ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ, ଜାଣନ୍ତୁ କାରଣ

ଭୁବନେଶ୍ବର,୧୯।୧୨:  ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ । ବାରଣାସୀ ଯାଉଥିବା ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଛି । ଖରାପ ପାଗ ଯୋଗୁଁ ବିମାନ ଜରୁରୀ ଅବତରଣ କରିଥିବା ଜଣାପଡିଛି ।

କୁହୁଡି ପାଇଁ ମୁମ୍ବାଇ-ବାରଣାସୀ ବିମାନର ରୁଟ ଡାଇଭର୍ଟ କରାଯାଇଛି । ବାରଣାସୀର ଲ୍ୟାଣ୍ଡିଂ ନକରିବାରୁ ଭୁବନେଶ୍ବରକୁ ଡାଇଭର୍ଟ କରାଯାଇ ଲ୍ୟାଣ୍ଡ କରାଯାଇଛି । ବିମାନ ତେବେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଶୁକ୍ରବାର ଦିନ ଘନ କୁହୁଡ଼ି ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଂଶକୁ ଘୋଡ଼ାଇ ଦେଇଛି । ଯାହା ଫଳରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଡିସେମ୍ବର ୧୮ ସକାଳ ୬ ଟା ସମୟରେ ଦିଲ୍ଲୀରେ ଦୃଶ୍ୟମାନତା ମାତ୍ର ୧୦୦ ମିଟରକୁ ହ୍ରାସ ପାଇଥିଲା। ଅତି କମରେ ୨୭ ଟି ବିମାନ ବାତିଲ କରାଯାଇଥିଲା ଏବଂ ୫୦୦ ରୁ ଅଧିକ ବିଳମ୍ବ ହୋଇଥିଲା। କୁହୁଡ଼ି ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବୃଦ୍ଧି କରିଥିଲା, ଯାହା ଫଳରେ କୁହୁଡ଼ି ଦେଖାଯାଇଥିଲା।