ବାସୁଦେବପୁର,୬।୧୧(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଗ୍ରାମର ରାଜେଶ ବିଶ୍ୱାଳ, ମଧୁସୂଦନ ବିଶ୍ୱାଳ, ରମେଶ ବିଶ୍ୱାଳଙ୍କର ୩ ବଖରା ଘରେ ଜଳିଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁରେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଘରୋଇ ଉପକରଣ ପୋଡି ପାଉଁଶ ହୋଇଯାଇଛି। ବିରସ ରାଜସ୍ବ ନିରୀକ୍ଷକ ରମାକାନ୍ତ ଦାସ, ବିରସ ସରପଞ୍ଚ ରୁଚିସ୍ମିତା ବାରିକ ଗୁରୁବାର ଘଟଣାସ୍ଥଳରେ ପହଞ୍ଚି ପୀଡିତ ପରିବାରକୁ ପଲିଥିନ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି।
Dharitri – Odisha’s No.1 Odia Daily

