ଛତ୍ରପୁର,୧୫ା୩(ଦିଲ୍ଲୀପ ସାମଲ): ଚଳନ୍ତା ଓଲା ଗାଡିରେ ଲାଗିଗଲା ନିଆଁ । ଅଗ୍ନିକାଣ୍ଡରେ ଗାଡିଟି ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଚାଳକ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଗଞ୍ଜାମ ଜିଲାର ଚମାଖଣ୍ଡି ଛକ ଠାରୁ ବଣବୁଲାପଲ୍ଲୀ ଗ୍ରାମକୁ ଯିବା ରାସ୍ତାରେ ।
ଖବର ଅନୁସାରେ, ବଣବୁଲାପଲ୍ଲୀ ଗ୍ରାମର ପି. ମଳୟ ରେଡ୍ଡୀ ନାମକ ଯୁବକ ଗତକାଲି ବିଳମ୍ବିତ ରାତ୍ରରେ ଆଇଆରଇଏଲ କମ୍ପାନୀରୁ ଡ୍ୟୁଟି ସାରି ନିଜ ଓଲା ଗାଡିରେ ଘରକୁ ଫେରୁଥିଲେ । ଏହି ସମୟରେ ଚମାଖଣ୍ଡିଛକ ଏବଂ ବଣବୁଲାପଲ୍ଲୀ ଯିବା ରାସ୍ତାରେ ହଠାତ୍ ଓଲାରେ ନିଆଁ ଲାଗିଯାଇଥିଲା । ଯାହାଫଳ ରେ ସେ ଭୟଭୀତ ଅବସ୍ଥା ଗାଡି ଛାଡି ଅଳ୍ପ ଦୂରକୁ ଆସି ସଙ୍ଗେସଙ୍ଗେ ଛତ୍ରପୁର ଫାୟାର ଅଫିସକୁ ଫୋନ ଯୋଗେ ଜଣାଇଥିଲେ । ଫାୟାର କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ନିଆଁକୁ ଲିଭାଇଲା ବେଳେ ଓଲା ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା । ଏନେଇ ପି. ମଳୟ ସୂଚନା ଦେବା ସହିତ ଚମାଖଣ୍ଡି ଥାନାରେ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି ବୋଲି ସେ କହିଛନ୍ତି ।