Posted inଫୁରସତ

ପ୍ରଥମ ଉପାର୍ଜିତ ଅର୍ଥରେ ବହି କିଣିଥିଲି: ଡ. ଅଜୟ କୁମାର ତ୍ରିପାଠୀ

୧୯୯୨ ମସିହାର ଏକ ଶୀତୁଆ ସନ୍ଧ୍ୟା। ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ମୁଁ ଫେରି ଆସିଥାଏ ମୋ ସହର ଛତ୍ରପୁରକୁ। ହଠାତ୍‌ ଡାକରା ଆସିଲା ବ୍ରହ୍ମପୁର ଆକାଶବାଣୀରୁ କବିତା ପଢ଼ିବା ନିମନ୍ତେ। ଏଠାରେ କହି ରଖିବାକୁ ଚାହେଁ ଯେ, ପାଠପଢ଼ା ସାଙ୍ଗକୁ ଗପ, କବିତା ଲେଖିବା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗନେବା ତଥା ନାଟକ ଭଳି କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ବି ମୋର ସେତେବେଳେ ବେଶ୍‌ ଆଗ୍ରହ ରହିଥାଏ। ଏଥିସହିତ କିଛି ଜଣାଶୁଣା ବ୍ୟକ୍ତିତ୍ୱଙ୍କ ସହ ମୋର ପରିଚୟ ବି ହୋଇଥାଏ। ସେମିତି ଜଣେ ବ୍ୟକ୍ତି ହେଲେ ବ୍ରହ୍ମପୁର ଆକାଶବାଣୀର ତତ୍କାଳୀନ ଆସିଷ୍ଟାଣ୍ଟ ଡାଇରେକ୍ଟର ହୃଷୀକେଶ ପାଣିଗ୍ରାହୀ। ତାଙ୍କଠାରୁ କବିତା ପଢ଼ିବା ନିମନ୍ତେ ନିର୍ଦ୍ଦେଶ ପାଇବା ପରେ ମୁଁ ପୁଲକିତ ହୋଇ ଉଠିଥିଲି, ଆଉ ପରଦିନ ଠିକ୍‌ ସମୟରେ ଯାଇ ପହଞ୍ଚତ୍ ଯାଇଥିଲି ଆକାଶବାଣୀ ଅଫିସ୍‌ରେ। ସେଠି ୩ଟି କବିତା ପାଠକଲି ଏବଂ ପ୍ରତିଦାନରେ ପାଇଥିଲି ୧୫୦ ଟଙ୍କା। ୧୯୯୨ ମସିହାରେ ୧୫୦ ଟଙ୍କାର ମୂଲ୍ୟ ଢେର୍‌ ଥିଲା। ଖୁସିରେ ଟଙ୍କାଟିକୁ ଧରି ଫେରିଥିଲି ଛତ୍ରପୁରକୁ। ସେଦିନ ସାରା ରାତି ମୋ ଆଖିକୁ ନିଦ ନ ଥିଲା। ହାତରେ ସେମିତି ଟଙ୍କାଟିକୁ ଧରି ଏପଟସେପଟ କରୁଥିଲି। କାରଣ ଏହା ଥିଲା ମୋ ଜୀବନର ପ୍ରଥମ ଉପାର୍ଜିତ ଅର୍ଥ। ଅବଶ୍ୟ ଏହା ପୂର୍ବରୁ ପ୍ରବନ୍ଧ ଓ ନିବନ୍ଧ ପ୍ରତିଯୋଗିତା ପାଇଁ କିମ୍ବା ୟୁନିର୍ଭସିଟି ଚାମ୍ପିୟନ୍‌ ପାଇଁ ମୋତେ ଅନେକ ପୁରସ୍କାର ରାଶି ମିଳି ସାରିଥିଲା। କିନ୍ତୁ ସେ ସବୁକୁ ମୁଁ କଷ୍ଟ ଉପାର୍ଜିତ ଧନ ବୋଲି ଭାବୁ ନ ଥିଲି; ତାହା ମୋ ପାଇଁ କେବଳ ପୁରସ୍କାର ହିଁ ଥିଲା। ହେଲେ ଆକାଶବାଣୀରୁ ପାଇଥିବା ଟଙ୍କା ହିଁ ଥିଲା ମୋର ପ୍ରଥମ କଷ୍ଟ ଉପାର୍ଜିତ ରୋଜଗାର; ଯାହାକି ମୋ ମନରେ ବିଶ୍ୱାସ ଭରି ଦେଇଥିଲା, ‘ମୁଁ ଜୀବନରେ କିଛି କରିପାରିବି ବୋଲି’। ଏହି ବିଶ୍ୱାସଟି ସେଦିନର ସେହି ରାତ୍ରି ଉଜାଗର ନିମନ୍ତେ ଏକ ବିରାଟ କାରଣ ଭାବରେ ଠିଆ ହୋଇଥିଲା ଏବଂ ତାହା ଥିଲା ଜୀବନର ଶ୍ରେଷ୍ଠ ଉପଲବ୍ଧି। ଅବଶ୍ୟ ପରଦିନ ବଜାରରୁ କିଛି ବହି କିଣି ମୁଁ ସେହି ଅର୍ଥର ସଦୁପଯୋଗ କରିଥିଲି; ଯେଉଁ ବହିଗୁଡ଼ିକ ଆଜି ବି ମୋ ପାଖରେ ସେମିତି ଅଛି ଆଉ ପୁରୁଣା ସ୍ମୃତିକୁ ମଝିରେ ମଝିରେ ମୋତେ ମନେ ପକାଇ ଦେଉଛି। ତେବେ ଜୀବନର ଚଲାପଥରେ ପାଦ ଆଗକୁ ଆଗକୁ ପକାଇ ସାହିତ୍ୟ କ୍ଷେତ୍ରରେ ହେଉ ଅବା ଓଡ଼ିଆ ଅଧ୍ୟାପନା କ୍ଷେତ୍ରରେ କିମ୍ବା ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ଯୁବ ରେଡକ୍ରସ୍‌ ଅଧିକାରୀ ଭାବେ କାମ କରି ଯଶ କମାଇବା ସହ ଯଥେଷ୍ଟ ଅର୍ଥ ଉପାର୍ଜନ କରୁଥିଲେ ହେଁ, ସେଦିନର ସେହି ୧୫୦ ଟଙ୍କାର ଖୁସି ଆଗରେ ତାହା କମ୍‌ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri