ଅମୃତକାଳରେ ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ

ଭୁବନେଶ୍ୱର,୩।୨:ଚଳିତ ଥରର ବଜେଟ ବେଶ ଲୋକାଭିମୁଖୀ ଓ ସନ୍ତୁଳିତ ହୋଇଥିବା ବେଳେ ଅମୃତକାଳରେ ଏହା ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ୍‌ ବୋଲି ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି। ଏପରିକି ଶିଳ୍ପର ଅଭିବୃଦ୍ଧି ସହ ଭାରତକୁ ଏକ ବିଶ୍ୱସ୍ତରୀୟ ଉପତ୍ାଦନ କେନ୍ଦ୍ରରେ ପରିଣତ କରିବାକୁ ଏହା ସଠିକ୍‌ ଦିଗ ଦେଇଛି। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସିଇଓ ଏବଂ ଆର୍ସଲରମିତଲର କାର୍ଯ୍ୟନିର୍ବାହୀ ଉପସଭାପତି ତଥା ଇଣ୍ଡିଆନ୍‌ ଷ୍ଟିଲ ଆସୋସିଏସନ୍‌ର ସଭାପତି ଦିଲ୍ଲୀପ ଉମେନ୍‌ କହିଛନ୍ତି, ଚଳିତ ବଜେଟ ବେଶ ସ୍ବାଗତ ଯୋଗ୍ୟ, ଏପରିକି ଉଲ୍ଲେଖନୀୟ ୩୩% ବୃଦ୍ଧି ସହ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଯାହା ଜିଡିପିର ୩.୩%, ଭିତିଭୂମିର ଦ୍ରୁତ ବିକାଶ ପାଇଁ ଜୋର ଏବଂ ରେଳବାଇ ପାଇଁ ଏଯାବତ୍‌ ସର୍ବାଧିକ ୨.୪୦ ଲକ୍ଷ କୋଟି ଟଙ୍କା ଘରୋଇ ଇସ୍ପାତ ଚାହିଦାକୁ ବୃଦ୍ଧି କରିବ, ଯାହାଦ୍ୱାରା ଘରୋଇ ପୁଞ୍ଜି ବିନିଯୋଗ ଏବଂ ନିଯୁକ୍ତିି ସୃଷ୍ଟି ହେବ। ସେହିଭଳି ୭୫,୦୦୦କୋଟି ଟଙ୍କା ନିବେଶରେ ଇସ୍ପାତ, ବନ୍ଦର, କୋଇଲା ଇତ୍ୟାଦି କ୍ଷେତ୍ରରେ ପାଇଁ ବ୍ୟାପକ ସଂଯୋଗ, ଲଜିଷ୍ଟିକ୍‌ସ୍‌ ଦକ୍ଷତା ବୃଦ୍ଧି କରିବ। ଚଳିତ ବଜେଟ୍‌ରେ ଅଭିବୃଦ୍ଧି ଏବଂ ଉପଭୋଗର ଉନ୍ନତି ଉପରେ ଧ୍ୟାନ ଦିଆଯାଇଛି। ଏଥି ସହିତ ସବୁଜ ଅର୍ଥନୀତି ଏବଂ ଡିଜିଟାଲାଇଜେସନ ଉପରେ ଧ୍ୟାନ ଦିଆଯାଇଛି। ଏପରିକି ୨୦୨୫-୨୬ ସୁଦ୍ଧା ଆର୍ଥିକ ନିଅଣ୍ଟ ସ୍ତରକୁ ଟପି ୪.୫% ନିମ୍ନକୁ ପହଚିଂବା ପାଇଁ ସଂସ୍କାର ଗୁଡିକ ଆର୍ଥିକ ଏକୀକରଣର ସଠିକ୍‌ ପଥରେ ଅଛି। ସେହିପରି ପ୍ରଗତିଶୀଳ ଅର୍ଥନୀତି ଗୁଡିକ ଏକ କଠିନ ସମୟ ଦେଇ ଗତି କରୁଥିବା ବେଳେ, ଏହି ବଜେଟ୍‌ ଏକ ଦୀର୍ଘକାଳୀନ ଯୋଜନାକୁ ଦର୍ଶାଉଛି ଓ ଅର୍ଥନୈତିକ ପୁନରୁଦ୍ଧାରରେ ଉଚିତ୍‌ ମାର୍ଗ ଦର୍ଶନ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri