ମାଲାବାରକୁ ପ୍ରଥମ ଟିଆରକ୍ୟୁ ଲାଇସେନ୍ସ

ନୂଆଦିଲ୍ଲୀ,୨୨।୫: ଦେଶର ସର୍ବବୃହତ୍‌ ଅଳଙ୍କାର ପ୍ରତିଷ୍ଠାନ ତଥା ସୁନା ଓ ହୀରାର ପ୍ରମୁଖ ରିଟେଲ ଚେନ୍ସ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସକୁ ନିକଟରେ ତାରିଫ ରେଟ୍‌ କୋଟା (ଟିଆରକ୍ୟୁ)ର ଲାଇସେନ୍ସ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଡାଇରେକ୍ଟର ଜେନେରାଲ ଅଫ୍‌ ଫରେନ ଟ୍ରେଡ୍‌ (ଡିଜିଏଫ୍‌ଟି) ପକ୍ଷରୁ ଟିଆରକ୍ୟୁ ଲାଇସେନ୍ସ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସକୁ ଦିଆଯାଇଛି। ଫଳରେ ଦେଶର ପ୍ରଥମ ଜୁଏଲେରି ଗ୍ରୁପ ଭାବେ ଉକ୍ତ ଲାଇସେନ୍ସ ପାଇଥିବା ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ବୁଲିଅନ୍‌ ଏକ୍ସଚେଞ୍ଜ (ଆଇଆଇବିଏକ୍ସ) ମାଧ୍ୟମରେ ସୁନା ଆମଦାନୀ କରିପାରିବ ବୋଲି ଜଣାପଡିଛି। ଅପରପକ୍ଷରେ ଉକ୍ତ ଲାଇସେନ୍ସ ଜରିଆରେ ମାଲାବାର ଗ୍ରୁପ ଭାରତ-ୟୁଏଇ ସହ ଆଇଆଇବିଏକ୍ସ ଅଧୀନରେ ସୁନା ଆମଦାନୀ କରିବାରେ ଟିଆରକ୍ୟୁ ବେଶ୍‌ ସାହାଯ୍ୟ କରିବ ବୋଲି ମାଲାବାର ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ମାଲାବାର ଗ୍ରୁପର ଚେୟାରମ୍ୟାନ ଏମପି. ଅହମ୍ମଦ କହିଛନ୍ତି, ଏହା ଆମ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଭାରତର ପ୍ରଥମ ଅଳଙ୍କାର ପ୍ରତିଷ୍ଠାନ ଭାବେ ଉଭା ହୋଇଛି। ବିଶେଷକରି ସୁନା ଆମଦାନୀ ପାଇଁ ଟିଆରକ୍ୟୁ ଲାଇସେନ୍ସ ଜରୁରୀ ହୋଇଥିବାବେଳେ ଆମେ ଦେଶର ପ୍ରଥମ ଅଳଙ୍କାର ପ୍ରତିଷ୍ଠାନ ଭାବେ ଉକ୍ତ ଲାଇସେନ୍ସ ହାସଲ କରିଛୁ। ସେଥିପାଇଁ ଉଭୟ ଡିଜିଏଫ୍‌ଟି ଓ ବିଭାଗୀୟ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଉଛୁ। ଅପରପକ୍ଷରେ ଏହି ଲାଇସେନ୍ସ ଆମର କାରବାରକୁ ଆହୁରି ସରଳ ଓ ସୁରକ୍ଷିତ କରିଛି। ଏପରିକି ଏହା ଆମର ମିଶନକୁ ଆହୁରି ମଜଭୁତ କରିବ। ବିଶେଷକରି ଭାରତୀୟ ବଜାରରେ ବିଶ୍ୱକୁ ଟିଆରକ୍ୟୁ ଲାଇସେନ୍ସ ମଧ୍ୟ ଆମ ପାଇଁ ବାଟ ଖୋଲିବ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri