ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି ।
ସୂଚନା ଅନୁଯାୟୀ, ପଡୋଶୀ ଘର ଲୋକ କିଛି ଅଳିଆ ଗଦାରେ ନିଆଁ ଲଗାଇ ଥିଲେ । ସେହି ନିଆଁ ପାଖରେ ଥିବା ବାଡ ରେ ଲାଗି ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ଅଳ୍ପ ସମୟ ମଧ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା, ଯାହା ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ଓ ଧନ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ପରଜଙ୍ଗ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଫଳରେ ପାଖରେ ଥିବା ଅନ୍ୟ ଘର ଗୁଡ଼ିକ ଏକ ବଡ଼ ବିପତ୍ତିରୁ ରକ୍ଷା ପାଇଯାଇଛି। ଗ୍ରାମର ରମେଶ ଜେନା କହିଛନ୍ତି ଯେ, ବର୍ତ୍ତମାନ ସେମାନଙ୍କ ପାଖରେ ଖାଇବାକୁ ଗଣ୍ଡିଏ ମଧ୍ୟ ନାହିଁ। ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଛି । ସ୍ଥାନୀୟ ପ୍ରଶାସନ ଏବଂ ସରକାର ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ତଥା ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।
Dharitri – Odisha’s No.1 Odia Daily