ବର୍ଷର ପ୍ରଥମ ପଥ ଉତ୍ସବ: ରାଜପଥରେ ଯାନବାହନ ଚଳାଚଳ ନିଷିଦ୍ଧ

ଭୁବନେଶ୍ୱର,୪।୧: ଆଜି ପଥ ଉତ୍ସବ। ସକାଳ ୬ଟାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଥ ଉତ୍ସବ ଆରମ୍ଭ ହୋଇଛି। ମାଷ୍ଟର୍‌ କ୍ୟାଣ୍ଟିନ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ନାଚଗୀତ ହେଉଛି। ବର୍ଷର ପ୍ରଥମ ପଥ ଉତ୍ସବ ପାଇଁ ରାଜପଥରେ ଯାନବାହନ ଚଳାଚଳ ନିଷିଦ୍ଧ ହୋଇଛି। ସକାଳ ୧୧ଟା ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଯାତାୟତ ନ କରିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily