FM ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ବରଗଡ଼,୧୪ା୭(ପ୍ରେମାନନ୍ଦ ଖମାରୀ): ବାଲେଶ୍ୱର ଫକୀର ମୋହନ କଲେଜ(FM)ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ସନ୍ଧ୍ୟାରେ ଛାତ୍ର କଂଗ୍ରେସର ସଦସ୍ୟମାନେ ବରଗଡ଼ ମା’ ଶ୍ୟାମାକାଳୀ ମନ୍ଦିରରେ ଦୀପ ପ୍ରଜ୍ବଳନ କରିଥିଲେ। ଛାତ୍ରୀଙ୍କୁ ନ୍ୟାୟ ଦାବି ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି ହୋଇଛି । ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ବରଗଡ଼ ଜିଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଗୌରବ ପତି ଆଜାଦ ଚେତାବନୀ ଦେଇଛନ୍ତି।

Share
Tags: FM student