ଶ୍ରୀକ୍ଷେତ୍ରରେ ପ୍ରକଳ୍ପ ଅନୁଧ୍ୟାନ କଲେ ୫-ଟି ସଚିବ

ପୁରୀ ଅଫିସ,୨୫।୧୦:  ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ଏଠାରେ ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ସୁବିଧା। ରାଜ୍ୟ ସରକାରଙ୍କ ସ୍ବପ୍ନର ପୁରୀକୁ ବାସ୍ତବତାର ରୂପ ଦେବା ଲାଗି ପ୍ରସ୍ତୁତ ହୋଇଛି ଦୀର୍ଘମିଆଦି ରୋଡ୍‌ ମ୍ୟାପ। ଏହି କ୍ରମରେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ପୁରୀ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି।
ଅପରାହ୍ନରେ ୫-ଟି ସଚିବ ପାଣ୍ଡିଆନ ପୁରୀ ଆସି ସ୍ବର୍ଗଦ୍ୱାରର ନବୀକରଣ କାର୍ଯ୍ୟ ବୁଲି ଦେଖିଥିଲେ। ସ୍ବର୍ଗଦ୍ୱାର ସଂଲଗ୍ନ ରାସ୍ତା ସଂକୀର୍ଣ୍ଣ ଥିବାରୁ ମୃତଦେହ ଆଣିବାରେ ସମସ୍ୟା ହେଉଛି। ତେଣୁ ଏହାକୁ ସୁଗମ କରିବା ଲାଗି ରାସ୍ତା ସମ୍ପ୍ରସାରଣ ନିମନ୍ତେ ପ୍ରଶାସନିକ ଅଧିକାରୀ କହିଥିଲେ। ସେହିପରି ନବୀକରଣ କାମ କେବେ ଶେଷ ହେବ ସେନେଇ ଜିଲାପାଳଙ୍କୁ ପଚାରିଥିଲେ। ଆସନ୍ତା ମାର୍ଚ୍ଚ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲାପାଳ କହିଥିଲେ। ମୃତଦେହ ଆଣି ଆସୁଥିବା ଆତ୍ମୀୟଙ୍କ ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ପରେ ପରେ ବାଙ୍କୀ ମୁହାଣ ଏବଂ ଏହା ନିକଟରେ ଥିବା ହୃଦୟ ପାର୍କ ବୁଲିଥିଲେ। ପୂର୍ବାପେକ୍ଷା ବାଙ୍କୀ ମୁହାଣ ଚିତ୍ର ବଦଳିଯାଇଥିବାରୁ ଖୁସିବ୍ୟକ୍ତ କରିଥିଲେ ୫-ଟି ସଚିବ। ବିଭିନ୍ନ ସମୟରେ ବଡ଼ଦାଣ୍ଡରେ ବୁଲା ଗୋରୁ, ଷଣ୍ଢଙ୍କ ଯୋଗୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏମିତି କି ବେଳେ ବେଳେ ଭକ୍ତ, ପର୍ଯ୍ୟଟକ ଏମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ବଡ଼ଦାଣ୍ଡ ଅପରିଷ୍କାର ମଧ୍ୟ ହେଉଛି। ତେଣୁ ବଡ଼ଦାଣ୍ଡକୁ ସଫା ସୁତରା ରଖିବା ଲାଗି ବୁଲା ଷଣ୍ଢ, ଗୋରୁଙ୍କୁ ବାଲିଘାଇସ୍ଥିତ ଗୋଶାଳାକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଉଛି। ଇତିମଧ୍ୟରେ ୭୦୦ଗୋରୁଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଆସନ୍ତା ମାସକ ମଧ୍ୟରେ ଆଉ ୪୦୦ଗୋରୁଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୫-ଟି ସଚିବ ଗୋ ଶାଳାକୁ ଯାଇ ଷଣ୍ଢ, ଗୋରୁ କିପରି ରହୁଛନ୍ତି ତାହା ବୁଲି ଦେଖିଥିଲେ। ଗୋରୁଙ୍କ ଖାଦ୍ୟ ଏବଂ ପରିଚାଳନା ପାଇଁ ଆସନ୍ତା ୫ବର୍ଷ ଲାଗି ପାଣ୍ଠି ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ସେହିପରି ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ପୁରୀକୁ ଭିକ୍ଷୁକମୁକ୍ତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ନୀଳାଦ୍ରି ନିଳୟ ଯୋଜନା। ଏହି ଯୋଜନା ଅନ୍ତର୍ଗତ ୫୦୦ଭିକ୍ଷୁକଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫୦ଜଣଙ୍କୁ ଚିହ୍ନଟ କରାଯାଇଛି। ଭିକ୍ଷୁକଙ୍କୁ କାଉନ୍‌ସେଲିଂ ପରେ ଚନ୍ଦନପୁରସ୍ଥିତ ନୀଳାଦ୍ରି ନିଳୟ (ଭିକାରି ପୁନର୍ବାସ ଗୃହ)ରେ ଥଇଥାନ କରାଯାଉଛି। ୫ଟି ସଚିବ ନିଳାଦ୍ରୀ ନିଳୟକୁ ଯାଇ ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ଭଲ ମନ୍ଦ ପଚାରି ବୁଝିଥିଲେ। ଏହି ଗସ୍ତ ସମୟରେ ୫-ଟି ସଚିବଙ୍କ ସହ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ, ପୁରୀ ଜିଲାପାଳ ବଲୱନ୍ତ ସିଂ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri