୭ ଦିନିଆ FD କରି ପାଆନ୍ତୁ SIP ଭଳି ରିଟର୍ନ! ୩୦ ହଜାର ଟଙ୍କା ଜମାକଲେ ମିଳିବ…

ନୂଆଦିଲ୍ଲୀ,୬।୯: ଆପଣ ଜାଣିଛନ୍ତି କି, ବ୍ୟାଙ୍କର ମାତ୍ର ୭ ଦିନିଆ ଏକ ଛୋଟ ଏଫଡି ମଧ୍ୟ ଆପଣଙ୍କୁ ବହୁତ ରୋଜଗାର କରାଇପାରେ? ହଁ, ଆମେ ଅଧିକାଂଶ ସମୟରେ ଏଫ୍‌ଡିକୁ ଏକ ସୁରକ୍ଷିତ କିନ୍ତୁ କମ ରିଟର୍ନ ଦେଉଥିବା ନିବେଶ ବୋଲି ଭାବୁଛୁ। କିନ୍ତୁ ଯଦି ଏହି ଏଫ୍‌ଡିକୁ ବାରମ୍ବାର ଭାଙ୍ଗି ପ୍ରତି ସପ୍ତାହରେ ପୁନଃନିବେଶ କରାଯାଏ, ତେବେ ଏହାର ଲାଭ ଠିକ ଏସ୍‌ଆଇପି (SIP) ପରି ହୋଇପାରେ। ମନେକରନ୍ତୁ, କୌଣସି ବ୍ୟାଙ୍କର ୭ ଦିନିଆ ଏଫଡି ଉପରେ ୨.୬୫% ରିଟର୍ଣ୍ଣ ମିଳୁଛି। ଏବେ ଚିନ୍ତା କରନ୍ତୁ, ଯଦି ଆପଣ ଏହି ଏଫଡିକୁ ପୁରା ବର୍ଷ ପ୍ରତି ୭ ଦିନରେ ପୁନଃନିବେଶ କରନ୍ତି, ତେବେ ଆପଣଙ୍କର ୩୦,୦୦୦ ଟଙ୍କା କେତେ ବଢ଼ିବ? ଉତ୍ତର ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ।
ଏମିତି କରନ୍ତୁ ହିସାବ?
ଯଦି ଆମେ ଏହାକୁ ସରଳ ଭାବେ ହିସାବ କରୁ, ତେବେ ଏକ ବର୍ଷରେ ପ୍ରାୟ ୩୬୫ ଦିନ ହୁଏ। ଅର୍ଥାତ ୨.୬୫% * (୩୬୫/୭) = ପ୍ରାୟ ୧୩୮.୧୮% ବାର୍ଷିକ ରିଟର୍ନ। ଏହା ଏକ ଆନୁମାନିକ ହିସାବ, ଯେଉଁଥିରେ ପ୍ରତି ସପ୍ତାହର ରିଟର୍ନକୁ ସିଧାସଳଖ ଯୋଡ଼ାଯାଇଛି।
କମ୍ପାଉଣ୍ଡିଂର ଫାଇଦା:

ବାସ୍ତବରେ, ଯେତେବେଳେ ଆପଣ ୭ ଦିନିଆ ଏଫଡିକୁ ବାରମ୍ବାର ପୁନଃନିବେଶ କରନ୍ତି, ତେବେ ତା’ ଉପରେ ମିଳୁଥିବା ସୁଧ ଉପରେ ମଧ୍ୟ ସୁଧ ମିଳେ। ଏହାକୁ କମ୍ପାଉଣ୍ଡିଂ କୁହାଯାଏ। ଏହି ହିସାବରେ ବାର୍ଷିକ ପ୍ରଭାବୀ ରିଟର୍ଣ୍ଣ ହେବ: (୧+୦.୦୨୬୫)^(୩୬୫/୭) ୧ = ୨୯୧.୧୦%

ଯଦି ଆପଣ ପ୍ରତି ସପ୍ତାହରେ ଏଫଡିକୁ ପୁନଃନିବେଶ କରନ୍ତି, ତେବେ ଆପଣଙ୍କ ଟଙ୍କା ଅନେକ ଗୁଣ ଦ୍ରୁତ ଗତିରେ ବଢ଼ିବ।

କିନ୍ତୁ ଏକ ବାସ୍ତବତା:
ଏତେ ଉଚ୍ଚ ରିଟର୍ନ ଶୁଣି ଆପଣଙ୍କୁ ଲାଗିପାରେ ଯେ ଏହା ତ ସୁନାର ଖଣି। କିନ୍ତୁ ବାସ୍ତବରେ, କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନ ପାଇଁ ପୁରା ବର୍ଷ ଏତେ ଅଧିକ ରିଟର୍ନ ଦେବା ସମ୍ଭବ ନୁହେ। ଏଥିରେ ଅନେକ ବାସ୍ତବିକ ଅସୁବିଧା ରହିଛି, ଯେପରିକି ପରିବର୍ତ୍ତନଶୀଳ ସୁଧ ହାର, ପ୍ରୋସେସିଂ ଫିସ, ଏବଂ ରିସ୍କ ଫ୍ୟାକ୍ଟର।
ମୋଟାମୋଟି ଭାବେ କହିଲେ ସଂକ୍ଷିପ୍ତ ଅବଧିର ଏଫ୍‌ଡିକୁ କମ୍ପାଉଣ୍ଡ କରି ଏସ୍‌ଆଇପି ପରି ରିଟର୍ନ ହିସାବରେ ତ ଦେଖାଯାଇପାରେ, କିନ୍ତୁ ବାସ୍ତବ ଜୀବନରେ ଏହାର ଲାଭ ସୀମିତ। ଏଣୁ ଏଫଡିକୁ ଏକ ସୁରକ୍ଷିତ ନିବେଶ ଭାବେ ଗ୍ରହଣ କରନ୍ତୁ ଏବଂ ଅଧିକ ରିଟର୍ନ ପାଇଁ ମ୍ୟୁଚୁଆଲ ଫଣ୍ଡ କିମ୍ବା ଏସ୍‌ଆଇପି ପରି ବିକଳ୍ପଗୁଡ଼ିକୁ ମଧ୍ୟ ବିଚାର କରିପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?