳର ବିଭିନ୍ନ ହୋଟେଲ ଓ ଢାବାରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ଓ ପିଇବା ପାଣିର ନମୁନା ସଂଗ୍ରହ କରାଯାଉଛି। ଅନେକ ହୋଟେଲରେ ଥିବା ବାସି ଖାଦ୍ୟକୁ ନଷ୍ଟ ମଧ୍ୟ କରାଯାଇଛି। ଝାଡ଼ାବାନ୍ତି ଆକ୍ରାନ୍ତ ଅଞ୍ଚଳରେ ଗତକାଲିଠାରୁ ଖାଦ୍ୟ ସୁରକ୍ଷା କମିଟି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି ବୋଲି ଯାଜପୁର ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି।

Share