ନିଜ ସାମର୍ଥ୍ୟର ପରିଚୟ ଦେଇଥାଏ ପ୍ରଥମ ରୋଜଗାର

ପ୍ରଥମ ଉପାର୍ଜନ ବା ପ୍ରଥମ ଆୟ, ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ; ଯାହା ଆର୍ଥିକ ସ୍ବାଧୀନତା ଓ ଆତ୍ମବିଶ୍ୱାସର ପ୍ରଥମ ପାଦଚିହ୍ନ ହୋଇପାରେ। ମୋ କଥା ଏଠି ମୁଁ କହିବାକୁ ଚାହିଁବି। ବୃତ୍ତି ପାଇଛି ତୃତୀୟ ଶ୍ରେଣୀରୁ। କହିବାକୁ ଗଲେ, ତାହା ମୋ କଷ୍ଟର ଉପାର୍ଜନ ଏବଂ ପ୍ରଥମ ଉପାର୍ଜନ। କିନ୍ତୁ ତା’ ବିଷୟରେ କହିବା ପାଇଁ କିଛି ନାହିଁ। କେବଳ ଏତିକି ଯେ, ତୃତୀୟ, ପଞ୍ଚମ ଶ୍ରେଣୀର ବୃତ୍ତି ପଇସା ପାଇଲେ ଖୁସି ଲାଗେ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଫିସକୁ ଯିବା ପାଇଁ ପିଅନ ଶ୍ରେଣୀରୁ ଡାକି ନିଅନ୍ତି ଓ ପଇସା ଧରି ଫେରିବା ପରେ ସାଙ୍ଗମାନେ ଖୁସିରେ ଚାହିଁ ରହିଥାଆନ୍ତି। ମୋ ପାଖେ ବସିବା ପାଇଁ ଝଗଡା ହୁଏ। ସେଇଦିନ ମୁଁ ସମସ୍ତଙ୍କ ପାଇଁ ସୁନା ପିଲା ହେଇଥାଏ। ଘରକୁ ଆସି ମା’ଙ୍କ ହାତରେ ପଇସା ଧରେଇବା ବେଳେ ଲାଗେ ମୁଁ ବଡ କାମଟେ କରିଚି। ବାସ୍‌ ସେ କଥା ସେହିଦିନ, ସେଇଠି ସରିଯାଏ। ପିଲାଦିନର ସରଳ କାହାଣୀ ସବୁ ଏମିତି। କିନ୍ତୁ ଉପାର୍ଜନ ଯାହାକୁ କୁହାଯାଏ, ମୁଁ କଲେଜରେ ଥିବାବେଳେ କରିଥିଲି। ମୋ ପ୍ରଥମ ଉପାର୍ଜନ। ମୁଁ ସବୁବେଳେ ଏମିତି। ପାଣି ସୁଅର ଗତିରେ ଭାସି ଚାଲିବା ମୋ ପ୍ରକୃତି ନୁହଁ। ପ୍ରତିକୂଳ ଗତି ମତେ ସୁହାଏ। ମୁଁ ଗୋଟିଏ ରକ୍ଷଣଶୀଳ ପରିବାରରେ ବଢୁଥାଏ। ବ୍ରାହ୍ମଣ ଘର ବଡ ଝିଅ, ତିନି ଝିଅରେ। ବୟସ ହେବାସହ ଅନୁଭବ କରୁଥିଲି ଯେ, ଝିଅ ମାନଙ୍କୁ ଯୌତୁକ ଦେବା କଥା ଭାବି, ଆମ ଘରେ ଖର୍ଚ୍ଚରେ ସାଲିସ କରାଯାଉଥାଏ; ଯାହାର ପ୍ରଭାବ ମୋ ଉପରେ ପଡିଥିଲା। ମୁଁ କୌଣସି ଇଚ୍ଛା ମନରେ ଆଉ ରଖିଲି ନାହିଁ। ପୂଜାପର୍ବରେ ଭଲ କିଛି କିଣିବା ବା ସାଙ୍ଗମାନଙ୍କ ସହ ବୁଲାବୁଲି କରିବା ପାଇଁ ମୁଁ ଘରୁ ମାଗିପାରେନି। ଯାହା ମିଳିଲା ସେଥିରେ ଖୁସି। ମନରେ ଦୁଃଖ ଥାଏ। କାହାକୁ କହିବି? ଯିଏ ବୁଝିବା କଥା, ସେମାନେ ତ ଯୌତୁକ ସଜାଡିବାରେ ବ୍ୟସ୍ତ। ମୁଁ ଭଲ ପାଠ ପଢିବା ସହ, ଭଲ ଚିତ୍ରକଳା ଓ ଗୀତ ଗାଉଥିଲି। ମୁଁ ଭାବିଲି ପାଠ ପଢିବା ସହ ଏଇ ସବୁ ଯଦି ପିଲାଙ୍କୁ ଶିଖାଏ, ମୁଁ ରୋଜଗାର କରିପାରିବି। ମନେ ମନେ ପ୍ଲାନ କରିବା ଆରମ୍ଭ କଲି। ବୋଧେ ୧୯ ବର୍ଷ ବୟସ ହେବ। ସ୍ନାତକ ପ୍ରଥମ ବର୍ଷର ଛାତ୍ରୀ ମୁଁ। ଘରେ ବି ଅନେକ କଟକଣା ଥାଏ। କୁଆଡେ ଯିବା ଆସିବା ସବୁ ଜଣାଇବାକୁ ହୁଏ। କଲେଜରୁ କିଛିଟା କ୍ଳାସ ନ କରି ସେହି ସମୟରେ ଅନ୍ୟ କିଛି କରାଯାଇପାରେ ବୋଲି ଭାବିଲି। ମୋ କଲେଜ ପାଖରେ ଏକ ସ୍କୁଲ ଥାଏ। ନିମ୍ନ ମଧ୍ୟବିତ୍ତ ଘରର ପିଲାମାନେ ସେଠି ପଢନ୍ତି। ତେଣୁ ମାସିକ ଖର୍ଚ୍ଚ ସେମାନଙ୍କ ଖୁବ୍‌ କମ। କୌଣସି ବାହାନାରେ ସେଇ ସ୍କୁଲକୁ ଦୁଇ ତିନିଥର ଯାଇ ଦେଖି ଆସିଲି ଯେ ଗୋଟିଏ ଗୋଟିଏ କ୍ଲାସରେ ପ୍ରାୟ ଚାଳିଶି ପିଲା ଅଛନ୍ତି। ମୁଁ କେବଳ ୩ୟ, ୪ର୍ଥ, ୫ମ ପିଲାଙ୍କୁ ସପ୍ତାହରେ ଦୁଇଦିନ ଚିତ୍ରକଳା ଓ ଦୁଇଦିନ ସଙ୍ଗୀତ ଶିକ୍ଷା ଦେବାପାଇଁ ମନସ୍ଥ କରି, ସ୍କୁଲ ପ୍ରିନ୍ସିପାଲଙ୍କୁ ଜଣାଇଲି। ତେବେ କଥା ହେଲା, ସ୍କୁଲ ବାଲା ମତେ କିଛି ସେଥିପାଇଁ ଦେବାକୁ ଚାହିଁଲେ ନାହିଁ। ପୁଣି ଭାବିଲି କ’ଣ କରାଯିବ। ପିଲା ପିଛା ମାତ୍ର ପାଞ୍ଚଟଙ୍କା ନେଇ ଶିକ୍ଷା ଦାନ କରିବା ପାଇଁ ନିଶ୍ଚୟ କଲି। ଏଇ ଯୋଉ ନୂଆ କଥାଟି ମନକୁ ଘାରିଥାଏ, ଫଳପ୍ରଦ କରିବା ଯାଏଁ ମୋ ଚେଷ୍ଟା ଚାଲିଲା। ପ୍ରଥମେ ସ୍କୁଲ ପରିଚାଳନା କମିଟି ସହ ମିଟିଂ ହେଇ ନିଷ୍ପତ୍ତି ହେଲା ଯେ, ମୁଁ କିଛି ପଇସା ମାସିକ ସେମାନଙ୍କୁ ଦେବି, ଶ୍ରେଣୀର ଭଡ଼ା ଆକାରରେ। ତା’ପରେ ପିଲାମାନଙ୍କ ଅଭିଭାବକଙ୍କୁ ବୁଝାଇବା କାମ ଚାଲିଲା। ଏମିତି ଭାବରେ ଯା’ ହେଉ ମୋ କ୍ଲାସ ଆରମ୍ଭ ହେଇଗଲା। ସବୁ ପିଲା ନ ଆସିଲେ ବି, ସ୍କୁଲକୁ ଦେଇ ସାରିବା ପରେ ମୋ ହାତକୁ ଦୁଇହଜାର ଟଙ୍କା ଆସିଲା ପ୍ରତି ମାସରେ, କିଛି କମ୍‌ କଥା ନଥିଲା। ମୁଁ କହୁଛି ନବେ ଦଶକର କଥା। ଅବଶ୍ୟ ତା’ପରେ ମୋ କାମ ବଢିଗଲା। ମୁଁ ଶନିବାର, ରବିବାର ଘରେ କ୍ଲାସ କଲି। ନୂଆବର୍ଷ ବେଳେ ଗ୍ରୀଟିଙ୍ଗସ କରି ବିକିଛି। ହାତ ତିଆରି ଜିନିଷର ବହୁତ ଡିମାଣ୍ଡ ଥିଲା ସେତେବେଳେ। ସେହି ସମୟର ଲୋକସମ୍ପର୍କ ଓ କିଛି କରିବା ଚେଷ୍ଟା ମତେ ପରବର୍ତ୍ତି ସମୟରେ ସାହାଯ୍ୟ କରିଛି ଆଗକୁ ବଢି ନିଜର ସ୍ବତନ୍ତ୍ର ପରିଚୟ ଗଢିବାରେ। ଆଜି ଅଙ୍କୁର ସ୍କୁଲ ଓ ଅଙ୍କୁର ଫାଉଣ୍ଡେସନ ସେହି ମନୋବୃତ୍ତିର ଫଳ। ହଁ, ମୁଁ ମୂଳ ବିଷୟରୁ ହଟି ଅଲଗା ଆଡେ ମାଡିଗଲିଣି।
ମୁଁ ଚାହୁଁଥିଲି ନିଜ ପ୍ରଥମ ରୋଜଗାରରେ ନିଜପାଇଁ କିଛି କିଣିବି। ଯାହା ସବୁ ମନ ମାରିବାକୁ ହେଇଛି, ସବୁ କରିବି। ହେଲେ ଝିଅ ହେଇ ବି ଉପାର୍ଜନ କରିପାରିବା ଦକ୍ଷତା ଦେଖାଇବା ଇଚ୍ଛା ପ୍ରବଳ ହେଲା। ତେଣୁ ମା’ଙ୍କ ହାତରେ ପ୍ରଥମ ଦୁଇହଜାର ଦେଇ ମୋ କ୍ଲାସ କଥା କହିଥିଲି। ସେହି ଯୋଉ ଆତ୍ମତୃପ୍ତି, ତାହା ଆଜିର ଦୁଇ ଲକ୍ଷ୍ୟରେ ବି ନାହିଁ। ପ୍ରଥମ ଉପାର୍ଜନ ସତରେ ଅନେକ ସାହାସ ଦେଇଥାଏ। ନିଜେ ନିଜ ସାମର୍ଥ୍ୟର ପରିଚୟ ପାଇଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri