ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ ଲାଗି ରବିବାର ବ୍ୟାପକ କ୍ଷତି ହୋଇଛି। ପାର୍ଶ୍ୱରେ ବିଶାଖାପାଟଣା-କିରାଣ୍ଡୁଳ ରେଳପଥ ରହିଥିବାରୁ ନନ୍ଦପୁର ବନପାଳ ଗୋପୀନାଥ ପାଙ୍ଗି ଓ ଅଗ୍ନିଶମ ବାହିନୀ ଏଏସ୍‌ଓଙ୍କ ନେତୃତ୍ୱାଧୀନ ଟିମ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

ନିଆଁ ମନୁଷ୍ୟ କୃତ ଓ ଆମୋଦ ପ୍ରମୋଦ ପାଇଁ ଲଗାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଜଙ୍ଗଲକୁ ନିଆଁରୁ ରକ୍ଷା କରିବାକୁ ଲୋକଙ୍କୁ ସଚେତନ କରାଯାଉଥିଲେ ସୁଦ୍ଧା ସଚେତନ ନ ହୋଇ ଏଭଳି କରୁଥିବା ବନପାଳ କହିଛନ୍ତି। ଲୋକଙ୍କୁ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି।

Share