Posted inଫୁରସତ

ପ୍ରଥମ ଦରମା ଟଙ୍କାକୁ ବୋଉ କାନିରେ ବାନ୍ଧି ଦେଇଥିଲି: ତ୍ରିଲୋଚନ ମହାନ୍ତି

ମୋର ଜନ୍ମ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ସନ୍ଥପଡ଼ା ଗ୍ରାମରେ ଏକ ସାଧାରଣ ପରିବାରରେ। ୨୦୧୦ ଅକ୍ଟୋବରରେ ଓଡ଼ିଶା ପ୍ରାଶାସନିକ ସେବାରେ ଯୋଗଦେଲି। ମୋ ବନ୍ଧୁମାନଙ୍କ ସହ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେଶନରେ ପ୍ରଶିକ୍ଷଣ ନେବା ସମୟରେ ପ୍ରଥମ ମାସର ଦରମା ହିଁ ମୋ ଜୀବନର ପ୍ରଥମ ରୋଜଗାର। ଯାହାକୁ ମୁଁ ମୋ ବୋଉ କାନିରେ ବାନ୍ଧି ଦେଇ ବୋଉର ମୁରୁକି ମୁରୁକି ହସରେ ମୋ ପୁତ୍ରପଣିଆର ସାର୍ଥକତା ଅନୁଭବ କରୁଥିଲି। ଲାଗୁଥିଲା, ତା’ର ନିରିମାଖି ଚାହାଣି ଓ ସ୍ବପ୍ନନେସା ଆଖିରେ ହିଁ ମୋ ଜୀବନର ତମାମ ହସ ଆଉ ସଫଳତା ସମାନ୍ତରାଳ ଭାବେ ଭାସି ବୁଲୁଥିଲା। ବୋଉ ଘରେ ସମସ୍ତଙ୍କୁ ଡାକି କହିଲା ଯେ, ଦେଖ ଆମ ପୁଅ ତା’ ପ୍ରଥମ ମାସର ଦରମା ମୋ କାନିରେ ବାନ୍ଧି ଦେଇଛି। ଆମେ ସେଥିରେ ଆମ ଘରର ମାଟି କାନ୍ଥକୁ ଝାଡ଼ି ଇଟା କାନ୍ଥ କରିଦେବା। ତା’ ପରେ ଆମ ପୁଅର ବାହାଘର କରିବା। ସେ ଏତେବଡ଼ ଚାକିରି କରିଛି। ମୋ ବୋହୂ ଆସି କ’ଣ ମାଟିଘରେ ରହିବ। ସେଇ ପଇସାରେ ଗୋଟିଏ ଘର ସିଲିଂ ବି କରିଦେବା। ବୋଉର କଥା ସବୁ ଫଗୁଣର ପହିଲି ପୁଲକ ଓ ବଗିଚାରେ ଫୁଟିଥିବା ପ୍ରଥମ ଫୁଲର ବାସ୍ନା ଭଳି ମୋତେ ଆନମନା କରିବା ସହ ଅନିର୍ବଚନୀୟ ଆନନ୍ଦରେ ଦୀପ୍ତିମାନ କରୁଥିଲା। ସାନବାପା ଓ ଅନ୍ୟମାନେ ହସିବାକୁ ଲାଗିଲେ। ସାନବାପା କହିଲେ ଯେ, ସେ ତା’ ପ୍ରଥମ ଦରମା ଆଣି ତୋତେ ଦେଇଛି। ତମେ ଦୁଇଜଣ ସେଥିରେ (ମୋ ବୋଉ ଓ ବାପା) ପାନ ଓ ମିଠା ଖାଇବା ପାଇଁ କିଛି ପଇସା ରଖ। ଆଉ ପୁଅକୁ ଦେଇଦିଅ ସେ ଖର୍ଚ୍ଚ କରିବ। ଶେଷରେ ବୋଉର ଇଚ୍ଛା ହିଁ ରହିଲା ସାନବାପାଙ୍କର ସମ୍ମତି ସହ। କିନ୍ତୁ ମୋ ବୋଉର ଇଚ୍ଛା ଅନୁଯାୟୀ ଘରକାମ କରିବାକୁ ମୋ ପ୍ରଥମ ମାସର ଦରମା ପର୍ଯ୍ୟାପ୍ତ ନ ଥିଲା। ତଥାପି ମୁଁ ବଦ୍ଧପରିକର ଥିଲି କି ଯେତେ ଝଡ଼ ଆଉ ପ୍ରତିବନ୍ଧକ ଆସିଲେ ମଧ୍ୟ ମୋତେ ବୋଉର କଥାକୁ ପ୍ରମାଣିତ କରିବାକୁ ହେବ। ମୁଁ ମୋ ବ୍ୟାଚ୍‌ର ବନ୍ଧୁ ଡାକ୍ତର ବିଶ୍ୱଜିତ ଦାସ ଓ ରଶ୍ମିରେଖା ଦାସଙ୍କଠାରୁ ଆଉ କିଛି ପଇସା ଉଧାର ନେଇ ତା’ ପର ସପ୍ତାହରେ ଘରକୁ ଯାଇ ବୋଉକୁ ଦେଲି। ସେଥିରେ ଆମ ଚାଳଘରେ କେବଳ ମାଟି କାନ୍ଥଗୁଡିକୁ ଭଙ୍ଗାଯାଇ ଇଟାଯୋଡି ଦିଆଗଲା। ଇଟାଯୋଡ଼େଇ ପରେ ଘରର ଦାଣ୍ଡ ପଟ କାନ୍ଥ ଓ ଭିତର ପଟ କାନ୍ଥଗୁଡିକୁ ପଲସ୍ତରା କରିଦିଆଗଲା। ଆମ ଘର ମାତ୍ର ୪୮୦ ବର୍ଗଫୁଟ୍‌ର ଥିଲା। ଯେଉଁଠି ମୁଁ ଓ ମୋ ଆଗରେ ଅମାନିଆ ହରିଣ ପରି ସ୍ବପ୍ନମାନେ ଇତସ୍ତତଃ ଡିଆଁ ମାରି ଦୌଡୁଥିଲେ ସତେ ଯେମିତି ! ତା’ର ୩ ମାସ ପରେ ମୋର ବିବାହ ହୋଇଥିଲା। ମୋ ବୋଉ ମୋତେ ୨୦୨୦ ମସିହାରେ ଛାଡ଼ି ଚାଲିଗଲା ଯେତେବେଳେ ମୁଁ ଭୁବନେଶ୍ୱର ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲି। ମୋ ପ୍ରଥମ ରୋଜଗାରରେ ଇଟାକାନ୍ଥ ଯୋଡ଼ା ଘରଟି ଚଳିତ ବର୍ଷ ଭାଙ୍ଗିଗଲା ଓ ସେହି ଘରଡ଼ିହରେ ନୂଆ ଘରଟିଏ ତିଆରି କରିବାର ଯୋଜନା ରଖିଛୁ। ଏବେ ମୁଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟରତ ଓ ଭୁବନେଶ୍ୱରରେ ସରକାରୀ ବାସଭବନରେ ରହୁଛି ଏବଂ ଘରର ଅନ୍ୟ ସଦସ୍ୟମାନେ ମଦନପୁରରେ ବଡ଼ଭାଇଙ୍କ ପାଖରେ ରହୁଛନ୍ତି। ଚାକିରି ବ୍ୟତିତ ମୋର ବାକି ସମୟ କବିତା ଲେଖା ଓ ସାହିତ୍ୟ ଚର୍ଚ୍ଚାରେ କଟେ। ଏବେ ବି ସେ ପ୍ରଥମ ରୋଜଗାରର ସ୍ମୃତି ଓ ବୋଉର ଉତ୍ସୁକ ଓ ଆତ୍ମସନ୍ତୋଷଭରା ଆଖି ମୋତେ ମୋ ଜୀବନର ଲେଖା ସରି ନ ଥିବା କବିତା ପରି ଶିହରିତ କରିବା ସହ ଅନୁପ୍ରାଣିତ କରିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri