ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ:ପୁଣି ଦବିଲା ଯୋଡ଼ା ଫ୍ଲାଏ ଓଭର

ଯୋଡ଼ା,୨୪ା୨୦(ମାନସ ମହାନ୍ତି): କେନ୍ଦୁଝର ଜିଲାର ସୁଦୀର୍ଘ ଫ୍ଲାଏ ଓଭର ନିର୍ମାଣର ବର୍ଷେ ନ ପୁରୁଣୁ ବାରମ୍ବାର ଦବୁଛି। ଏହାଦ୍ୱାରା ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ଗୁରୁବାର ପୁଣି ଫ୍ଲାଏ ଓଭର ଦବି ଯାଇଛି। ଠିକା ସଂସ୍ଥା ପକ୍ଷରୁ ମରାମତି କରାଯାଉଥିବା ବେଳେ ରାସ୍ତାରେ ଅନେକ ଶହ ସଂଖ୍ୟାରେ ଲୁହାପଥର ବୋଝେଇ ଭାରିଯାନ ଅଟକି ରହିଛି। ଫଳରେ ଟ୍ରାଫିକ ସମସ୍ୟା ଜଟିଳ ହୋଇଛି। ଡିଏମ୍‌ଏଫ ଅର୍ଥରେ ନିର୍ମିତ ଫ୍ଲାଏ ଓଭରର ଏକ ବର୍ଷ ମଧ୍ୟରେ ବାରମ୍ବାର ଦବୁଥିବାରୁ ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ସହରକୁ ପ୍ରଦୂଷଣରୁ ମୁକ୍ତ ତଥା ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨.୯ କି.ମି. ଦୀର୍ଘ ଏହି ଫ୍ଲାଏ୍‌ ଓଭର ଉଦ୍‌ଘାଟିତ ହୋଇଥିଲା। ତତ୍କାଳୀନ ସରକାର ଏହି ଅସମ୍ପୂର୍ଣ୍ଣ ଫ୍ଲାଏ ଓଭରକୁ ତରବରିଆ ଭାବେ ଲୋକାର୍ପଣ କରି ଦେଇଥିଲେ। ଏହାର ଏକ ବର୍ଷ ନ ପୁରୁଣୁ ଫ୍ଲାଏ ଓଭରର ସ୍ଥାନେ ସ୍ଥାନେ ବାରମ୍ବାର ଫାଟ ସୃଷ୍ଟି ହେବା, ଦବି ଯିବା, ପ୍ରଭୃତି ବିଭିନ୍ନ ସମସ୍ୟା ଦେଖା ଦେଇଛି। ଓଡ଼ିଶା ବ୍ରିଜ୍‌ କନଷ୍ଟ୍ରକ୍ଟଶନ କର୍ପୋରେଶନ ଲିମିଟେଡର ସାଧାରଣ ପରିଚାଳକ ନରସିଂହ ମହାନ୍ତଙ୍କ ସର୍ବେକ୍ଷଣରେ ନିର୍ମାଣ କରାଯାଇଥିଲା।

ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା ସୂଚନା ଦିଆ ଯାଇଥିବା ବେଳେ ଗୁରୁବାର ଫ୍ଲାଏ ଓଭରର ଏକ ଅଂଶ ଝିପି ଝିପି ବର୍ଷାରେ ଦବିଯାଇଛି। ଖବର ପାଇ ତରବରିଆ ଭାବେ ଓବିସିସି ପକ୍ଷରୁ ନିୟୋଜିତ ଠିକାସଂସ୍ଥା ଚେଭରକ୍ସ ଏହାର ମରାମତି କାର୍ଯ୍ୟ କରୁଥିବା ଦେଖାଯାଇଥିଲା। ଏହାର କାରଣ ସମ୍ପର୍କରେ ପଚାରିବାରୁ ଠିକାସଂସ୍ଥାର ଯନ୍ତ୍ରୀ ଆନନ୍ଦ କୁମାର କହିଥିଲେ, ଫ୍ଲାଏ ଓଭରର ଏହି ନିର୍ଦ୍ଦିଷ୍ଟ ସ୍ଥାନଟି ଭାରିଯାନ ଚଳାଚଳ ହେତୁ ଦବିଯିବାରୁ ପିକ୍ୟୁସି(କଂକ୍ରିଟ୍‌) କାର୍ଯ୍ୟ କରାଯାଉଛି। ତେବେ ପିକ୍ୟୁସିର ମୂଳ ଅର୍ଥ ପଚାରିବାରୁ ଯନ୍ତ୍ରୀ ଆନନ୍ଦ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ।

ତରବରିଆ ଭାବେ ସମ୍ପୂର୍ଣ୍ଣ ନ କରି ନିବାଚନ ପୂର୍ବରୁ ଲୋକାର୍ପଣ କରିବା ହେତୁ ଏହାର କାର୍ଯ୍ୟ ନିମ୍ନମାନର ହୋଇଥିବା ଟ୍ରକ୍‌ ଡ୍ରାଇଭର ସାନ୍ତୁନୁ ଗିରି, ଶିବରାମ ମାଝି, ଦୀପକ କୁମାର, ବାଇକ ଆରୋହୀ ଶିବବ୍ରତ ଦାସ ପ୍ରମୁଖ କହିଛନ୍ତି। ନିମ୍ନମାନର ନିର୍ମାଣ କାର୍ଯ୍ୟ ତଦନ୍ତ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri