ନିଜ ସାମର୍ଥ୍ୟର ପରିଚୟ ଦେଇଥାଏ ପ୍ରଥମ ରୋଜଗାର

ପ୍ରଥମ ଉପାର୍ଜନ ବା ପ୍ରଥମ ଆୟ, ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ; ଯାହା ଆର୍ଥିକ ସ୍ବାଧୀନତା ଓ ଆତ୍ମବିଶ୍ୱାସର ପ୍ରଥମ ପାଦଚିହ୍ନ ହୋଇପାରେ। ମୋ କଥା ଏଠି ମୁଁ କହିବାକୁ ଚାହିଁବି। ବୃତ୍ତି ପାଇଛି ତୃତୀୟ ଶ୍ରେଣୀରୁ। କହିବାକୁ ଗଲେ, ତାହା ମୋ କଷ୍ଟର ଉପାର୍ଜନ ଏବଂ ପ୍ରଥମ ଉପାର୍ଜନ। କିନ୍ତୁ ତା’ ବିଷୟରେ କହିବା ପାଇଁ କିଛି ନାହିଁ। କେବଳ ଏତିକି ଯେ, ତୃତୀୟ, ପଞ୍ଚମ ଶ୍ରେଣୀର ବୃତ୍ତି ପଇସା ପାଇଲେ ଖୁସି ଲାଗେ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଫିସକୁ ଯିବା ପାଇଁ ପିଅନ ଶ୍ରେଣୀରୁ ଡାକି ନିଅନ୍ତି ଓ ପଇସା ଧରି ଫେରିବା ପରେ ସାଙ୍ଗମାନେ ଖୁସିରେ ଚାହିଁ ରହିଥାଆନ୍ତି। ମୋ ପାଖେ ବସିବା ପାଇଁ ଝଗଡା ହୁଏ। ସେଇଦିନ ମୁଁ ସମସ୍ତଙ୍କ ପାଇଁ ସୁନା ପିଲା ହେଇଥାଏ। ଘରକୁ ଆସି ମା’ଙ୍କ ହାତରେ ପଇସା ଧରେଇବା ବେଳେ ଲାଗେ ମୁଁ ବଡ କାମଟେ କରିଚି। ବାସ୍‌ ସେ କଥା ସେହିଦିନ, ସେଇଠି ସରିଯାଏ। ପିଲାଦିନର ସରଳ କାହାଣୀ ସବୁ ଏମିତି। କିନ୍ତୁ ଉପାର୍ଜନ ଯାହାକୁ କୁହାଯାଏ, ମୁଁ କଲେଜରେ ଥିବାବେଳେ କରିଥିଲି। ମୋ ପ୍ରଥମ ଉପାର୍ଜନ। ମୁଁ ସବୁବେଳେ ଏମିତି। ପାଣି ସୁଅର ଗତିରେ ଭାସି ଚାଲିବା ମୋ ପ୍ରକୃତି ନୁହଁ। ପ୍ରତିକୂଳ ଗତି ମତେ ସୁହାଏ। ମୁଁ ଗୋଟିଏ ରକ୍ଷଣଶୀଳ ପରିବାରରେ ବଢୁଥାଏ। ବ୍ରାହ୍ମଣ ଘର ବଡ ଝିଅ, ତିନି ଝିଅରେ। ବୟସ ହେବାସହ ଅନୁଭବ କରୁଥିଲି ଯେ, ଝିଅ ମାନଙ୍କୁ ଯୌତୁକ ଦେବା କଥା ଭାବି, ଆମ ଘରେ ଖର୍ଚ୍ଚରେ ସାଲିସ କରାଯାଉଥାଏ; ଯାହାର ପ୍ରଭାବ ମୋ ଉପରେ ପଡିଥିଲା। ମୁଁ କୌଣସି ଇଚ୍ଛା ମନରେ ଆଉ ରଖିଲି ନାହିଁ। ପୂଜାପର୍ବରେ ଭଲ କିଛି କିଣିବା ବା ସାଙ୍ଗମାନଙ୍କ ସହ ବୁଲାବୁଲି କରିବା ପାଇଁ ମୁଁ ଘରୁ ମାଗିପାରେନି। ଯାହା ମିଳିଲା ସେଥିରେ ଖୁସି। ମନରେ ଦୁଃଖ ଥାଏ। କାହାକୁ କହିବି? ଯିଏ ବୁଝିବା କଥା, ସେମାନେ ତ ଯୌତୁକ ସଜାଡିବାରେ ବ୍ୟସ୍ତ। ମୁଁ ଭଲ ପାଠ ପଢିବା ସହ, ଭଲ ଚିତ୍ରକଳା ଓ ଗୀତ ଗାଉଥିଲି। ମୁଁ ଭାବିଲି ପାଠ ପଢିବା ସହ ଏଇ ସବୁ ଯଦି ପିଲାଙ୍କୁ ଶିଖାଏ, ମୁଁ ରୋଜଗାର କରିପାରିବି। ମନେ ମନେ ପ୍ଲାନ କରିବା ଆରମ୍ଭ କଲି। ବୋଧେ ୧୯ ବର୍ଷ ବୟସ ହେବ। ସ୍ନାତକ ପ୍ରଥମ ବର୍ଷର ଛାତ୍ରୀ ମୁଁ। ଘରେ ବି ଅନେକ କଟକଣା ଥାଏ। କୁଆଡେ ଯିବା ଆସିବା ସବୁ ଜଣାଇବାକୁ ହୁଏ। କଲେଜରୁ କିଛିଟା କ୍ଳାସ ନ କରି ସେହି ସମୟରେ ଅନ୍ୟ କିଛି କରାଯାଇପାରେ ବୋଲି ଭାବିଲି। ମୋ କଲେଜ ପାଖରେ ଏକ ସ୍କୁଲ ଥାଏ। ନିମ୍ନ ମଧ୍ୟବିତ୍ତ ଘରର ପିଲାମାନେ ସେଠି ପଢନ୍ତି। ତେଣୁ ମାସିକ ଖର୍ଚ୍ଚ ସେମାନଙ୍କ ଖୁବ୍‌ କମ। କୌଣସି ବାହାନାରେ ସେଇ ସ୍କୁଲକୁ ଦୁଇ ତିନିଥର ଯାଇ ଦେଖି ଆସିଲି ଯେ ଗୋଟିଏ ଗୋଟିଏ କ୍ଲାସରେ ପ୍ରାୟ ଚାଳିଶି ପିଲା ଅଛନ୍ତି। ମୁଁ କେବଳ ୩ୟ, ୪ର୍ଥ, ୫ମ ପିଲାଙ୍କୁ ସପ୍ତାହରେ ଦୁଇଦିନ ଚିତ୍ରକଳା ଓ ଦୁଇଦିନ ସଙ୍ଗୀତ ଶିକ୍ଷା ଦେବାପାଇଁ ମନସ୍ଥ କରି, ସ୍କୁଲ ପ୍ରିନ୍ସିପାଲଙ୍କୁ ଜଣାଇଲି। ତେବେ କଥା ହେଲା, ସ୍କୁଲ ବାଲା ମତେ କିଛି ସେଥିପାଇଁ ଦେବାକୁ ଚାହିଁଲେ ନାହିଁ। ପୁଣି ଭାବିଲି କ’ଣ କରାଯିବ। ପିଲା ପିଛା ମାତ୍ର ପାଞ୍ଚଟଙ୍କା ନେଇ ଶିକ୍ଷା ଦାନ କରିବା ପାଇଁ ନିଶ୍ଚୟ କଲି। ଏଇ ଯୋଉ ନୂଆ କଥାଟି ମନକୁ ଘାରିଥାଏ, ଫଳପ୍ରଦ କରିବା ଯାଏଁ ମୋ ଚେଷ୍ଟା ଚାଲିଲା। ପ୍ରଥମେ ସ୍କୁଲ ପରିଚାଳନା କମିଟି ସହ ମିଟିଂ ହେଇ ନିଷ୍ପତ୍ତି ହେଲା ଯେ, ମୁଁ କିଛି ପଇସା ମାସିକ ସେମାନଙ୍କୁ ଦେବି, ଶ୍ରେଣୀର ଭଡ଼ା ଆକାରରେ। ତା’ପରେ ପିଲାମାନଙ୍କ ଅଭିଭାବକଙ୍କୁ ବୁଝାଇବା କାମ ଚାଲିଲା। ଏମିତି ଭାବରେ ଯା’ ହେଉ ମୋ କ୍ଲାସ ଆରମ୍ଭ ହେଇଗଲା। ସବୁ ପିଲା ନ ଆସିଲେ ବି, ସ୍କୁଲକୁ ଦେଇ ସାରିବା ପରେ ମୋ ହାତକୁ ଦୁଇହଜାର ଟଙ୍କା ଆସିଲା ପ୍ରତି ମାସରେ, କିଛି କମ୍‌ କଥା ନଥିଲା। ମୁଁ କହୁଛି ନବେ ଦଶକର କଥା। ଅବଶ୍ୟ ତା’ପରେ ମୋ କାମ ବଢିଗଲା। ମୁଁ ଶନିବାର, ରବିବାର ଘରେ କ୍ଲାସ କଲି। ନୂଆବର୍ଷ ବେଳେ ଗ୍ରୀଟିଙ୍ଗସ କରି ବିକିଛି। ହାତ ତିଆରି ଜିନିଷର ବହୁତ ଡିମାଣ୍ଡ ଥିଲା ସେତେବେଳେ। ସେହି ସମୟର ଲୋକସମ୍ପର୍କ ଓ କିଛି କରିବା ଚେଷ୍ଟା ମତେ ପରବର୍ତ୍ତି ସମୟରେ ସାହାଯ୍ୟ କରିଛି ଆଗକୁ ବଢି ନିଜର ସ୍ବତନ୍ତ୍ର ପରିଚୟ ଗଢିବାରେ। ଆଜି ଅଙ୍କୁର ସ୍କୁଲ ଓ ଅଙ୍କୁର ଫାଉଣ୍ଡେସନ ସେହି ମନୋବୃତ୍ତିର ଫଳ। ହଁ, ମୁଁ ମୂଳ ବିଷୟରୁ ହଟି ଅଲଗା ଆଡେ ମାଡିଗଲିଣି।
ମୁଁ ଚାହୁଁଥିଲି ନିଜ ପ୍ରଥମ ରୋଜଗାରରେ ନିଜପାଇଁ କିଛି କିଣିବି। ଯାହା ସବୁ ମନ ମାରିବାକୁ ହେଇଛି, ସବୁ କରିବି। ହେଲେ ଝିଅ ହେଇ ବି ଉପାର୍ଜନ କରିପାରିବା ଦକ୍ଷତା ଦେଖାଇବା ଇଚ୍ଛା ପ୍ରବଳ ହେଲା। ତେଣୁ ମା’ଙ୍କ ହାତରେ ପ୍ରଥମ ଦୁଇହଜାର ଦେଇ ମୋ କ୍ଲାସ କଥା କହିଥିଲି। ସେହି ଯୋଉ ଆତ୍ମତୃପ୍ତି, ତାହା ଆଜିର ଦୁଇ ଲକ୍ଷ୍ୟରେ ବି ନାହିଁ। ପ୍ରଥମ ଉପାର୍ଜନ ସତରେ ଅନେକ ସାହାସ ଦେଇଥାଏ। ନିଜେ ନିଜ ସାମର୍ଥ୍ୟର ପରିଚୟ ପାଇଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri