Aedes albopictus Mosquito. Super macro close up a Mosquito sucking human blood,
ବାଲେଶ୍ୱର ଅଫିସ, ୩୧।୭: ବାଲେଶ୍ୱର ଜିଲାରେ ପ୍ରଥମେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ସ୍ବତନ୍ତ୍ର ଡେଙ୍ଗୁ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ରେମୁଣା ଗୋଲେଇ ଅଞ୍ଚଳରେ ପରିବାର ସହ ଭଡ଼ାଘରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳା ଭୁବନେଶ୍ୱର ଶୈଳଶ୍ରୀ ବିହାର ନିକଟ ଇନଫୋସିଟି ଅଞ୍ଚଳରେ ରହି କାମ କରନ୍ତି। ତାଙ୍କୁ ଜ୍ୱର ହେବାରୁ ଗତ ୪ଦିନ ପୂର୍ବରୁ ସେ ବାଲେଶ୍ୱର ପଳାଇ ଆସିଥିଲେ। ଗୁରୁବାର ତାଙ୍କର କୋଭିଡ୍ ଓ ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ରିପୋର୍ଟରେ କୋଭିଡ୍ ନେଗେଟିଭ୍ ଆସିଥିବା ବେଳେ ଡେଙ୍ଗୁ ପଜିଟିଭ୍ ଆସିଥିଲା। ତାଙ୍କୁ ସ୍ବତନ୍ତ୍ର ଡେଙ୍ଗୁ ଚିକିତ୍ସା ବିଭାଗରେ ରଖାଯାଇ ଚିକିତ୍ସା କରାଯାଉଛି। ଏନେଇ ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡା. ଶଶାଙ୍କ ଚୌଧୁରୀ କହନ୍ତି, ଜିଲାରେ ସମସ୍ତ କୋଭିଡ୍ କେୟାର ସେଣ୍ଟର ଓ ମେଡିକାଲରୁ ୯୨୬ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ଜଣଙ୍କୁ ଛାଡ଼ି ବାକି ୯୨୫ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଡେଙ୍ଗୁ ଆଶଙ୍କା ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ୱାର୍ଡ଼ ଗଠନ କରାଯାଇଛି।