Posted inଜାତୀୟ

ରାଞ୍ଚି ଷ୍ଟେଶନରେ ୫ ମହିଳା ମୂର୍ଚ୍ଛାଗଲେ

ରାଞ୍ଚତ୍,୧୮।୨: ନୂଆଦିଲ୍ଲୀ ରେଳଷ୍ଟେଶନରେ ମହାକୁମ୍ଭ ମେଳା ଯାତ୍ରୀଙ୍କ ଗହଳି ଯୋଗୁ ଶନିବାର ରାତିରେ ଦଳାଚକଟା ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଯାତ୍ରୀ ଆହତ ହୋଇଥିଲେ। ଏହାର ଦିନକ ପରେ ଝାଡ଼ଖଣ୍ଡର ରାଞ୍ଚତ୍ ରେଳଷ୍ଟେଶନରେ କୁମ୍ଭମେଳା ଯାତ୍ରୀଙ୍କ ଅସମ୍ଭାଳ ଭିଡ଼ ଯୋଗୁ ୫ ଜଣ ମହିଳା ଯାତ୍ରୀ ମୂର୍ଚ୍ଛା ଯାଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରବିବାର ରାଞ୍ଚତ୍ ଷ୍ଟେଶନରେ ୧୨୮୧୭ ଝାଡ଼ଖଣ୍ଡ ସ୍ବର୍ଣ୍ଣଜୟନ୍ତୀ ଏକ୍ସପ୍ରେସ୍‌ ପହଞ୍ଚତ୍ବା ସମୟରେ ସେଥିରେ ଯାତ୍ରୀ ଭର୍ତ୍ତି ହୋଇସାରିଥିଲେ। ଟିକେଟ କରି ନ ଥିବା ବହୁସଂଖ୍ୟାରେ ଯାତ୍ରୀ ଉକ୍ତ ଟ୍ରେନ୍‌ରେ ଉଠିବା ସହ କୋଚ୍‌ଗୁଡ଼ିକର ଦ୍ୱାର ଭିତରପଟୁ ବନ୍ଦ କରିଦେଇଥିଲେ। ଟିକେଟ କରି ଟ୍ରେନ୍‌ରେ ଯିବା ପାଇଁ ଅପେକ୍ଷା କରିଥିବା ଲୋକେ ଡୋର୍‌ ଖୋଲିବା ପାଇଁ ସେମାନଙ୍କୁ ନେହୁରା ହୋଇଥିଲେ। ଆର୍‌ପିଏଫ୍‌ ଯବାନମାନେ ମଧ୍ୟ ଉକ୍ତ ବଗିଗୁଡ଼ିକରେ ପଶିପାରି ନ ଥିଲେ। ଟିକେଟ କରିଥିବା ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ରହିଯାଇଥିଲେ। ଗହଳି ମଧ୍ୟରେ ୫ ଜଣ ମହିଳା ସଂଜ୍ଞାହୀନ ହୋଇପଡ଼ିବାରୁ ଅନ୍ୟ ମହିଳାମାନେ ଭୟରେ ଟ୍ରେନ୍‌ରେ ଚଢ଼ି ନ ଥିଲେ। କେତେଜଣ ଯାତ୍ରୀ ଟ୍ରେନ୍‌ରେ ଚଢ଼ିଯାଇଥିବାବେଳେ ସେମାନଙ୍କ ପରିବାର ଲୋକେ ଯାଇ ନ ପାରି ଷ୍ଟେଶନରେ ରହିଯାଇଥିଲେ। ଟ୍ରେନ୍‌ର ସାମର୍ଥ୍ୟ ଅନୁଯାୟୀ ଟିକେଟ ଇସ୍ୟୁ କରିବାକୁ ରେଲଓ୍ବେ ପକ୍ଷରୁ ବ୍ୟବସାୟିକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନରେ ବଳାତ୍କାର ଉଦ୍ୟମ, ବଗିରୁ ଡେଇଁପଡ଼ିଲେ ମହିଳା

ହାଇଦ୍ରାବାଦ,୨୪।୩: ହାଇଦ୍ରାବାଦରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟ ମହିଳା ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ ଯେତେବେଳେ ଜଣେ ପୁରୁଷ ତାଙ୍କୁ...

ୟୁନୁସଙ୍କ ସହ ବୈଠକ କରିବେ ମୋଦି? ଦ୍ୱିପାକ୍ଷିୟ ବାର୍ତ୍ତା ଉପରେ ବିଚାର କରୁଛି ଭାରତ

ନୂଆଦିଲ୍ଲୀ/ଢାକା,୨୪।୩: ଆଗାମୀ BIMSTEC ଶିଖର ସମ୍ମିଳନୀରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ...

ଉପ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ଫସିଗଲେ କୁନାଲ କାମରା

ମୁମ୍ବାଇ,୨୪।୩: ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମରା ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର ସେ ଶିବସେନା ନେତା ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ...

‘ଔରଙ୍ଗଜେବଙ୍କ ମସଜିଦ ଭାଙ୍ଗିଲେ କିଛି ମିଳିବ ନାହିଁ’, ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ,୨୪।୩: ଔରଙ୍ଗଜେବଙ୍କ ସମାଧିକୁ ନେଇ ମହାରାଷ୍ଟ୍ରର ରାଜନୈତିକ ପରିବେଶ ଉଷ୍ମ ରହିଛି। ଗୋଟିଏ ଗୋଷ୍ଠୀ କବରକୁ ହଟାଇବା ପାଇଁ ଦାବି କରୁଛି। ଏହି ପ୍ରସଙ୍ଗକୁ ନେଇ...

ନାଗପୁର ହିଂସାର ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ବୁଲଡୋଜର

ନାଗପୁର,୨୪।୩: ନାଗପୁର ହିଂସାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଫହୀମ ଖାନଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଏବଂ ପ୍ରଶାସନର ଉପସ୍ଥିତିରେ ଫହିମ...

ଅନ୍ୟ ଧର୍ମରେ ବିବାହକୁ ୬୧% ଭାରତୀୟଙ୍କ ନାପସନ୍ଦ

ନୂଆଦିଲ୍ଲୀ, ୨୪।୩: ବିବିଧତାର ଦେଶ ହେଉଛି ଭାରତ। ଏଠାରେ ଅନେକ ଧର୍ମ, ଜାତି, ଭାଷାଭାଷୀ ଲୋକମାନେ ଏକାଠି ମିଶି ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ...

ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା...

ସମାଲୋଚନା କଲେ ଓ୍ବାର୍ନର: ଜବାବ ରଖିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୩ା୩: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ଓ୍ବାର୍ନର ଶନିବାର ଏୟାର ଇଣ୍ଡିଆକୁ ସୋସିଆଲ ମିଡିଆ ଜରିଆରେ ସମାଲୋଚନା କରିଛନ୍ତି। ପାଇଲଟ ନ ଥିବା ବିମାନରେ ଆମକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri