Posted inଫୁରସତ

୪୦ କୋଟି ବର୍ଷ ତଳେ ବିକଶିତ ହୋଇଥିଲା ମାଛର ଦାନ୍ତ

ଷ୍ଟକ୍‌ହୋମ୍‌: ଜୈବ ବିବର୍ତ୍ତନର ଧାରା ପୃଥିବୀରେ ସବୁବେଳେ ଜାରି ରହିଛି। ଗବେଷକଙ୍କ ମତରେ ମନୁଷ୍ୟଠାରେ ଦେଖାଯାଉଥିବା ଦାନ୍ତ ୪୦ କୋଟି ବର୍ଷତଳେ ମାଛଠାରୁ ବିକଶିତ ହୋଇଥିଲା। ମାଛର ତଳ ମାଢ଼ିରେ କୋମଳ ଦାନ୍ତ ସୃଷ୍ଟି ହେବା ପରେ ଏହାର କ୍ରମବିକାଶ ଧାରା ଜାରି ରହିଥିଲା। ଏଭଳି ଦାନ୍ତ ୬୦ ହଜାରରୁ ଅଧିକ ପ୍ରଜାତିର ପ୍ରାଣୀଙ୍କଠାରେ ଦେଖାଯାଇଥିଲା। ସେମାନଙ୍କ ମଧ୍ୟରେ ଶାର୍କ, ବୋନି ଫିଶ୍‌, ଆମ୍ଫିବିୟା, ରେପ୍ଟାଇଲ୍‌ ଆଦି ରହିଥିଲେ। ପରେ ଏହା ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରଜାତିଠାରେ ମଧ୍ୟ ବିକଶିତ ହୋଇଥିଲା ବୋଲି ସ୍ବିଡେନ୍‌ର ଉପାସାଲା ବିଶ୍ୱବିଦ୍ୟାଳୟ ଏବଂ ସ୍ପେନ୍‌ର ୟୁରୋପିଆନ୍‌ ସାଇକ୍ରୋଟ୍ରୋନ୍‌ର ମିଳିତ ସହଯୋଗରେ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଭିନ୍ନ ମାଛ ପ୍ରଜାତିର ଜୀବାଶ୍ମର ଏକ୍ସ-ରେ ପରୀକ୍ଷଣ କରାଯାଇ ଗବେଷକ ଏହା ଜାଣିପାରିଛନ୍ତି। ଗବେଷଣାରେ ଚେକ୍‌ ଗଣରାଜ୍ୟର ଚାଲର୍ସ ବିଶ୍ୱବିଦ୍ୟାଳୟ, ବ୍ରିଟେନ୍‌ର ଲଣ୍ଡନ ସ୍ଥିତି ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ୍‌ ଆଦି ଆବଶ୍ୟକ ସହାୟତା କରିଥିଲେ। ମ୍ୟୁଜିୟମ୍‌ରେ ରଖାଯାଇଥିବା କିଛି ପୁରାତନ ଜୀବାଶ୍ମ ଉପରେ ମଧ୍ୟ ଦୀର୍ଘ ଦିନ ଧରି ଅଧ୍ୟୟନ କରାଯାଇଥିଲା। ୪୦କୋଟି ବର୍ଷ ତଳର ଏକ ପଥର ଖଣ୍ଡରେ ଥିବା ଜୀବାଶ୍ମ ଉପରେ ଗବେଷଣା କରାଯାଇଥିବା ଉପାସାଲା ବିଶ୍ୱବିଦ୍ୟାଳୟର ଗବେଷକ ଭେଲାରିଆ ଭାକ୍ସାନିନୋଭା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri