କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍ କଲୋନୀରେ ଫାୟାରିଂ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ସାଙ୍ଗମାନେ ମିଶି ଭୋଜି କଲା ବେଳେ ସ୍ପଷ୍ଟ ଦିବାଲୋକରେ ଏହି ଗୁଳିମାଡ଼ ହୋଇଛି । ଯୁବକଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ସୌମ୍ୟରଞ୍ଜନ ଜେନା । ତେବେ ସେ ଭଲ କ୍ରିକେଟ ଖେଳୁଥିବା ନେଇ ଜଣାପଡିଛି । କେଉଁ କାରଣରୁ ଗୁଳିମାଡ଼ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ଅନ୍ୟପଟେ ତାଙ୍କର କାହା ସହ ଶତ୍ରୁତା ନଥିବା ନେଇ ସାଙ୍ଗମାନେ କହିଛନ୍ତି ।
ଖବର ଅନୁସାରେ, ଭୋଜି ବେଳେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଜଣେ ସାଙ୍ଗ ଉତ୍ତ୍ୟକ୍ତ ହୋଇ ଗୁଳି ଫୁଟାଇ ଥିଲେ। ଗୁଳି ରିଙ୍କୁଙ୍କ ଛାତିରେ ବାଜିଥିଲା। ତାଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡିସିପି ଖିଲାରି ଋଷିକେଶ ଡ୍ୟାନଦେଓଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।