ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ ମାନୁଆଲର ପ୍ରଥମ ସଂସ୍କରଣ

ଭୁବନେଶ୍ୱର,୧୫।୬: ଇଣ୍ଡିଆନ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଡେଭଲପମେଣ୍ଟ ଆସୋସିଏସନ (ଆଇଏସ୍‌ଏସ୍‌ଡିଏ)ର ବହୁ ପ୍ରତୀକ୍ଷିତ ତଥା ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ୍‌ ମାନୁଆଲର ପ୍ରଥମ ଭାରତୀୟ ସଂସ୍କରଣ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ସହରାଞ୍ଚଳ ଭିତ୍ତିଭୂମିରେ ଷ୍ଟେନ୍‌ଲେସ୍‌ ଷ୍ଟିଲର ରୂପାନ୍ତରଣକାରୀ ଶକ୍ତିକୁ ଠିକ୍‌ ଭାବେ ଦର୍ଶାଇବା ସହ ଭାରତର ସେତୁ ନିର୍ମାଣ ଡିଜାଇନରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ବ୍ୟବହାର ସମ୍ପର୍କରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ୍‌ ମାନୁଆଲର ପ୍ରଥମ ସଂସ୍କରଣକୁ ଆଇଏସ୍‌ଏସ୍‌ଡିଏ ଉନ୍ମୋଚନ କରିଛି। ଉଲ୍ଲେଖଯୋଗ୍ୟ, କୋଲକାତାର ସିଲିଗୁଡ଼ିଠାରେ ଆୟୋଜିତ ଇଣ୍ଡିଆନ୍‌ ରୋଡ୍‌ କଂଗ୍ରେସ (ଆଇଆର୍‌ସି)ର ୨୨୮ତମ ମଧ୍ୟବର୍ତ୍ତିକାଳୀନ ପରିଷଦ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ଟିୟୁପି କନ୍‌ସଲଟାଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ପୂର୍ବତନ ନିର୍ଦ୍ଦେଶକ ଡ. ନିର୍ମାଲ୍ୟ ବନ୍ଦ୍ୟୋପାଧ୍ୟାୟଙ୍କ ଦ୍ୱାରା ଲିଖିତ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ ମାନୁଆଲ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି।
ଅପରପକ୍ଷରେ ଇଞ୍ଜିନିୟରିଂ ଏବଂ ବୈଷୟିକ ଦକ୍ଷତା ବୃଦ୍ଧି କରିବା ସହ ଏହି ଡିଜାଇନ୍‌ ମାନୁଆଲ ସମଗ୍ର ଭାରତରେ ଇଞ୍ଜିନିୟର ଏବଂ ଶିକ୍ଷାବିତ୍‌ମାନଙ୍କ ପାଇଁ ବେଶ୍‌ ସହାୟକ ହେବ। ଏହି ମାନୁଆଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ମୌଳିକ ଗୁଣଠାରୁ ଆରମ୍ଭ କରି ଅତ୍ୟାଧୁନିକ ଡିଜାଇନ ନୀତି ପର୍ଯ୍ୟନ୍ତ ସମସ୍ତ ବିଷୟବସ୍ତୁ ଉପରେ ଜ୍ଞାନର ଏକ ପଞ୍ଜିକା ଭାବେ କାର୍ଯ୍ୟ କରିବ। ଏଥିରେ କାର୍ବନ ଷ୍ଟିଲ୍‌ ତୁଳନାରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ବିଭିନ୍ନ ଫାଇଦା ଯଥା କ୍ଷୟ ପ୍ରତିରୋଧ, ଦୃଢ଼ତା, ସ୍ଥାୟିତ୍ୱ ଓ ସୌନ୍ଦର୍ଯ୍ୟ ଇତ୍ୟାଦି ଉପରେ ଆଲୋକପାତ କରାଯାଇଛି। ବିଶେଷକରି ଏହା ଏକ ସେତୁର ସାମଗ୍ରିକ ଲାଇଫ ସାଇକେଲ ଖର୍ଚ୍ଚ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛି।
ଏ ସମ୍ପର୍କରେ ଆଇଏସ୍‌ଏସ୍‌ଡିଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୋହିତ କୁମାର କହିଛନ୍ତି, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ୍‌ ମାନୁଆଲ୍‌ ଉପସ୍ଥାପନ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହା କେବଳ ଏକ ମାର୍ଗଦର୍ଶକ ନୁହେଁ ବରଂ ଆମ ସହରାଞ୍ଚଳ ଭିତ୍ତିଭୂମିରେ ଷ୍ଟେନ୍‌ଲେସ୍‌ ଷ୍ଟିଲର ପରିବର୍ତ୍ତନଶୀଳ ସାମର୍ଥ୍ୟର ଏକ ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ପୁସ୍ତକର ଲେଖକ ଡ. ନିର୍ମାଲ୍ୟ ବନ୍ଦ୍ୟୋପାଧ୍ୟାୟ କହିଛନ୍ତି, ସେତୁ ନିର୍ମାଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଏ ଦିଗରେ ଏହି ମାନୁଆଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?