ଉମରକୋଟରେ ଦେଶରେ ପ୍ରଥମ ପାଇରଲସିସ୍‌ ପ୍ଲାଣ୍ଟ

ଉମରକୋଟ, ୧୫।୬(ସନ୍ତୋଷ ଶତପଥୀ) ନବରଙ୍ଗପୁର ଜିଲା ପ୍ରଶାସନ ଉଦ୍ୟମରେ ଉମରକୋଟଠାରେ ଥିବା କୃଷି ବିଭାଗ ଫାର୍ମରେ ବୁଧବାର ଭାରତରେ ସର୍ବ ପ୍ରଥମ ପାଇରଲସିସ୍‌ ପ୍ଲାଣ୍ଟ ସ୍ଥାପନ ହୋଇଛି । ମିଶନ ନବରଙ୍ଗପୁର ନାମରେ ଆରମ୍ଭ ହେଇଥିବା ପାଇଲଟ ପ୍ରକଳ୍ପ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଏହା ସ୍ଥାପନ କରାଯାଇଛି। ସାଧାରଣତଃ ଶସ୍ୟ ଅମଳ ହେବା ପରେ ଚାଷୀ ବର୍ଜ୍ୟବସ୍ତୁକୁ ଫୋପାଡ଼ି ଦିଅନ୍ତି କିମ୍ବା ନିଆଁ ଲଗାଇଦେଇ ଥାନ୍ତି। କିନ୍ତୁ ଏହି ପ୍ଲାଣ୍ଟରେ ୨ଟି ୟୁନିଟ ରହିଛି। ଗୋଟିଏକୁ ବାଇଓମାସ ପଲିଟାଇଜର ଓ ଅନ୍ୟଟି ମୋବାଇଲ ପାଇରଲାଇଜର ବୋଲି କୁହାଯାଉଛି । ପ୍ରଥମେ ବାୟୋମାସ୍‌ ପଲିଟାଇଜର ମେଶିନରେ ନଡ଼ା, କାଠି ଓ ପରିତ୍ୟକ୍ତ ବସ୍ତୁକୁ ଗୁଣ୍ଡ କରିଥାଏ। ଏହାପରେ ଅଳ୍ପ ପାଣି ପକାଇ ତାକୁ ପିଲେଟ ତିଆରି କରାଯାଇଥାଏ। ଏହି ଯନ୍ତ୍ରଟିକୁ ବିଦ୍ୟୁତ୍‌ ମାଧ୍ୟମରେ ସଞ୍ଚାଳନ କରାଯାଏ । ଏହି ମେଶିନ ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଆଦି ରାଜ୍ୟର କୃଷକମାନେ ବ୍ୟବହାର କରିସାରିଲେଣି। କିନ୍ତୁ ମୋବାଇଲ ପାଇରଲାଇଜର ମେଶିନ ଏହା ଭାରତର ପ୍ରଥମ, ଏହାକୁ ଉମରକୋଟଠାରେ ସ୍ଥାପନ କରାଯାଇଛି। ଏହି ମେଶିନରେ ପୂର୍ବରୁ ତିଆରି ହୋଇଥିବା ପିଲେଟକୁ କଞ୍ଚାମାଲ ଭାବରେ ବ୍ୟବହାର କରାଯାଏ। ୧ ଘଣ୍ଟାରେ ପ୍ରାୟ ୩୦ କେଜି ପଲେଟ ବ୍ୟବହାର ହୋଇପାରିବ। ଏହି ମେଶିନରେ ପିଲେଟଗୁଡ଼ିକ ଗରମ କରାଯାଇ ଏଥିରୁ ରନ୍ଧନ ଗ୍ୟାସ , ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ପିଚୁ ଓ ତୈଳ ଉତ୍ପାଦନ କରା ଯାଇପାରିବ। ଏହି ଗ୍ୟାସକୁ ଏକ ସ୍ବତନ୍ତ୍ର ବେଲୁନ ମାଧ୍ୟମରେ ଘରେ ବ୍ୟବହାର ହୋଇପାରିବ, ଯାହାକି ଅଳ୍ପ ଟଙ୍କାରେ ଜାଳେଣି ଖର୍ଚ୍ଚ ହେବ। ଶେଷରେ ବାହାରୁ ଥିବା ପଦାର୍ଥକୁ କୋଇଲା ଭାବେ ମଧ୍ୟ ଆମେ ସ୍ବତନ୍ତ୍ର ଚୁଲି ମାଧ୍ୟମରେ ଜାଳେଣି ଭାବେ ବ୍ୟବହାର କରିପାରିବ । ଏହାକୁ ଜମିରେ ବ୍ୟବହାର କଲେ ସାର ଭାବେ କାର୍ଯ୍ୟ କରିବ । ଫଳରେ ଜମିର ଜଳଧାରଣ କ୍ଷମତା ବୃଦ୍ଧି ପାଇବ ବୋଲି ପ୍ରମୁଖ ବୈଜ୍ଞାନିକ ଡକ୍ଟର ମାନସ କୁମାର ସୂଚନା ଦେଇଛନ୍ତି। ଏହି ପିଲେଟକୁ ଏକ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା ଚୁଲାରେ ରୋଷେଇ ହୋଇପାରିବ । ୪ କେଜି ପିଲେଟରେ ପ୍ରାୟ ଦେଢ଼ ଘଣ୍ଟା ଚୁଲି ଜଳିପାରିବ। ଯାହାକି ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ବୋଲି କୁହାଯାଇଛି। ଏହି ଚୁଲା ବିଦ୍ୟୁତ୍‌ ଓ ବିନା ବିଦ୍ୟୁତ୍‌ରେ ମଧ୍ୟ ଚାଲିପାରିବ। ଏହି ପାଇରଲସିସ ପ୍ରକଳ୍ପ ଡେରାଡୁନସ୍ଥିତ ସିଏସଆଇଆରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ପେଟ୍ରୋଲିୟମ ଦ୍ୱାରା ପ୍ରସ୍ତୁତ କରାଯାଇଛି।
ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିଛନ୍ତି ସିଏସ୍‌ଆଇଆର- ଆଇଆଇପି ଡେରାଡୁନର ମୁଖ୍ୟ ବୈଜ୍ଞାନିକ ଡ. ଥାଲଡା ଭାସ୍କର ଓ ଭୁବନେଶ୍ବର ସିଏସଆଇଆର – ଆଇଆଇଏମଟିର ସହଯୋଗ ରହିଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲାପାଳ ଡ. କମଳ ଲୋଚନ ମିଶ୍ର ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ସ୍ଥିତ ସିଏସଆଇଆର – ଆଇଏମଏମଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ, ସିଏସଆଇଆର- ଆଇଆଇପି ଡେରାଡୁନର ମୁଖ୍ୟ ବୈଜ୍ଞାନିକ ଡ. ଥାଲାଡ ଭାସ୍କର, ଭୁବନେଶ୍ୱରସ୍ଥିତ ସିଏସଆଇଆର -ଆଇଏମ ଏମଟିର ପ୍ରମୁଖ ବୈଜ୍ଞାନିକ ଡ. ମନୀଷ କୁମାର ଓ ଡ. ଡି.ଏସ. ରାଓ, ସିଏସଆଇଆର- ଆଇଆଇପି ଡେରାଡୁନର ଟିଓ ଜିତେନ୍ଦ୍ର କୁମାର, ସିଏସ ଆଇଆର,- ଆଇଏମଏମଟି ଭୁବନେଶରର ମୁଖ୍ୟ ବୈଜ୍ଞାନିକ ଡ. ସ୍ନେହାଂଶୁ ବେହେରା, ଓରମାସ ସହକାରୀ ନିର୍ଦ୍ଦେଶକ ଏ.ଉମା ମହେଶ, ପାପଡାହାଣ୍ଡି କୃଷି ଅଧିକାରୀ ଜି. ଭେଙ୍କଟ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଉମରକୋଟ ଫାର୍ମର ପରିଚାଳକ ସନ୍ତୋଷ କୁମାର ନାୟକ ଓ ଫାର୍ମର କୃଷି ଅଧିଦର୍ଶକ ଧନୁ ଖୋସଲା ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri