ଏଫ୍‌ଏମ୍‌ ରେଡିଓ ପରିଚାଳନା କରିବେ ଅନ୍ତେବାସୀ

ବ୍ରହ୍ମପୁର ଅଫିସ,୧।୬: ଜେଲ ଡିଜି ଡ. ମନୋଜ କୁମାର ଛାବ୍ରା ବୁଧବାର ବ୍ରହ୍ମପୁର ମଣ୍ଡଳକାରାଗାର ପରିଦର୍ଶନରେ ଆସିଥିଲେ। ବ୍ରହ୍ମପୁର ଜେଲ ଅନ୍ତେବାସୀମାନେ ଏଫଏମ୍‌ ରେଡିଓ ପରିଚାଳନା କରିବେ। ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ରେଡିଓ ମାଧ୍ୟମରେ ପରିବେଷିତ ହେବ। ଯାହାକୁ ଲୋକେ ଶୁଣିବାର ସୁଯୋଗ ପାଇବେ। ଏହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଜେଲ ଡିଜି ଡ.ଛାବ୍ରା ମତବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି ବ୍ରହ୍ମପୁର ଜେଲରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ବହୁବିଧ ଲୁକ୍କାୟିତ ପ୍ରତିଭା ରହିଛି। କେତେଜଣ ଅନ୍ତେବାସୀ ନୃତ୍ୟ ପରିବେଷଣ କରି ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ତେଣୁ ଏପରି ଅନ୍ତେବାସୀମାନଙ୍କ ପ୍ରତିଭାକୁ ଅଧିକ ବିକଶିତ କରିବା ପାଇଁ ଜେଲ ମଧ୍ୟରେ କେତେକ ସଂସ୍କାର କାର୍ଯ୍ୟ କରାଯାଉଛି। ଏଫଏମ୍‌ ରେଡିଓ ପରିଚାଳନା କରିବା ଲାଗି ଅନ୍ତେବାସୀମାନଙ୍କୁ ତାଲିମ ଦିଆଯିବ ବୋଲି ଜେଲ୍‌ ଡିଜି କହିଛନ୍ତି। ଓଡିଶାରେ ୮୭ ଜେଲ ରହିଛି। ବ୍ରହ୍ମପୁର ମଣ୍ଡଳ କାରାଗାର ଏକ ଗୁରୁତ୍ୱପୂର୍ଣ୍ଣ ଜେଲ। ସବୁ ଜେଲକୁ ଦଣ୍ଡଗୃହ ବୋଲି ବିଚାର ନ କରି ଏକ ସୁଧାର ଗୃହ ତଥା ଆଶ୍ରମ ଭାବେ ବିଚାର କରାଯାଉ। ଏ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ସ୍ବତନ୍ତ୍ର ଜେଲ ଓ ଚୌଦ୍ୱାର ଜେଲରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯାହା ଫଳରେ କଏଦୀମାନେ ସେମାନଙ୍କ ପ୍ରତିଭା ଦେଖାଇଛନ୍ତି। ସେମାନଙ୍କ ମଧ୍ୟରେ ଥିବା ବୈଷୟିକ ଜ୍ଞାନର ମଧ୍ୟ ବିକାଶ ହୋଇଛି। ଜେଲରେ ବ୍ୟୁଟି ପାର୍ଲର ତାଲିମ, ହେୟାର ଷ୍ଟାଇଲ, ସ୍ବାସ୍ଥ୍ୟ ସେବା ତାଲିମ ଦିଆଯିବ। ଓଡିଶା ସରକାରଙ୍କ ସ୍କିଲ ଡେଭେଲପମେଣ୍ଟ ଅଥରିଟି ଦ୍ୱାରା ସମନ୍ବୟ ରକ୍ଷା କରାଯାଇ କଏଦୀମାନଙ୍କୁ ଏସି ମେକାନିକ, ପାଣି ପାଇପ ମେକାନିକ, କମ୍ପ୍ୟୁଟର ତାଲିମ, ମୋବାଇଲ ରିପାରିଂ, ନୃତ୍ୟ, ଗୀତ, ସଙ୍ଗୀତ ଶିକ୍ଷା ଭୁବନେଶ୍ୱର ଓ ଚୌଦ୍ୱାର ଜେଲରେ ଆରମ୍ଭ ହୋଇଛି। ଏହାକୁ ମଧ୍ୟ ବ୍ରହ୍ମପୁର ଜେଲରେ ଲାଗୁ କରାଯିବ ବୋଲି ଜେଲ୍‌ ଡିଜି କହିଥିଲେ। ଏହି ଅବସରରେ ସେ ଜେଲ ପରିସରରେ ଅଧିକ ୧୦୦ ବନ୍ଦୀ ରହିବା ଲାଗି ଏକ ଓ୍ବାର୍ଡକୁ ଉଦଘାଟନ କରିଥିଲେ। ଏହାସହ କିନ୍ନର କଏଦୀ ରହିବା ପାଇଁ ଏକ ୧୦ ବେଡ୍‌ ବିଶିଷ୍ଟ ୱାର୍ଡ ଉଦଘାଟନ କରିଥିଲେ। ଜାତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କଏଦୀମାନଙ୍କୁ ଜେଲ ଡିଜି ପୁରସ୍କୃତ କରିଥିଲେ। ପରିଦର୍ଶନ ସମୟରେ ଜେଲ ଡିଜିଙ୍କ ସହ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଜେଲ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକ, ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌, ଜେଲର ସତ୍ୟନାରାୟଣ ବେହେରା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri