ଝରିଗାଁରେ ଘନକୁହୁଡ଼ି ସହ ଶୀତ ଲହରୀ, ଚା’ର ମଜା ନେଉଛନ୍ତି ଲୋକେ

ଝରିଗାଁ,୧ା୧୨(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତବର୍ଷ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଘନକୁହୁଡ଼ି ସହ ଶୀତର ଲହରୀ ଦେଖାଦେଇଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଗତ ତିନିଦିନ ହେବ ଘନକୁହୁଡ଼ି ସକାଳ ୯ଟା ପର୍ଯ୍ୟନ୍ତ ପଡୁଥିବାରୁ ଯାତାୟାତ କରୁଥିବା ଯାନବାହନ ଚଳାଚଳରେ ବାଧା ହେବା ସହ ଲାଇଟ୍‌ ଜାଳି ଯାତାୟାତ କରୁଛନ୍ତି। ସକାଳୁ ସକାଳୁ ଲୋକେ ଶୀତର ମଜା ନେବା ପାଇଁ ମର୍ଣ୍ଣିଂ ଓ୍ବାକ୍‌ କରୁଛନ୍ତି। ସକାଳୁ ଲୋକେ ଗରମ ଗରମ ଜିନିଷ ଖାଇବା ସହ ଚା’ ଦୋକାନଗୁଡ଼ିକରେ ଭିଡ଼ ଲାଗୁଛି। ଶୀତରୁ ବର୍ତ୍ତିବା ପାଇଁ ଲୋକେ ଶୀତବସ୍ତ୍ର ପରିଧାନ କରୁଛନ୍ତି। ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ଶୀତରୁ ବର୍ତ୍ତୁଛନ୍ତି। ଶୀତ ପାଇଁ ସନ୍ଧ୍ୟାରେ ଲୋକେ ଘରୁ ଆସୁ ନ ଥିବାରୁ ଦୋକାନ ବଜାର ବିକ୍ରି ଉପରେ ପ୍ରଭାବ ପକାଇବା ସହ ସକାଳ ସମୟରେ ଦୋକାନ ଖୋଲିବାର ବିଳମ୍ବ ହେଉଥିବା କହିଛନ୍ତି ବ୍ୟବସାୟୀ। ଏ ବର୍ଷ କିନ୍ତୁ ଶୀତ ପାଇଁ ପୂର୍ବ ବର୍ଷ ଅପେକ୍ଷା କମ୍ବଳ ବ୍ୟବସାୟ ଅଧିକ ହେଉଥିବା ବାହାର ରାଜ୍ୟରୁ ଆସିଥିବା ବୁଲା ବ୍ୟବସାୟୀମାନେ କହୁଛନ୍ତି।

Share
Tags: fog