ସାମ୍ନାକୁ ଆସିଲେ ଅଧ୍ୟାପକ: ଟାଣିଟାଣି ନେଲା ପୋଲିସ

ବାଲେଶ୍ଵର,୧୨।୭(ବାଞ୍ଛାନିଧି ଦେ): ସାମ୍ନାକୁ ଆସିଲେ ଅଧ୍ୟାପକ। ଟାଣିଟାଣି ନେଲା ପୋଲିସ। ବାଲେଶ୍ବର ଏଫଏମ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଥାନାରେ ଅଟକ ରହିଛନ୍ତି। ଶିକ୍ଷା ବିଭାଗର ମୁଖ୍ୟ ସମୀର ସାହୁ ଥାନାରେ ଅଟକ ହୋଇଛନ୍ତି। ସହଦେବଖୁଣ୍ଟା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । କଲେଜ ଫାଟକ ସମ୍ମୁଖରେ ନ୍ୟାୟ ପାଇଁ ଧାରଣାରେ ବସିଥିବା ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟ ଛାତ୍ରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଛାତ୍ରୀ ଜଣକର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗର ବିଭାଗ ପ୍ରମୁଖ ଅଧ୍ୟାପକ ସମୀର କୁମାର ସାହୁଙ୍କ ନାମରେ ପୂର୍ବରୁ ନିର୍ଯାତନାର ଅଭିଯୋଗ ଆଣିଥିଲେ ଜନୈକ ଛାତ୍ରୀ। ଛାତ୍ରୀ ଜଣକ ହେଉଛନ୍ତି ଉକ୍ତ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ ।

ସୂଚନା ମୁତାବକ ପାଖାପାଖି ଛଅ ମାସ ତଳେ ଅଧ୍ୟାପକ ଜଣକ ଛାତ୍ରୀଙ୍କ ଠାରୁ ଶାରୀରିକ ପ୍ରାପ୍ୟ ଆଶା କରିଥିଲେ। ମାତ୍ର ଛାତ୍ରୀ ଜଣକ ଅସ୍ବୀକାର କରିବାରୁ ଅଧ୍ୟାପକ ସମୀର ସାହୁ ଛାତ୍ରୀ ଜଣଙ୍କୁ ପ୍ରଥମେ କ୍ଲାସ ଅନୁପସ୍ଥିିତିକୁ କେନ୍ଦ୍ରକରି ଫେଲ୍ କରିଦେବାର ଧମକ ଦେଇଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନର କିଛି ଘଟଣାବଳୀକୁ ତାଙ୍କ ପିତାମାତାଙ୍କୁ ଫୋନ ସାହାଯ୍ୟରେ ଜଣାଇଥିଲେ। ଯାହାକି ସମ୍ପୂର୍ଣ୍ଣ ରୂପେ ଅଯୌକ୍ତିକ ଥିଲା। ଛାତ୍ରୀ ଜଣକ ଆତ୍ମରକ୍ଷା ପ୍ରଶିକ୍ଷଣରେ ଜଣେ ତାଲିମ ପ୍ରାପ୍ତ ଟ୍ରେନର। ସରକାରୀ ପ୍ରଶିକ୍ଷଣ ଶିବିର ଏବଂ ନିଜର ବ୍ୟକ୍ତିଗତ କାରଣରୁ ବହୁ ସମୟରେ ଅନୁପସ୍ଥିତ ରୁହନ୍ତି। ଏହି ସୁଯୋଗର ଫାଇଦା ଉଠାଇ ବାରମ୍ବାର ଛାତ୍ରୀ ଜଣକୁ ଅପମାନ କରିବା ସହ ଦୀର୍ଘ ମାସ ଧରି ନିର୍ଯାତନା ଦେଇ ଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ।ଏ ନେଇ ଛାତ୍ରୀଜଣକ କଲେଜ ଅଧ୍ୟକ୍ଷ ଓ ସହଦେଵଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତଭାର ଦିଆଯାଇଥିଲେହେଁ ଏଯାବତ ଛାତ୍ରୀଙ୍କୁ ନ୍ୟାୟ ମିଳିନଥିଲା । ଏ.ଏସ.ପି ନିରଞ୍ଜନ ବେହେରା, ସହଦେବଖୁଣ୍ଟା ଥାନା ଅଧିକାରୀ ଅଜୟ କୁମାର ମୁର୍ମୁଙ୍କ ଉପସ୍ଥିତିରେ କଲେଜ କର୍ତ୍ତୃପକ୍ଷ ଏ ଘଟଣାର ତଦନ୍ତ କରିବା ସହିତ କାର୍ଯ୍ଯାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ନ କଲେ ଛାତ୍ରୀ ଜଣକ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri