ସୁପରଫାଷ୍ଟ୍‌ ଏକ୍ସପ୍ରେସ ବଗିରେ ଲାଗିଲା ନିଆଁ, ଯାତ୍ରୀମାନେ ଭୟରେ…

କେସିଙ୍ଗା,୨୮ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଅହମଦାବାଦଠାରୁ ପୁରୀ ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଟ୍ରେନ୍‌ଟି ଟିଟିଲାଗଡ଼ରୁ କେସିଙ୍ଗା ଦେଇ ଟ୍ରେନ୍‌ ନଂ – ୧୨୮୪୪ ଅହମ୍ମଦାବାଦରୁ ପୁରୀକୁ ଯାଉଥିବା ସୁପର ଫାଷ୍ଟ୍‌ ଏକ୍ସପ୍ରେସ ନିର୍ଦ୍ଧାରିତ ସମୟରେ କେସିଙ୍ଗା ରେଳ ଷ୍ଟେଶନର ଏକ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା। କିନ୍ତୁ ଟ୍ରେନ୍‌ ପହଞ୍ଚିବା ପରେ ହଠାତ୍‌ ଟ୍ରେନର ମଧ୍ୟ ଭାଗରେ ଥିବା ଏସ୍‌-୧ କୋଚ୍‌ରେ ହଠାତ୍‌ ନିଆଁ ଲାଗିଯାଇ ଧୂଆଁ ବାହାରିଥିଲା। ନିଆଁ ଲାଗିବା ଜାଣିପାରି ଟ୍ରେନ୍‌ର ବଗିରେ ବସିଥିବା ଯାତ୍ରୀମାନେ ଭୟରେ ହୋ-ହଲ୍ଲା କରି ବଗିରୁ ଓହ୍ଲାଇ ପଡ଼ିଥିଲେ। ଷ୍ଟେଶନ ପରିସରରେ ଯାତ୍ରୀମାନେ ଭୟରେ ଟ୍ରେନ୍‌ରୁ ପଳାୟନ କରିଥିଲେ। ବଗିରେ ନିଆଁ ଲାଗି ଧୂଆଁ ବାହାରୁଥିବାର ଜାଣି ଷ୍ଟେଶନ ମ୍ୟାନେଜର ପ୍ରଶାନ୍ତ ଭୋଇ ଆର୍‌ପିଏଫ୍‌ଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। କେସିଙ୍ଗା ରେଳ ଷ୍ଟେଶନରେ ଟ୍ରେନ୍‌ଟି ୪୦ ମିନିଟ୍‌ ବିଳମ୍ବ ହୋଇଥିଲା। ପରେ ଟ୍ରେନ୍‌କୁ ପରୀକ୍ଷା ନିରୀକ୍ଷା କଳା ପରେ ଟ୍ରେନଟି ସ୍ବାଭାବିକ ହେଲା ପରେ ପୁରୀ ଅଭମୁଖେ ଯାତ୍ରା ଆରମ୍ଭ କରିଥିଲା। ଟ୍ରେନ୍‌ଟିରେ ହଠାତ୍‌ କେମିତି ନିଆଁ ଲାଗିଲା ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ି ନ ଥିବା ବେଳେ ତାହାର ତଦନ୍ତ ଜାରି ରହିଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share
Tags: Firetrain