କେଶରୀ ମଲ୍‌ରେ ନିଆଁ

ଭୁବନେଶ୍ୱର,୧୬।୪ (ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂସ୍ଥିତ ବିଏମ୍‌ସି କେଶରୀ ମଲ୍‌ରେ ଶୁକ୍ରବାର ରାତି ୧୧ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମଲ୍‌ର ପ୍ରଥମ ମହଲାରେ ଥିବା ଅଜୟ ଗାର୍ମେଣ୍ଟର ପ୍ରାୟ ସମସ୍ତ ପୋଷାକ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୋକାନକୁ ଲାଗି ରହିଥିବା ୟୁଥ୍‌ ସେସନ୍‌ରେ ମଧ୍ୟ ନିଆଁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଶର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ମଲ୍‌ର ୪ଟି ମହଲାରେ ୫୦ରୁ ଊର୍ଦ୍ଧ୍ୱ ଦୋକାନ ରହିଥିବାବେଳେ ସେଥିମଧ୍ୟରେ ଅଧିକାଂଶ ଡ୍ରେସ୍‌ ଦୋକାନ। ୬ଟି ଦୋକାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ରାତି ଗୋଟାଏ ସୁଦ୍ଧା ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ନିଆଁକୁ ପ୍ରାୟତଃ ଆୟତ୍ତ କରାଯାଇଥିଲେ ମଧ୍ୟ ସମଗ୍ର ମଲ୍‌ ଧୂଆଁମୟ ରହିଥିଲା। ଦୋକାନ ବନ୍ଦ ପରେ ଅଗ୍ନିକାଣ୍ଡ ଘଟିଥିବାରୁ ମୃତାହତ ଭଳି ବଡ଼ ବିପଦ ଟଳିଯାଇଛି। ହେଲେ ବ୍ୟାପକ ପରିମାଣର ପୋଷାକ, ସାମଗ୍ରୀ ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।
ସୂଚନାନୁସାରେ ଶୁକ୍ରବାର ରାତି ୧୦ଟାରେ ମଲ୍‌ର ସମସ୍ତ ଦୋକାନ ବନ୍ଦ ହୋଇଥିଲା। ଦୋକାନ ମାଲିକମାନେ ଘରକୁ ପଳାଇ ଯାଇଥିଲେ। ରାତି ପ୍ରାୟ ୧୧ଟାରେ ମଲ୍‌ ଭିତରୁ ଧୂଆଁବାହାରିବା ସୁରକ୍ଷାକର୍ମୀ ଓ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଚାହୁଁ ଚାହୁଁ ଅଜୟ ଗାର୍ମେଣ୍ଟ ଜଳି ଉଠିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ତେବେ ମଲ୍‌ରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଅଚଳ ଥିବାରୁ ଠିକ୍‌ ସମୟରେ ନିଆଁ ଲିଭାଯାଇପାରିଲା ନାହିଁ ବୋଲି ଜଣେ କ୍ଷତିଗ୍ରସ୍ତ ଦୋକାନୀ ଅଭିଯୋଗ କରିଛନ୍ତି। ମେଣ୍ଟେନାନ୍ସ ପାଇଁ ବ୍ୟାପକ ଟଙ୍କା ଦୋକାନୀଙ୍କଠାରୁ ନିଆଯାଉଥିବାବେଳେ ଅଗ୍ନିକାଣ୍ଡ ଭଳି ବିପତ୍ତିରୁ ବର୍ତ୍ତିବା ପାଇଁ କୌଣସି ବ୍ୟବସ୍ଥା ହେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡ ପରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri