ଅମୃତକାଳରେ ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ

ଭୁବନେଶ୍ୱର,୩।୨:ଚଳିତ ଥରର ବଜେଟ ବେଶ ଲୋକାଭିମୁଖୀ ଓ ସନ୍ତୁଳିତ ହୋଇଥିବା ବେଳେ ଅମୃତକାଳରେ ଏହା ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ୍‌ ବୋଲି ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି। ଏପରିକି ଶିଳ୍ପର ଅଭିବୃଦ୍ଧି ସହ ଭାରତକୁ ଏକ ବିଶ୍ୱସ୍ତରୀୟ ଉପତ୍ାଦନ କେନ୍ଦ୍ରରେ ପରିଣତ କରିବାକୁ ଏହା ସଠିକ୍‌ ଦିଗ ଦେଇଛି। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସିଇଓ ଏବଂ ଆର୍ସଲରମିତଲର କାର୍ଯ୍ୟନିର୍ବାହୀ ଉପସଭାପତି ତଥା ଇଣ୍ଡିଆନ୍‌ ଷ୍ଟିଲ ଆସୋସିଏସନ୍‌ର ସଭାପତି ଦିଲ୍ଲୀପ ଉମେନ୍‌ କହିଛନ୍ତି, ଚଳିତ ବଜେଟ ବେଶ ସ୍ବାଗତ ଯୋଗ୍ୟ, ଏପରିକି ଉଲ୍ଲେଖନୀୟ ୩୩% ବୃଦ୍ଧି ସହ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଯାହା ଜିଡିପିର ୩.୩%, ଭିତିଭୂମିର ଦ୍ରୁତ ବିକାଶ ପାଇଁ ଜୋର ଏବଂ ରେଳବାଇ ପାଇଁ ଏଯାବତ୍‌ ସର୍ବାଧିକ ୨.୪୦ ଲକ୍ଷ କୋଟି ଟଙ୍କା ଘରୋଇ ଇସ୍ପାତ ଚାହିଦାକୁ ବୃଦ୍ଧି କରିବ, ଯାହାଦ୍ୱାରା ଘରୋଇ ପୁଞ୍ଜି ବିନିଯୋଗ ଏବଂ ନିଯୁକ୍ତିି ସୃଷ୍ଟି ହେବ। ସେହିଭଳି ୭୫,୦୦୦କୋଟି ଟଙ୍କା ନିବେଶରେ ଇସ୍ପାତ, ବନ୍ଦର, କୋଇଲା ଇତ୍ୟାଦି କ୍ଷେତ୍ରରେ ପାଇଁ ବ୍ୟାପକ ସଂଯୋଗ, ଲଜିଷ୍ଟିକ୍‌ସ୍‌ ଦକ୍ଷତା ବୃଦ୍ଧି କରିବ। ଚଳିତ ବଜେଟ୍‌ରେ ଅଭିବୃଦ୍ଧି ଏବଂ ଉପଭୋଗର ଉନ୍ନତି ଉପରେ ଧ୍ୟାନ ଦିଆଯାଇଛି। ଏଥି ସହିତ ସବୁଜ ଅର୍ଥନୀତି ଏବଂ ଡିଜିଟାଲାଇଜେସନ ଉପରେ ଧ୍ୟାନ ଦିଆଯାଇଛି। ଏପରିକି ୨୦୨୫-୨୬ ସୁଦ୍ଧା ଆର୍ଥିକ ନିଅଣ୍ଟ ସ୍ତରକୁ ଟପି ୪.୫% ନିମ୍ନକୁ ପହଚିଂବା ପାଇଁ ସଂସ୍କାର ଗୁଡିକ ଆର୍ଥିକ ଏକୀକରଣର ସଠିକ୍‌ ପଥରେ ଅଛି। ସେହିପରି ପ୍ରଗତିଶୀଳ ଅର୍ଥନୀତି ଗୁଡିକ ଏକ କଠିନ ସମୟ ଦେଇ ଗତି କରୁଥିବା ବେଳେ, ଏହି ବଜେଟ୍‌ ଏକ ଦୀର୍ଘକାଳୀନ ଯୋଜନାକୁ ଦର୍ଶାଉଛି ଓ ଅର୍ଥନୈତିକ ପୁନରୁଦ୍ଧାରରେ ଉଚିତ୍‌ ମାର୍ଗ ଦର୍ଶନ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri