Posted inଫୁରସତ

ଲୋକନୃତ୍ୟ ବଜାସାଲ୍‌

କାହିଁ କେଉଁ କାଳରୁ ଲୋକନୃତ୍ୟର ସୃଷ୍ଟି। ତେବେ ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟର ଉତ୍ପତ୍ତି ପଛରେ କିଛି ଲୋକକାହାଣୀ ଯୋଡ଼ିହୋଇ ରହିଛି। କିନ୍ତୁ ସମୟକ୍ରମେ କେତେକ ପାରମ୍ପରିକ ଲୋକନୃତ୍ୟରେ କିଛି ପରିବର୍ତ୍ତନ ଘଟିଥିବା ବେଳେ ପୁଣି କେତେକ ଲୋକକଳା ଏବେ ବିଲୁପ୍ତପ୍ରାୟ। ତେବେ ବିଳମ୍ବ ହେଲେ ବି ବିଭିନ୍ନ ଲୋକକଳାର ପୁନରୁଦ୍ଧାର ପାଇଁ ସରକାରୀସ୍ତରରେ କେତେକ ପଦକ୍ଷେପ ନିଆଯାଇଛି । ଯେମିତି କି ୨୦୨୧ ଗଣତନ୍ତ୍ରଦିବସ ଅବସରରେ ଦିଲ୍ଲୀ ରାଜପଥରେ ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ ବଜାସାଲକୁ ପରିବେଷଣ କରାଯାଇଥିଲା, ଯାହାକି ଏହି ଲୋକକଳା ସାରା ଦେଶରେ ନିଆରା ପରିଚୟ ସୃଷ୍ଟି କରିପାରିଛି। ତେବେ ଓଡ଼ିଶାର କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭବାନୀପାଟଣା ଗାଁରେ ୨୦୦୦ମସିହାରେ ପ୍ରାୟ ୬୦ଜଣ କଳାକାରଙ୍କୁ ନେଇ ଗଢ଼ିଉଠିଥିଲା ପ୍ରତିଭା ନାମକ ଏକ ଅନୁଷ୍ଠାନ। ଏହି ଅନୁଷ୍ଠାନର ସଭାପତି ଧ୍ୟାନନନ୍ଦ ପଣ୍ଡା କୁହନ୍ତି-ବଜାସାଲ ହେଉଛି କଳାହାଣ୍ଡି ଜିଲାର ଏକ ଜନଜାତି ସମୂହଙ୍କ ଭିନ୍ନ ଏକ ପାରମ୍ପରିକ ଲୋକନୃତ୍ୟ। ବିଶେଷକରି ଏହି ଜିଲାରେ ହିଁ ବଜାସାଲ ଲୋକନୃତ୍ୟ ଦେଖିବାକୁ ମିଳେ। ବିଭିନ୍ନ ପର୍ବପର୍ବାଣି ଓ ବିବାହ ଆଦି ସାଂସ୍କୃତିକ କାଯର୍‌ୟକ୍ରମରେ ବଜାସାଲ ଲୋକନୃତ୍ୟ ପରିବେଷଣ କରାଯାଉଥିବାର ଦେଖିବାକୁ ମିଳେ। ବଜାସାଲ ଲୋକନୃତ୍ୟ ପରିବେଷଣ ବେଳେ କଳାକାରମାନେ ଏକ ନିର୍ଦ୍ଦିଷ୍ଟ ଧରଣର ସ୍ବଦେଶୀ ହାବସପୁରୀ ଶାଢ଼ିକୁ ପିନ୍ଧି ଥାନ୍ତି। ସେହିପରି କଳାକାରମାନେ ଅଣ୍ଟାରେ ଗୁନ୍‌ଚି, ହାତରେ ପତ୍ରିୟା ବନ୍ଦ୍ରିୟା ଓ ମୁଣ୍ଡରେ ପାନପତ୍ରୀ ପରିଧାନ କରିଥାନ୍ତି। ବଜାସାଲର କଳାକାରମାନେ ଦଳଗତଭାବେ ପାରମ୍ପରିକ ବାଦ୍ୟ ଓ ଲୋକନୃତ୍ୟରେ ଏକ ନିଆରା ପରିବେଶ ସୃଷ୍ଟି କରିଥାନ୍ତି, ଯାହାକୁ କି କଳାହାଣ୍ଡି ଜିଲାର ଏକ ଆଞ୍ଚଳିକ ପାରମ୍ପରିକ ଲୋକନୃତ୍ୟ ବୋଲି କୁହାଯାଏ। ଏଥିରେ ବ୍ୟବହୃତ ବାଦ୍ୟଯନ୍ତ୍ର ମଧ୍ୟରେ ଢୋଲ, ନିଶାନ, ତାସା, ଝାଞ୍ଜ ଓ ମହୁରି ଆଦି ବାଦ୍ୟକୁ ବ୍ୟବହାର କରାଯାଇଥାଏ। ଦିନ ହେଉ କି ରାତି ସବୁ ସମୟରେ ଏହି ଲୋକନୃତ୍ୟକୁ ଏହି ଦଳର କଳାକାରମାନେ ପରିବେଷଣ କରିଥାନ୍ତି। କିନ୍ତୁ ଏହି ଲୋକନୃତ୍ୟ ପରିବେଷଣ ବେଳେ ଏଥିରେ ସାମିଲଥିବା କଳାକାରମାନେ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେତାଳେ- ନିଆଲି ମଲ୍ଲୀର କାଏଁ ଚଲନ, ନିତି ଦେଖା ଦରପନ ଆଦି ଗୀତ ଗାଇ ଗାଇ ଝୁମିଥାନ୍ତି। ଘୁମୁରା ଗ୍ରୁପର ଗୁରୁ ରାମପ୍ରସାଦ ନାୟକ କୁହନ୍ତି, ଆମ ଘର ପ୍ରାଙ୍ଗଣରେ ପ୍ରଥମେ ପ୍ରତିଭା ଅନୁଷ୍ଠାନର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ କେତେଜଣ ଯୁବତୀଯୁବକଙ୍କୁ ନେଇ ବଜାସାଲ ଲୋକନୃତ୍ୟ ଅଭ୍ୟାସ କରାଯାଇଥିଲା। ଗୋଟିଏ ଦଳରେ ପ୍ରାୟ ୧୬ଜଣ ଲେଖାଏଁ କଳାକାର ରହିଥାନ୍ତି। ଏମାନେ ପ୍ରାୟ ଘଣ୍ଟାଘଣ୍ଟା ଧରି ବାଦ୍ୟର ତାଳେତାଳେ ନୃତ୍ୟ ପରିବେଷଣ କରିଥାନ୍ତି। ବିଶେଷକରି ବିଭିନ୍ନ ମାଙ୍ଗଳିକ, ଆଧାତ୍ମିକ, ସାଂସ୍କୃତିକ ଏବଂ ବିବାହ ଆଦିକାଯ୍ୟରେ ଏହି ଲୋକନୃତ୍ୟକୁ ପରିବେଷଣ କରାଯାଇଥାଏ। କିନ୍ତୁ ସମୟକ୍ରମେ ଏହି ବଜାସାଲର କଳାକାରମାନେ ଭୁବନେଶ୍ୱର, ବଳାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, କେନ୍ଦୁଝର, ବାରିପଦା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ସୁନ୍ଦରଗଡ଼, କୋରାପୁଟ ଆଦି ଜିଲା ଓ ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ଉତ୍ସବ, ମହୋତ୍ସବରେ ଏହି ବଜାସାଲ ଲୋକନୃତ୍ୟକୁ ପରିବେଷଣ କରିଛନ୍ତି। ଜାତୀୟସ୍ତରରେ ଦିଲ୍ଲୀ, ବମ୍ବେ, କଲିକତା, ନାସିକ, ସୁରଟ, କାନପୁର, ଲୁଧିଆନା, ବାଙ୍ଗାଲୋର, ଗୋଆ, ହାଇଦ୍ରାବାଦ, ରାଇପୁର, ଗୁଆହାଟୀ, ସିଲଂ, ଇମ୍ଫାଲ, ଗ୍ୟାଙ୍ଗଟକ ଆଦି ରାଜ୍ୟ ବାହାରର ବିଭିନ୍ନ ସହରରେ ଓଡ଼ିଶାର ଏହି ପାରମ୍ପରିକ ଲୋକନୃତ୍ୟକୁ ପରିବେଷଣ କରିସାରିଲେଣି। ସେହିପରି ଅନ୍ତର୍ଜାତୀୟସ୍ତରରେ ଲଣ୍ଡନ ଓ ଇଣ୍ଡୋନେସିଆରେ ଏହି ଲୋକନୃତ୍ୟକୁ ପରିବେଷଣ କରିଛନ୍ତି। ୨୦୧୨ମସିହାରେ ବାଙ୍ଗାଲୋରଠାରେ ଆୟୋଜିତ ଜାତୀୟ ଯୁବ ଉତ୍ସବ ଲୋକନୃତ୍ୟ ପ୍ରତିଯୋଗିତାରେ ବଜାସାଲ ତୃତୀୟସ୍ଥାନ ପାଇଥିଲା। ୨୦୧୪ରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ଦ୍ୱାରା ଆୟୋଜିତ ଜାତୀୟ ଯୁବ ଉତ୍ସବରେ ପୁଣିଥରେ ପୁରସ୍କୃତ ହୋଇପାରିଛି। ୨୦୧୯ମସିହାରେ ଅନ୍ତର୍ଜାତୀୟ ଆଦିବାସୀ ଲୋକନୃତ୍ୟ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଛି। ଏଥିଯୋଗୁ ପ୍ରାୟ ୫ଲକ୍ଷର ପ୍ରୋତ୍ସାହନ ରାଶି ପାଇବା ସହ ଦେଶରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କଳାହାଣ୍ଡି ଜିଲାରେ ଯୁବପିଢିଙ୍କ ପାଇଁ ବଜାସାଲ ଲୋକନୃତ୍ୟ ଏକ ପ୍ରେରଣା। ଏହି ଲୋକନୃତ୍ୟ ସମ୍ପର୍କରେ ରାଜ୍ୟ ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ କୁହନ୍ତି, ବଜାସାଲ ହେଉଛି କଳାହାଣ୍ଡି ଜିଲାର ଏକ ପ୍ରାଚୀନ ଲୋକନୃତ୍ୟ । ରାଜାରାଜୁଡ଼ା ସମୟରେ ବିଭିନ୍ନ ସାଂସ୍କୃତିକ ଓ ବିଜୟ ଯାତ୍ରା ବେଳେ ଏହାକୁ ପରିବେଷଣ କରାଯାଉଥିଲା। ଓଡ଼ିଶା ସରକାରଙ୍କ ତରଫରୁ ଏହାକୁ ଚୟନ କରାଯାଇ ଦିଲ୍ଲୀ ପଠାଯାଇଥିଲା। ପରେ ଆମ ଲୋକକଳା ଆମସଂସ୍କୃତି କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱର ଠାରେ ବଜାସାଲ କଳାକାର ଦଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟପକ୍ଷେ ଓଡ଼ିଶାରେ ଥିବା ଏପରି ଅନେକ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଲୋକନୃତ୍ୟକୁ ପୁରପଲ୍ଲୀର କଳାକାରଙ୍କଠାରୁ ଦେଖିବାକୁ ମିଳୁଥିବା ବେଳେ ସମୟକ୍ରମେ କେତେକ ଲୋପପାଇ ଯାଇଛି। ଆଉ କେତେକ ନୂଆରୂପରେ ଭିନ୍ନ ପରିଚୟ ସୃଷ୍ଟି କରିଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri