ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡରେ ଆସବାପତ୍ର, ସୁନା ଅଳଙ୍କାର, ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ଲିଭାଇବାକୁ ଯାଇ ବିଜୟଙ୍କ ପୁଅ ଚିତ୍ତରଞ୍ଜନ ଆହତ ହୋଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଦଣ୍ଡଯାତ୍ରାର ଆଳତୀ ଦେଖିବାକୁ ଘର ଲୋକେ ସମସ୍ତେ ବାହାରକୁ ଯାଇଥିଲେ। ଏହି ସମୟରେ ବିଜୟଙ୍କ ଘରୁ ଧୂଆଁ ବାହାରୁଥିବା ଲୋକେ ଦେଖି ବିଜୟଙ୍କୁ ସୂଚନା ଦେଇଥିଲେ। ବିଜୟ ଘରକୁ ଫେରି ଦେଖିବା ବେଳକୁ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ଭଂଜନଗର ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ।

