ଥାନା ପରିସରରେ ବୋମା ଫିଙ୍ଗି ଆକ୍ରମଣ, ବରିଷ୍ଠ ସୈନ୍ୟ କମାଣ୍ଡରଙ୍କ ସମେତ ୫ମୃତ

ନାଏପିଡାଉ,୫।୯: ପୂର୍ବ ମିଆଁମାରର ମାୟାୱାଡି ସହରରେ ଜିଲା ପୋଲିସ କାର୍ଯ୍ୟାଳୟ ପରିସରରେ ଡ୍ରୋନରେ ଆକ୍ରମଣ ହୋଇଛି। ଏଥିରେ ଜଣେ ବରିଷ୍ଠ ସୈନ୍ୟ କମାଣ୍ଡରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ଏପରି ବଢ ଧରଣର ଆକ୍ରମଣ କରାଯାଇଛି ବୋଲି ସନ୍ଦେହ କରାଯାଉଛି। ଫେବୃଆରୀ ୨୦୨୧ରେ ନିର୍ବାଚିତ ଅଙ୍ଗ ସାନ ସୁ କିଙ୍କ ସରକାରଙ୍କଠାରୁ କ୍ଷମତା ଛଡାଇ ନେଇଥିବା ସାମରିକ ବାହିନୀ ବିରୋଧରେ ଦୁଇ ବର୍ଷ ହେଲା ସଶସ୍ତ୍ର ପ୍ରତିରୋଧ ଜାରି ରହିଛି।

ତେବେ ଏହି ସାମରିକ ବାହିନୀ ବିରୋଧ କରିବାକୁ ଯାଇ ସ୍ଥାନୀୟ ସଶସ୍ତ୍ର ଗୋଷ୍ଠୀ ଗଠନ କରାଯାଇଛି। ସେମାନଙ୍କୁ ପିପୁଲ୍ସ ଡିଫେନ୍ସ ଫୋର୍ସ ବା ପିଡିଏଫ ଭାବରେ ପରିଚିତ। ପିଡିଏଫ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଆଶଙ୍କା କରାଯାଉଛି। ପିଡିଏଫ ସୀମାନ୍ତବର୍ତ୍ତୀ ଅଞ୍ଚଳର ପ୍ରମୁଖ ଗୋଷ୍ଠୀ ଜାତୀୟ ଗରିଲା ଗୋଷ୍ଠୀ ସହ ମେଣ୍ଟ କରିଛି। ଗରିଲା ଗୋଷ୍ଠୀ ଅଧିକ ସ୍ବାଧୀନତା ଦାବିରେ ଦଶନ୍ଧି ଦଶନ୍ଧି ଧରି ସେନା ବିରୋଧରେ ସଶସ୍ତ୍ର ସଂଗ୍ରାମ ଜାରି ରଖିଛି।

ଦୁଇଜଣ ଉଦ୍ଧାରକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଥାନା ପରିସରରରେ ଡ୍ରୋନରୁ ଦୁଇଟି ବୋମା ଫିଙ୍ଗି ଦିଆଯାଇଥିଲା। ଆକ୍ରମଣରେ ମିଆୱାଡି ଟାଉନସିପରେ ଅବସ୍ଥିତ ବାଟାଲିଅନର ଅସ୍ଥାୟୀ କମାଣ୍ଡର ଲେଫ୍ଟ କର୍ଣ୍ଣଲ ଅଙ୍ଗ କାୟୁ ମିନି ଏବଂ ଜଣେ ପୋଲିସ ଅଧିକାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏଥିସହ ମିଆୱାଡିର ଜିଲା ପ୍ରଶାସକ ସୋ ଟିଣ୍ଟ, ତାଙ୍କ ସହାୟକ ଟୁନ ଟୁନ ନେନ ଏବଂ ଜଣେ କିରାଣୀ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି।

ଥାଇଲାଣ୍ଡ ସୀମାରେ ଦକ୍ଷିଣ-ପୂର୍ବ କେଇନ ରାଜ୍ୟର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ମାୟାୱାଡି ସହରରେ ଜିଲା ପୋଲିସ କାର୍ଯ୍ୟାଳୟ ଅବସ୍ଥିତ। ଏହି ଆକ୍ରମଣରେ ଆହତ ହୋଇଥିବା ୧୦ଜଣ ପ୍ରଶାସନିକ ଅଧିକାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri