Posted inଫୁରସତ

ପ୍ରଥମ ଦରମା ଟଙ୍କାକୁ ବୋଉ କାନିରେ ବାନ୍ଧି ଦେଇଥିଲି: ତ୍ରିଲୋଚନ ମହାନ୍ତି

ମୋର ଜନ୍ମ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ସନ୍ଥପଡ଼ା ଗ୍ରାମରେ ଏକ ସାଧାରଣ ପରିବାରରେ। ୨୦୧୦ ଅକ୍ଟୋବରରେ ଓଡ଼ିଶା ପ୍ରାଶାସନିକ ସେବାରେ ଯୋଗଦେଲି। ମୋ ବନ୍ଧୁମାନଙ୍କ ସହ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେଶନରେ ପ୍ରଶିକ୍ଷଣ ନେବା ସମୟରେ ପ୍ରଥମ ମାସର ଦରମା ହିଁ ମୋ ଜୀବନର ପ୍ରଥମ ରୋଜଗାର। ଯାହାକୁ ମୁଁ ମୋ ବୋଉ କାନିରେ ବାନ୍ଧି ଦେଇ ବୋଉର ମୁରୁକି ମୁରୁକି ହସରେ ମୋ ପୁତ୍ରପଣିଆର ସାର୍ଥକତା ଅନୁଭବ କରୁଥିଲି। ଲାଗୁଥିଲା, ତା’ର ନିରିମାଖି ଚାହାଣି ଓ ସ୍ବପ୍ନନେସା ଆଖିରେ ହିଁ ମୋ ଜୀବନର ତମାମ ହସ ଆଉ ସଫଳତା ସମାନ୍ତରାଳ ଭାବେ ଭାସି ବୁଲୁଥିଲା। ବୋଉ ଘରେ ସମସ୍ତଙ୍କୁ ଡାକି କହିଲା ଯେ, ଦେଖ ଆମ ପୁଅ ତା’ ପ୍ରଥମ ମାସର ଦରମା ମୋ କାନିରେ ବାନ୍ଧି ଦେଇଛି। ଆମେ ସେଥିରେ ଆମ ଘରର ମାଟି କାନ୍ଥକୁ ଝାଡ଼ି ଇଟା କାନ୍ଥ କରିଦେବା। ତା’ ପରେ ଆମ ପୁଅର ବାହାଘର କରିବା। ସେ ଏତେବଡ଼ ଚାକିରି କରିଛି। ମୋ ବୋହୂ ଆସି କ’ଣ ମାଟିଘରେ ରହିବ। ସେଇ ପଇସାରେ ଗୋଟିଏ ଘର ସିଲିଂ ବି କରିଦେବା। ବୋଉର କଥା ସବୁ ଫଗୁଣର ପହିଲି ପୁଲକ ଓ ବଗିଚାରେ ଫୁଟିଥିବା ପ୍ରଥମ ଫୁଲର ବାସ୍ନା ଭଳି ମୋତେ ଆନମନା କରିବା ସହ ଅନିର୍ବଚନୀୟ ଆନନ୍ଦରେ ଦୀପ୍ତିମାନ କରୁଥିଲା। ସାନବାପା ଓ ଅନ୍ୟମାନେ ହସିବାକୁ ଲାଗିଲେ। ସାନବାପା କହିଲେ ଯେ, ସେ ତା’ ପ୍ରଥମ ଦରମା ଆଣି ତୋତେ ଦେଇଛି। ତମେ ଦୁଇଜଣ ସେଥିରେ (ମୋ ବୋଉ ଓ ବାପା) ପାନ ଓ ମିଠା ଖାଇବା ପାଇଁ କିଛି ପଇସା ରଖ। ଆଉ ପୁଅକୁ ଦେଇଦିଅ ସେ ଖର୍ଚ୍ଚ କରିବ। ଶେଷରେ ବୋଉର ଇଚ୍ଛା ହିଁ ରହିଲା ସାନବାପାଙ୍କର ସମ୍ମତି ସହ। କିନ୍ତୁ ମୋ ବୋଉର ଇଚ୍ଛା ଅନୁଯାୟୀ ଘରକାମ କରିବାକୁ ମୋ ପ୍ରଥମ ମାସର ଦରମା ପର୍ଯ୍ୟାପ୍ତ ନ ଥିଲା। ତଥାପି ମୁଁ ବଦ୍ଧପରିକର ଥିଲି କି ଯେତେ ଝଡ଼ ଆଉ ପ୍ରତିବନ୍ଧକ ଆସିଲେ ମଧ୍ୟ ମୋତେ ବୋଉର କଥାକୁ ପ୍ରମାଣିତ କରିବାକୁ ହେବ। ମୁଁ ମୋ ବ୍ୟାଚ୍‌ର ବନ୍ଧୁ ଡାକ୍ତର ବିଶ୍ୱଜିତ ଦାସ ଓ ରଶ୍ମିରେଖା ଦାସଙ୍କଠାରୁ ଆଉ କିଛି ପଇସା ଉଧାର ନେଇ ତା’ ପର ସପ୍ତାହରେ ଘରକୁ ଯାଇ ବୋଉକୁ ଦେଲି। ସେଥିରେ ଆମ ଚାଳଘରେ କେବଳ ମାଟି କାନ୍ଥଗୁଡିକୁ ଭଙ୍ଗାଯାଇ ଇଟାଯୋଡି ଦିଆଗଲା। ଇଟାଯୋଡ଼େଇ ପରେ ଘରର ଦାଣ୍ଡ ପଟ କାନ୍ଥ ଓ ଭିତର ପଟ କାନ୍ଥଗୁଡିକୁ ପଲସ୍ତରା କରିଦିଆଗଲା। ଆମ ଘର ମାତ୍ର ୪୮୦ ବର୍ଗଫୁଟ୍‌ର ଥିଲା। ଯେଉଁଠି ମୁଁ ଓ ମୋ ଆଗରେ ଅମାନିଆ ହରିଣ ପରି ସ୍ବପ୍ନମାନେ ଇତସ୍ତତଃ ଡିଆଁ ମାରି ଦୌଡୁଥିଲେ ସତେ ଯେମିତି ! ତା’ର ୩ ମାସ ପରେ ମୋର ବିବାହ ହୋଇଥିଲା। ମୋ ବୋଉ ମୋତେ ୨୦୨୦ ମସିହାରେ ଛାଡ଼ି ଚାଲିଗଲା ଯେତେବେଳେ ମୁଁ ଭୁବନେଶ୍ୱର ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲି। ମୋ ପ୍ରଥମ ରୋଜଗାରରେ ଇଟାକାନ୍ଥ ଯୋଡ଼ା ଘରଟି ଚଳିତ ବର୍ଷ ଭାଙ୍ଗିଗଲା ଓ ସେହି ଘରଡ଼ିହରେ ନୂଆ ଘରଟିଏ ତିଆରି କରିବାର ଯୋଜନା ରଖିଛୁ। ଏବେ ମୁଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟରତ ଓ ଭୁବନେଶ୍ୱରରେ ସରକାରୀ ବାସଭବନରେ ରହୁଛି ଏବଂ ଘରର ଅନ୍ୟ ସଦସ୍ୟମାନେ ମଦନପୁରରେ ବଡ଼ଭାଇଙ୍କ ପାଖରେ ରହୁଛନ୍ତି। ଚାକିରି ବ୍ୟତିତ ମୋର ବାକି ସମୟ କବିତା ଲେଖା ଓ ସାହିତ୍ୟ ଚର୍ଚ୍ଚାରେ କଟେ। ଏବେ ବି ସେ ପ୍ରଥମ ରୋଜଗାରର ସ୍ମୃତି ଓ ବୋଉର ଉତ୍ସୁକ ଓ ଆତ୍ମସନ୍ତୋଷଭରା ଆଖି ମୋତେ ମୋ ଜୀବନର ଲେଖା ସରି ନ ଥିବା କବିତା ପରି ଶିହରିତ କରିବା ସହ ଅନୁପ୍ରାଣିତ କରିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri