Posted inUncategorized

ପ୍ରଥମ ରୋଜଗାର: ଗଡ଼ ଜିଣିବା ଭଳି ମନେ ହେଉଥିଲା

ନିଜର ‘ପ୍ରଥମ ରୋଜଗାର’ କହିଲେ ଭିନ୍ନ ଭିନ୍ନ ଅର୍ଥ ଆସିପାରେ। ଜୀବନରେ ପ୍ରଥମ ଥର ପାଇଁ କୌଣସି କାମ କରି, ଅଥବା ଚାକିରିକରି କିମ୍ବା ଅନ୍ୟ କୌଣସି ଉପାୟରେ କରିଥିବା ରୋଜଗାରକୁ ପ୍ରଥମ ରୋଜଗାର କୁହାଯାଇପାରେ। ମୋ ପାଇଁ କିନ୍ତୁ ପ୍ରଥମ ରୋଜଗାର କହିଲେ, ମୁଁ ସ୍କୁଲରେ ପାଇଥିବା ବୃତ୍ତି ଟଙ୍କାକୁ ହିଁ ବୁଝେ। କାରଣ ମୋ ବୋଉ ମତେ ସେମିତି ହିଁ କହିଥିଲା। ମୋ ପିଲାଦିନର ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କଟିଛି କନ୍ଧମାଳ ଜିଲା ବସ୍ତିଙ୍ଗିଆରେ। ସେଇଠି ଥିବାବେଳେ ନିକଟସ୍ଥ ତେନ୍ତୁଳିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପଢ଼ିଛି। ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେବାରୁ କେବଳ ଆମ ପରିବାର କାହିଁକି, ଆମ ସ୍କୁଲ, ଆମେ ରହୁଥିବା ବ୍ଲକ କଲୋନି ଆଦି ସବୁ ଜଣାଶୁଣା ସ୍ଥାନର ଲୋକେ ବି ବହୁ ଖୁସି ହୋଇଥିଲେ। କିନ୍ତୁ ବୃତ୍ତି ଟଙ୍କାଟା ପାଇଲି ୨ ବର୍ଷ ପରେ, ସପ୍ତମ ଶ୍ରେଣୀ ସରିବା ବେଳକୁ। ସେତେବେଳେ ସେମିତି ହିଁ ମିଳୁଥିଲା ବୃତ୍ତି ଟଙ୍କା। ମୋର ସପ୍ତମ ଶ୍ରେଣୀ ମାନେ ୧୯୮୨ ମସିହାର କଥା। ସେତେବେଳେ ବୃତ୍ତି ଟଙ୍କା ଥିଲା ମାସକୁ ୯ ଟଙ୍କା। ଏକାଥରକେ ୨ବର୍ଷର ବୃତ୍ତି ଟଙ୍କା ନେଇ ଘରକୁ ଫେରିବା ବେଳକୁ ଲାଗୁଥିଲା, ମୁଁ ସତେ ଅବା ଗଡ଼ ଜିଣି ଫେରୁଛି। ସେତେବେଳେ ଦ୍ୱିପ୍ରହର ଟିଫିନ୍‌ ଖର୍ଚ୍ଚ ବାବଦରେ ଦିନକୁ ୨୫ ପଇସା ନେଲେ କାହିଁରେ କ’ଣ। ତେଣୁ ୨ ବର୍ଷର ବୃତ୍ତି ଟଙ୍କା ମୋ ପାଇଁ କେତେ ଅଧିକ ଥିଲା, ଅନୁମାନ କରିହେଉଥିବ। ସ୍କୁଲରୁ ଫେରିବା ବେଳକୁ ବୃତ୍ତି ଟଙ୍କା ରଖିଥିବା ପକେଟକୁ ଜାବୁଡ଼ି ଧରିଥାଏ। ମନରେ କେମିତି ଗୋଟିଏ ଆନନ୍ଦର ଲହଡ଼ି। ଆଖିରେ ଅଜଣା ଚମକ। ଅବଶ୍ୟ ସେ ବୟସରେ ବୃତ୍ତି ଟଙ୍କା ପାଇବାର ଗୌରବ, କି ଦିନକୁ ୨୫/୩୦ ପଇସା ଧରୁଥିବା ହାତରେ ଏତେଗୁଡ଼ିଏ ଟଙ୍କା ଧରିଥିବାର ଉଦ୍‌ବେଳନରୁ ଏ ଆନନ୍ଦର ସୃଷ୍ଟି ହୋଇଥିଲା, ତାହା ଏବେ ମନେପଡୁନାହିଁ। ଘରେ ପଶୁ ପଶୁ ପକେଟ ଉପରେ ବୋଉର ନଜର ପଡ଼ିବାରୁ ସେ ପଚାରିଲା- ”କିରେ! ପକେଟକୁ କାହିଁକି ଜାବୁଡ଼ି ଧରିଛୁ?“ ମୁଁ ବୃତ୍ତି ଟଙ୍କା ପାଇଥିବା କହିଦେଲି। ବୋଉ ବୋଧହୁଏ ମୋ ଆଖିର ଚମକକୁ ପଢ଼ିପାରିଥିଲା। ଅବଶ୍ୟ ସବୁ ମାଆ ନିଜ ସନ୍ତାନର ମନର ଭାଷାକୁ ପଢ଼ିପାରନ୍ତି। ମୁଁ ତା’ ହାତକୁ ଟଙ୍କାତକ ବଢ଼େଇଦେଲା ବେଳକୁ ସେ କହିଲା- ”ନାଇଁ , ଏ ଟଙ୍କା ତୋର। ଏଇଟା ତୋର ପ୍ରଥମ ରୋଜଗାର। ତୋ ପାଖରେ ରଖ, ଯେମିତି ମନ ହେଉଛି, ସେମିତି ଖର୍ଚ୍ଚ କରିବୁ।“ ବୋଉ କଥା ଶୁଣି ପୁଲକିତ ହେଲି। ସେଇ ଟଙ୍କାତକ ବହୁ ଦିନ ପର୍ଯ୍ୟନ୍ତ ପାଖରେ ରଖିଥିଲି। ତା’ ପରେ କେମିତି ଖର୍ଚ୍ଚ କରିଥିଲି, ଏବେ ୪ଦଶନ୍ଧି ପରେ ଆଉ କି ମନେଅଛି! ପରବର୍ତ୍ତୀ ସମୟରେ ସପ୍ତମ ଶ୍ରେଣୀରେ ବି ବୃତ୍ତି ପାଇଲି; ଯାହାର ଟଙ୍କାତକ ଦଶମ ଶ୍ରେଣୀ ପରୀକ୍ଷା ଦେଇସାରିବା ପରେ ପାଇଥିଲି। କିନ୍ତୁ ସେତେବେଳକୁ ଆଉ ପ୍ରଥମ ଥରର ବୃତ୍ତି ଟଙ୍କା ଧରିବା ସମୟର ପୁଲକ ନ ଥିଲା। ପ୍ରଥମ ତ ସବୁବେଳେ ପ୍ରଥମ। ତା’ର ଆଉ ବିକଳ୍ପ ଥାଏ କି! ତେବେ ଦଶମ ଶ୍ରେଣୀରେ ପଢୁଥିଲାବେଳେ ସ୍କୁଲ ମାଗାଜିନ୍‌ରେ ମୋର ପ୍ରଥମ ଲେଖା ପ୍ରକାଶ ପାଇଥିଲା। ଏହାପରେ ନିୟମିତ ଗପ, କବିତା, ଲଳିତ ନିବନ୍ଧମାନ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଚାଲିଲା। ଏପରିକି ୟା’ଭିତରେ ମୋର ୨ଟି କବିତା, ୩ଟି ଗଳ୍ପ ଓ ୬ଟି ଲଳିତ ନିବନ୍ଧ ପୁସ୍ତକ ମଧ୍ୟ ପ୍ରକାଶ ପାଇସାରିଛି। ତେବେ ଏହି ସାହିତ୍ୟ ଲାଗି ମୋତେ ରାଜ୍ୟ ଯୁବ ପୁରସ୍କାର ବି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି।…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri