Posted inଖେଳ

ରଣଜୀ ଟ୍ରଫିରେ ପ୍ରଥମ ଥର ମହିଳା ଅମ୍ପାୟର

ନୂଆଦିଲ୍ଲୀ, ୭।୧୨ (ପି.ଟି.): ରଣଜୀ ଟ୍ରଫିରେ ମହିଳା ଅମ୍ପାୟରଙ୍କୁ ମ୍ୟାଚ ପରିଚାଳନା ଲାଗି ସୁଯୋଗ ଦିଆଯିବ। ସେମାନେ ହେଲେ ବ୍ରିନ୍ଦା ରାଠି, ଜନନୀ ନାରାୟଣ ଓ ଗାୟତ୍ରୀ ଭେନୁଗୋପାଳ। ତେବେ ଖେଳାଳିମାନଙ୍କ ଆକ୍ରମଣାତ୍ମକ ଅପିଲକୁ ହାତେଇବା ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲ ମଙ୍ଗଳବାର ଏହା ପ୍ରକାଶ କରିଛନ୍ତି। ଯେତେବେଳେ ପୁରୁଷ କ୍ରିକେଟ ମ୍ୟାଚଗୁଡ଼ିକ ପରିଚାଳନା ପାଇଁ ମହିଳା ଅମ୍ପାୟରମାନଙ୍କ କୁହାଯିବ, ଭାରତୀୟ କ୍ରିକେଟ ପାଇଁ ଏହା ପ୍ରଥମ ହେବ। ଅତୀତରେ ଗାୟତ୍ରୀ ଅବଶ୍ୟ ରଣଜୀ ଟ୍ରଫିରେ ରିଜର୍ଭ ଅମ୍ପାୟର (ଚତୁର୍ଥ) ଭାବେ କାର୍ଯ୍ୟ କରିଛନ୍ତି। ରଣଜୀ ଟ୍ରଫି ଡିସେମ୍ବର ୧୩ରୁ ଆରମ୍ଭ ହେବ। ସେତେବେଳେ ଭାରତୀୟ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ଖେଳାଯିବାକୁ ଥିବାରୁ ଏହି ୩ ମହିଳା ଅଫିସିଆଲଙ୍କୁ ପୁରୁଷ ପ୍ରଥମଶ୍ରେଣୀ ପ୍ରତିଯୋଗିତାର କେତୋଟି ବଛା ବଛା ମ୍ୟାଚର ପରିଚାଳନା ଦାୟିତ୍ୱ ଦିଆଯିବ। ଚେନ୍ନାଇର ନାରାୟଣନ ଏବଂ ମୁମ୍ବାଇର ରାଠି ହେଉଛନ୍ତି ପୁରୁଖା ମହିଳା ଅମ୍ପାୟର। ୨୦୧୮ରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲର ପ୍ୟାନେଲ ଅଫ୍‌ ଡେଭଲପମେଣ୍ଟ ଅମ୍ପାୟର୍ସ ତାଲିକାରେ ସେମାନଙ୍କ ନାମ ସାମିଲ କରାଯାଇଛି। ଦିଲ୍ଲୀର ଗାୟତ୍ରୀ ବିସିସିଆଇ ପ୍ୟାନେଲରେ ପଞ୍ଜୀକୃତ ୩ ଅମ୍ପାୟରଙ୍କ ମଧ୍ୟରେ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri