ଭୁବନେଶ୍ୱର,୨୩ା୨: ପ୍ରେମ ବିବାହ କରିଥିଲେ ଦୁଇ ପ୍ରେମୀଯୁଗଳ। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଦେଖାଦେଇଥିଲା ବିବାଦ। ଯାହାକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ଜଣକ ଘରୁ ବାହାର ବି କରିଦେଇଥିଲେ। ଏହା ପରେ କିଛି ନଗ୍ନ ଫଟୋକୁ ଏଡିଟ୍ କରି ସ୍ବାମୀ ସୋସିଆଲ ମିଡିଆରେ ଭାଇରାଲ କରୁଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।