କର୍ଫ୍ୟୁ ପ୍ରଭାବରେ ପରିବା ବଜାରରେ ନିଆଁ, ୧୦୦ ଛୁଇଁଲା ଟମାଟୋ-ପିଆଜ

ବାଲେଶ୍ୱର,୧୯।୬: ବାଲେଶ୍ୱରରେ ଲାଗିଥିବା କର୍ଫ୍ୟୁ ପ୍ରଭାବରେ ସାଧାରଣ ଜନତା ହନ୍ତସନ୍ତ ହୋଇଛନ୍ତି। ଏହା ପ୍ରଭାବରେ ପରିବା ଦର ଆକାଶ ଛୁଆଁ ହୋଇଛି । ସବୁ ପରିବା ଦର କିଲୋ ପ୍ରତି ପାଖାପାଖି ୧୦୦ ଟଙ୍କା ଛୁଇଁଛି। ଟମାଟୋ, ପିଆଜ ଦର ୧୦୦ ଉପରେ ଥିବାବେଳେ କଲରା ୧୦୦, ପୋଟଳ ୮୦, ବାଇଗଣ ୧୦୦, ଝୁଡଙ୍ଗ ୮୦ ଟଙ୍କା ଛୁଇଁଛି ।

ବାଲେଶ୍ୱର ସହରରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏଭଳି ନିଷ୍ପତ୍ତିି ନେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପରେ ପୁରା ସହରରେ ଅର୍ନିଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି । ବୁଧବାର କର୍ଫ୍ୟୁ କଟକଣା ଭାଙ୍ଗିବା ଅଭିଯୋଗରେ ୩୦ ଜଣଙ୍କୁ ଅଟକ ରଖାଯାଛି।

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ଅଶାନ୍ତ ହୋଇପଡ଼ିଥିବା ବାଲେଶ୍ୱର ସହରରେ କର୍ଫ୍ୟୁ ବୁଧବାର ବି ବଳବତ୍ତର ରହିଛି। ଏଥିସହିତ ମଙ୍ଗଳବାର ଅପରାହ୍ନରୁ ସହରରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ସୋମବାର ବିଳମ୍ବିତ ରାତିରୁ କର୍ଫ୍ୟୁ କଟକଣା ଲାଗୁ ହୋଇଥିବାବେଳେ ଆଜି ରାତି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି। ସହରର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପଇଁତରା ମାରୁଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଓଡ଼ିଶା ପୋଲିସର ୪୦ ପ୍ଲାଟୁନ ଫୋର୍ସ ଓ ଅଧିକାରୀ ନିୟୋଜିତ ଥିବା ବେଳେ ୬ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି।

ପୂର୍ବାଞ୍ଚଳ ଜୋନ ଆଇଜି ଦୀପକ କୁମାର ଓ ବାଲେଶ୍ବର ଏସ୍ପି ସାଗରିକା ନାଥଙ୍କ ସମେତ ଜିଲାସ୍ତରୀୟ ପୋଲିସ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତରା ମାରୁଛି। ଗୋଷ୍ଠୀ ବିବାଦ ପ୍ରଶମନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ବିଭିନ୍ନ ସ୍ତରର ଲୋକପ୍ରତିନିଧି ଏବଂ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି। କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଗୋଷ୍ଠୀ ବିବାଦ ଜନିତ ହିଂସାକାଣ୍ଡ ଓ ଭଙ୍ଗାରୁଜାକୁ ନେଇ ରୁଜୁ ହୋଇଥିବା ୧୫ଟି ମାମଲାରେ ମୋଟ ୫୦ରୁ ଉଦ୍ଧ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏହି ଗିରଫ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୬ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ଆସିବାର ନିର୍ଦେଶ ରହିଛି। ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
ନାଳରେ ପ୍ରବାହିତ ଲାଲ ରଙ୍ଗର ପାଣିକୁ ନେଇ ସୋମବାର ସକାଳ ୧୦ଟା ବେଳେ ଘଟିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଢେଲାପଥର ମାଡ଼ ପରେ ବାଲେଶ୍ୱର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ୧୪୪ଧାରା ଜାରି କରିଥିଲା। ରାତି ପ୍ରାୟ ୧୧ଟା ବେଳେ ଟାଉନ ଥାନାକୁ ଉଭୟ ଗୋଷ୍ଠୀ ଲିଖିତ ଅଭିଯୋଗ ଦେବାକୁ ଯାଇଥିଲେ। ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ପରେ ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ। ପୋଲିସର ହସ୍ତକ୍ଷେପ ପରେ ଉଭୟ ଗୋଷ୍ଠୀ ଥାନାରୁ ପଳାଇ ଆସିଥିଲେ। ମଧ୍ୟରାତ୍ରରେ ସୋଏଲପୁରସ୍ଥିତ ମସ୍ଜିଦ ଓ ପାତ୍ରପଡାସ୍ଥିତ ମସ୍ଜିଦ୍ରେ ଗୋଟିଏ ଗୋଷ୍ଠୀ ପଶି ଭଙ୍ଗାରୁଜା କରିଥିଲେ। ଉକ୍ତ ଗଣ୍ଡଗୋଳକୁ ନେଇ ଟାଉନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି। ୧୪୪ଜଣ ଲୋକଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି। ଏହି ଘଟଣା ପରେ ବିଳମ୍ବିତ ରାତିରେ ବାଲେଶ୍ୱର ଟାଉନ ଥାନାରେ ଏସ୍ପି ସାଗରିକା ନାଥ ଓ ଜିଲାପାଳ ଆଶିଷ ଠାକ୍ରେ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ କର୍ଫ୍ୟୁ ଜାରି କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

୧୧ କ୍ରସ୍‌ ଭୋଟିଂରେ ଦିଲୀପ ଜିତିଲେ

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ସୋମବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କଂଗ୍ରେସର…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri