ଭାଜପା ଅଫିସରେ ସରିଲା ବୈଠକ: ମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୭: ଏଫଏମ କଲେଜ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଘଟଣାରେ ଆସିଛି ବଡ଼ ଅପଡେଟ । ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାରା ରାଜ୍ୟ ଉଠୁଛି ପଡୁଛି। ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ତେବେ ଏନେଇ ଆଜି ସଂଧ୍ୟାରେ ଭୁବନେଶ୍ୱରର ଭାଜପା କାର୍ଯ୍ୟାଳୟରେ ଭାଜପାର ବଡ଼ ବୈଠକ ବସିଥିଲା। ଯେଉଁଥିରେ ସଭାପତି ମନମୋହନ ସାମଲଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ବଡ଼ ବୈଠକ ବସିଥିଲା। ଏହି ସମୟରେ ଚର୍ଚ୍ଚା ହେଉଥିଲା କି କିଛି ବଡ଼ ଖବର ସାମ୍ନାକୁ ଆସିବ।

ଏହି କ୍ରମରେ ବୈଠକ ସରିବା ପରେ ବଡ଼ ବୟାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସରକାର ସବୁ ଦିଗକୁ ନେଇ ତଥ୍ୟ ସଂଗ୍ରହ କରୁଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସମୟ ଦିଅନ୍ତୁ ଆହୁରି ତଥ୍ୟ ମିଳିବ । ଛାତ୍ରୀଙ୍କ ମୃତ୍ୟୁ ପରେ ଦଫା ପରିବର୍ତ୍ତନ କରାଯାଇଛି ।

ଘଟଣାର ସବୁ ଦିଗରୁ ନିଖୁଣ ତଦନ୍ତ ହେବ । ଦାୟୀ ଓ ଅବହେଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନ ତା’ ବାଟରେ ଯିବ, ଶେଷ ସୋପାନ ଯାଏ ପହଞ୍ଚିବ । ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାରୁ ଦଫା ପରିବର୍ତ୍ତନ ହେବ । ପୀଡ଼ିତାଙ୍କ ପରିବାରର ଦାବି ଅନୁସାରେ ତଦନ୍ତ ହେବ । ଘଟଣାର ତଦନ୍ତ ପରିସର ବଢ଼ାଯିବ, ମୁଁ ତଥ୍ୟ ସଂଗ୍ରହ କରୁଛି । ଉଚ୍ଚଶିକ୍ଷା ଓ କ୍ରାଇମବ୍ରାଞ୍ଚର ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ । ସରକାରଙ୍କ ପାଖରେ ତଦନ୍ତର ବିକଳ୍ପ ଖୋଲା ଅଛି । ସମସ୍ତଙ୍କ ଉଦ୍ଦେଶ୍ୟ ଗୋଟିଏ-ପୀଡ଼ିତାଙ୍କୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି।

ସୂ୍‌ଚନାଥାଉ କି, ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଘଟଣାର ସରକାରୀ ଭାବେ ସମୀକ୍ଷା କରାଯାଇଥିଲା। ରାଜସ୍ବ ମନ୍ତ୍ରୀ କହିଥିଲେ କେବଳ HOD କି ଅଧ୍ୟକ୍ଷ ନୁହନ୍ତି ଝିଅ ଆତ୍ମହତ୍ୟା କରିବା ପାଇଁ ସ୍ଥିତି ସୃଷ୍ଟି କରିଥିବା ଯେ କୌଣସି ବ୍ୟକ୍ତି ବି ତଦନ୍ତର ପରିସରରକୁ ଆସିବେ । ୧୫ ଦିନ ଧରି କିଛି ନା କିଛି ଘଟଣା ଘଟିଛି । ପ୍ରତ୍ୟେକ ଦିନ ଛାତ୍ରୀ ମାନସିକ ଯନ୍ତ୍ରଣାର ଶିକାର ହୋଇଛନ୍ତି । ତାପରେ ଯେଉଁ କଷ୍ଟ ହୋଇଛି, ତାହା ଆତ୍ମହତ୍ୟାର ରୂପ ନେଇଛି । ତେଣୁ ଏଥିପାଇଁ ବିଭିନ୍ନ ଦଫା ମଧ୍ୟ ପରିବର୍ତ୍ତନ ହେବା ଆରମ୍ଭ ହେଲାଣି । ଆତ୍ମହତ୍ୟା ପାଇଁ ଯେଉଁମାନେ ପ୍ରେରିତ କରିଥିଲେ, ସେମାନଙ୍କ ଉପରେ ମଧ୍ୟ ଦଫା ଲାଗିଛି । ମାନସିକ ଯନ୍ତ୍ରଣା ଦେବା ଉପରେ ମଧ୍ୟ ଦଫା ଲାଗିଛି । Common intention କିଏ, ଛାତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିଲା, ଏଥିରେ ଆଉ କେଉଁମାନେ ସଂପୃକ୍ତ ଥିଲେ ସେ ଦିଗକୁ ମଧ୍ୟ ତର୍ଜମା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ଅସୀମ ମୁନିର ହେଲେ CDF, ପାକିସ୍ତାନର ୩ ସେନା ରହିବେ କଣ୍ଟ୍ରୋଲରେ, ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ଇସଲାମାବାଦ,୫।୧୨: ପାକିସ୍ତାନ ତା’ର ସାମରିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଜେନେରାଲ ଅସୀମ ମୁନିରଙ୍କୁ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ (CDF) ମୁଖ୍ୟ ଭାବରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri