ଉତ୍କଳ ହସ୍ପିଟାଲର ପ୍ରଥମ ଏଥିକ୍ସ କମିଟି ବୈଠକ

ନୂଆଦିଲ୍ଲୀ,୬।୭: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ମଲ୍ଟି ସ୍ପେଶାଲିଟି ହେଲଥ ୟୁନିଟ ଉତ୍କଳ ହସ୍ପିଟାଲ ଭୁବନେଶ୍ୱରର ପ୍ରଥମ ଏଥିକ୍ସ କମିଟିର ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି କେନ୍ଦ୍ର ସରକାରଙ୍କର ସ୍ବାସ୍ଥ୍ୟ ଓ ଗବେଷଣା ବିଭାଗ ଦ୍ୱାରା ଅନୁମୋଦିତ ହେବା ପରେ ଏହାର ପ୍ରଥମ ବୈଠକ ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ହସ୍ପିଟାଲର ମାନେଜିଙ୍ଗ ଡାଇରେକ୍ଟର ଡ. ପ୍ରଜ୍ଞାନ ରଞ୍ଜନ ଘଡେଇ ଅଧ୍ୟକ୍ଷତା କରିଥିଲା ବେଳେ ହସ୍ପିଟାଲର ସିଇଓ ଡା. ଆଶିଷ. ଚନ୍ଦ୍ରା ସ୍ବାଗତ ଅଭିଭାଷଣ ସହ ବୈଠକ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଉକ୍ତ କିମିଟିର ୧୧ଜଣ ମେମ୍ବର ପରସ୍ପରଙ୍କୁ ପରିଚୟ ପ୍ରଦାନ କରିଥିଲେ। ଏପରିକି ହସ୍ପିଟାଲର ଡିନ୍‌ ଡା.(ପ୍ର) ପ୍ରଫୁଲ୍ଲ କୁମାର ଦାଶ ଏଥିକ୍ସ କମିଟିର ପ୍ରମାଣପତ୍ରକୁ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ସହ ଏସଓପି ବୁକଲେଟ ସମସ୍ତଙ୍କୁ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସାଇଣ୍ଟିଫିକ ରିସର୍ଚ୍ଚ କମିଟିର ସଦସ୍ୟ ହିସାବରେ ଡା. (ପ୍ର) ଲିସା ସରଙ୍ଗିଙ୍କୁ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ, ଡ. (ପ୍ର) ବିଦ୍ଧୁ କଲ୍ୟାଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏଥିକ୍ସ କମିଟିର ସଦସ୍ୟ ଭାବେ ଯଥା ଡା.(ପ୍ର) ସୁଧାଂଶୁ ଶେଖର ମିଶ୍ର, ଡା. ଘନଶ୍ୟାମ ବିଶ୍ବାସ, ଡା.ଆନ୍ନା ସଲୋମି କେର୍କଟା, ଡା. ସିଦ୍ଧାର୍ଥ ଗିରି, ଡା. ସୁଧୀର ପଟ୍ଟନାୟକ, ଡା. ସରୋଜ କୁମାର ସାହୁ, ଡା. ନୀହାରିକା ପଟ୍ଟନାୟକ, ଆଡଭୋକେଟ ସୀତାଂଶୁ ମୋହନ ଦ୍ୱିବେଦି ଏବଂ ସ୍ବର୍ଣ୍ଣଲତା ମିଶ୍ର ଓ ହରପ୍ରିୟା ଦାସ ସାମିଲ ଅଛନ୍ତି। ଅପରପକ୍ଷରେ ଉତ୍କଳ ହସ୍ପିଟାଲର ମେଡିକାଲ ଡାଇରେକ୍ଟର ଡା.ରଞ୍ଜନ କୁମାର ମହାପାତ୍ର ମେଡିକାଲ ଗବେଷଣାରେ ଏଥିକ୍ସ କମିଟିର ଭୂମିକା ଅପରିହାର୍ଯ୍ୟ ବୋଲି ଦର୍ଶାଇ ଥିଲେ। ପରିଶେଷରେ ମେମ୍ବର ଅଫ ସେକ୍ରେଟାରି ଡା. ନୀହାରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ସାବିତ୍ରୀ, ଜମୁଛି ଆମ୍ବ-ପଣସ ଆସର

ଗଞ୍ଜାମ,୧୪।୫(ବିଦ୍ୟାଧର ସାହୁ): ଦିନକ ପରେ ଅର୍ଥାତ ଶନିବାର ସମଗ୍ର ରାଜ୍ୟରେ ପାଳିତ ହେବ ସାବିତ୍ରୀ ଅମାବାସ୍ୟା l କେଉଁ ଆବାହନ କାଳରୁ ବାପାମା’ ଝିଅ ପାଇଁ ଭାର…

ଗୋଟିଏ ବୁନ୍ଦା ନାହିଁ ପେଟ୍ରୋଲ: ସାରା ଦେଶରେ ବ୍ଲାକ୍‌ଆଉଟ୍‌ ଘୋଷଣା କଲେ ସରକାର, ରାଜଧାନୀରେ…

ହାଭାନା,୧୪।୫: କ୍ୟୁବା ବର୍ତ୍ତମାନ ଏକ ଗମ୍ଭୀର ଇନ୍ଧନ ସଙ୍କଟର ସମ୍ମୁଖୀନ ହେଉଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ଦେଶରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଡିଜେଲ ଓ…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

ଓ଼୍ବାର୍କ ଫର୍ମ ହୋମ୍‌ ନେଇ ବଡ଼ ଘୋଷଣା କଲେ ରାଜ୍ୟ ସରକାର, କେବଳ ୫୦% କର୍ମଚାରୀ ଯିବେ ଅଫିସ୍‌, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୪।୫: ବିଶ୍ୱ ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନ୍ଧନ ସଂରକ୍ଷଣ ପାଇଁ ଆହ୍ୱାନର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ତ୍ରିପୁରା ସରକାର ଏହାର 50% କର୍ମଚାରୀଙ୍କ ପାଇଁ…

ଟ୍ରମ୍ପଙ୍କୁ ଭେଟି ବଡ଼ ଘୋଷଣା କଲେ ଚାଇନା ରାଷ୍ଟ୍ରପତି: ଚାହିଁ ରହିଗଲା ସାରା ବିଶ୍ୱ

ବେଜିଂ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କର ଐତିହାସିକ ଶିଖର ସମ୍ମିଳନୀ ପାଇଁ ବେଜିଂରେ ପହଞ୍ଚିଛନ୍ତି। ଗୁରୁବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ଟ୍ରମ୍ପଙ୍କୁ ସ୍ବାଗତ…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

ପେଟ୍ରୋଲ ଅଭାବ ଭିତରେ ଭୁବନେଶ୍ୱରରେ ବଦଳିଲା ତେଲଦର! ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

୨୦ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୪ା୫(ରବିନାରାୟଣ ଜେନା):ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri