ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର ପ୍ରଥମ ସପ୍ତାହରେ ଆୟୋଜିତ ହୋଇଥିବା ଆର୍‌ବିଆଇର ମୁଦ୍ରାନୀତି କମିଟି ବୈଠକର ସାରାଂଶରେ ଏପରି ମତ ପ୍ରକାଶ ପାଇଛି । ଶୁକ୍ରବାର ଆର୍‌ବିଆଇର ଏମ୍‌ପିସି ବୈଠକର ସାରାଂଶ ପ୍ରକାଶ ପାଇଲା। ବୈଠକରେ ସଦସ୍ୟମାନେ ମୁଦ୍ରାନୀତି ସମ୍ପର୍କରେ ଆର୍‌ବିଆଇର ବର୍ତ୍ତମାନର ଆଭିମୁଖ୍ୟ ଉପରେ ଆଶାବାଦୀ ଅଛନ୍ତି। ମାତ୍ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତି ପାଇଁ ଚିନ୍ତିତ ଅଛନ୍ତି। ଏମ୍‌ପିସି ସଦସ୍ୟ ମାଇକେଲ ଦେବବ୍ରତ ପାତ୍ର କହିଛନ୍ତି, ବର୍ତ୍ତମାନର ମୁଦ୍ରାସ୍ଫୀତିର ପ୍ରଭାବ ଏବଂ ଖାଦ୍ୟ ମୁଦ୍ରାସ୍ଫୀତି ହାରର ପ୍ରଭାବ ବିଷୟରେ ତଥ୍ୟ ଯଥେଷ୍ଟ ଯେ ଖାଦ୍ୟ ମୁଦ୍ରାସ୍ଫୀତିର ଆଶଙ୍କା ରହିଛି। ମେ ୨୦୨୪ ସୁଦ୍ଧା ଖାଦ୍ୟ ମୂଲ୍ୟ ବୃଦ୍ଧି ହେବା ସମ୍ଭାବନା ସୃଷ୍ଟିି କରୁଛି। ସେ ଦର୍ଶାଇଛନ୍ତି, ବିଶ୍ୱରେ ଖାଦ୍ୟ ମୂଲ୍ୟ ବୃଦ୍ଧି ଏବଂ ଅନ୍ୟାନ୍ୟ କାରଣ ହେତୁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ହାର ୨ରୁ ୬ ପ୍ରତିଶତ ଟଲେରାନ୍ସ ବ୍ୟାଣ୍ଡରେ ରହିବ। ତାଙ୍କ କହିବାନୁସାରେ, ବର୍ତ୍ତମାନ ନୀତିଗତ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ପାଇଁ ଉପଯୁକ୍ତ ସମୟ ନୁହେଁ। ଆର୍‌ବିଆଇ ଗଭନର୍ର୍ର ଶକ୍ତିକାନ୍ତ ଦାସ କହିଛନ୍ତି, ୨୦୨୪-୨୫ରେ ମୁଦ୍ରାସ୍ଫୀତି ହାର ୪.୫%କୁ ଖସିପାରେ ବୋଲି ଆକଳନ କରାଯାଇଛି। ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି, ଗ୍ରାହକଙ୍କ ଆତ୍ମବିଶ୍ୱାସ ବୃଦ୍ଧି, ବ୍ୟକ୍ତିଗତ ବ୍ୟବହାରରେ ବୃଦ୍ଧି ଏବଂ ଅନ୍ୟାନ୍ୟ କାରଣରୁ ଆର୍‌ବିଆଇ ଗଭର୍ନର ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ନେଇ ଆଶାବାଦୀ ଅଛନ୍ତି। ମୁଦ୍ରାସ୍ଫୀତି ହାର ହ୍ରାସ କରିବାକୁ ଗତ ୨ ବର୍ଷ ମଧ୍ୟରେ ହୋଇଥିବା ଲାଭକୁ ବଜାୟ ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମୁଦ୍ରାସ୍ଫୀତି ହାରକୁ ୪ ପ୍ରତିଶତକୁ ଆଣିବା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେବେ ଆର୍‌ପିଓ ଏମ୍‌ପିସିର ଅନ୍ୟ ଜଣେ ସଦସ୍ୟ ଜୟନ୍ତ ବର୍ମା ରେପୋ ରେଟକୁ ୨୫ ଆଧାର ପଏଣ୍ଟ ହ୍ରାସ କରିବାକୁ ମତ ଦେଇଛନ୍ତି। ତେବେ ଆର୍‌ବିଆଇର ଏମ୍‌ପିସି ବୈଠକ ପରେ ଅନେକ ପରିବର୍ତ୍ତନ ହୋଇଛି। ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରେ ବିଶ୍ୱବ୍ୟାପୀ ଉତ୍ତେଜନା ବୃଦ୍ଧି ପାଇଛି। ଅଶୋଧିତ ତୈଳ ସମେତ ଅନ୍ୟାନ୍ୟ ଦ୍ରବ୍ୟର ମୂଲ୍ୟରେ ବୃଦ୍ଧି ଘଟୁଛି, ଯେଉଁ କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ବିପଦ ରହିଛି ଏବଂ ଷ୍ଟକ୍‌ ମାର୍କେଟରେ କ୍ରମାଗତ ହ୍ରାସ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri