ଚିଲିକାରେ ମାଛ ଉପତ୍ାଦନ ବଢ଼ୁଛି: ଚିଙ୍ଗୁଡ଼ି , କଙ୍କଡ଼ା କମୁଛି

ଭୁବନେଶ୍ୱର,୧୨।୯ (ଅନୁରାଧା ମହାରଣା): ଚିଲିକାରୁ ଉପତ୍ାଦିତ ହେଉଥିବା ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାର ଚାହିଦା ରାଜ୍ୟରୁ ଆରମ୍ଭକରି ସମଗ୍ର ଦେଶ ତଥା ବିଦେଶରେ ମଧ୍ୟ ରହିଛି। ପ୍ରତିବର୍ଷ ଚିଲିକା ହ୍ରଦରୁ ମାଛ ଉପତ୍ାଦନ ପରିମାଣ ବଢ଼ୁଛି। ମାତ୍ର ଚିଙ୍ଗୁଡ଼ି ଓ କଙ୍କଡ଼ା ଉପତ୍ାଦନ ପରିମାଣ କମିବାରେ ଲାଗିଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ମୋଟ ମସତ୍‌ୟ ଜାତୀୟ ଉପତ୍ାଦନ ପରିମାଣ ୧୯୪୨୮.୩୦ ମେଟ୍ରିକ୍‌ ଟନ୍‌ ରହିଥିବାବେଳେ ୨୦୨୨-୨୩ରେ ୧୯୮୦୭.୫୬ ମେଟ୍ରିକ ଉପତ୍ାଦନ ରହିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ପରିମାଣ ୨୦୯୪୭.୪୧ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୧୨୧୮୭.୫୮ ମେଟ୍ରିକ ଟନ୍‌ ମାଛ ଉପତ୍ାଦନ ହୋଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୩୦୩୪.୬୦ ମେଟ୍ରିକ୍‌ ଟନ୍‌ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୪୮୩.୭୪ ମେଟ୍ରିକ୍‌ ଟନ୍‌ ମାଛ ଉପତ୍ାଦିତ ହୋଇଛି। ଅନ୍ୟପଟେ ୨୦୨୧-୨୨ ଆର୍ଥିକ ବର୍ଷରେ ୬୭୬୨.୦୧୫ ମେଟ୍ରିକ୍‌ ଟନ୍‌ ଚିଙ୍ଗୁଡ଼ି, ୨୦୨୨-୨୩ରେ ୬୩୨୭.୮୦ ମେଟ୍ରିକ୍‌ ଟନ୍‌ ଏବଂ ୨୦୨୩-୨୪ରେ ଚିଙ୍ଗୁଡ଼ି ଉପତ୍ାଦନ ୬୦୩୮ ମେଟ୍ରିକ୍‌ ଟନ୍‌କୁ ହ୍ରାସ ପାଇଛି। ସେହିପରି ୨୦୨୧-୨୨ରେ ୪୭୮.୭୦ ମେଟ୍ରିକ୍‌ ଟନ୍‌ କଙ୍କଡ଼ା ଉପତ୍ାଦନ କରାଯାଇଥିବାବେଳେ ୨୦୨୨-୨୩ରେ ୪୪୫.୧୬ ମେଟ୍ରିକ୍‌ ଟନ୍‌ କଙ୍କଡ଼ା ଉପତ୍ାଦନ ହୋଇଛି। ୨୦୨୩-୨୪ରେ କଙ୍କଡ଼ା ଉପତ୍ାଦନ ପରିମାଣ ୪୨୪.୭୧ ମେଟ୍ରିକ୍‌ ଟନ୍‌କୁ ହ୍ରାସ ପାଇଛି। ସୂଚନା ଥାଉକି, ବୁଧବାର ଗୃହରେ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନର ଉତ୍ତର ରଖି ମସତ୍‌ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଳିକ ଏହି ସୂଚନା ଦେଇଛନ୍ତି। ଗତ ୩ ବର୍ଷରେ ଚିଲିକାରୁ କେତେ ଚିଙ୍ଗୁଡ଼ି, ମାଛ, କଙ୍କଡ଼ା ଓ ଅନ୍ୟ ମସତ୍‌ୟଜାତ ଦ୍ରବ୍ୟ ଉପତ୍ାଦିତ ହୋଇଛି ବୋଲି ବିଧାୟକ ବଳବନ୍ତରାୟ ପ୍ରଶ୍ନ ଉପସ୍ଥାପନ କରିଥିବାବେଳେ ମନ୍ତ୍ରୀ ଉତ୍ତରରେ ଏହି ତଥ୍ୟ ରଖିଥିଲେ। ତେବେ ଉପତ୍ାଦନ ବୃଦ୍ଧି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମନ୍ତ୍ରୀ ଆଲୋକପାତକରି କହିଛନ୍ତି, ଚିଲିକାରେ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟକ୍ରମ, ମତ୍ସ୍ୟ ସମ୍ପଦର ଆକଳନ, କଙ୍କଡ଼ା ଓ ଚିଙ୍ଗୁଡ଼ି ଉପରେ ଗବେଷଣା, ମସତ୍‌ୟ ଅବତରଣ କେନ୍ଦ୍ର ନିର୍ମାଣ, ମତ୍ସ୍ୟଜୀବୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ ଏବଂ ଚିଲିକାକୁ ସଂଯୋଗ କରୁଥିବା ଅନ୍ତନାଳୀଗୁଡ଼ିକରେ ପଟୁମାଟି ପୋତିହୋଇଯାଉଥିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?