କେନ୍ଦୁଝର,୧୧।୭: କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଶୁକ୍ରବାର ଆନ୍ତଃରାଜ୍ୟ ଛିନତାଇ ଏବଂ ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଝାଡ଼ଖଣ୍ଡରୁ ଧରିବାରେ ସଫଳ ହୋଇଛି।
ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୨୯ ଗ୍ରାମ ସୁନା, ୩୬୮୧ ଗ୍ରାମ ରୁପା ଅଳଙ୍କାର ଜବତ କରିଛି। ଅଭିଯୁକ୍ତମାନେ ବଡ଼ବିଲ, ଯୋଡ଼ା ଓ ଚମ୍ପୁଆରେ ବିଭିନ୍ନ ଛିନ୍ତାଇ ଘଟଣାରେ ସମ୍ପୃକ୍ତ ଥିଲେ।


