କ୍ଲାସ୍‌ ଚାଲିଥିବାବେଳେ ଇଞ୍ଜିନିୟରିଂ କଲେଜରେ ଲାଗିଲା ନିଆଁ: ୬୦ରୁ ଅଧିକ ଛାତ୍ରୀଛାତ୍ର…

ଭୁବନେଶ୍ୱର,୧୮ା୭: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଶୁକ୍ରବାର ପୂର୍ବାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡ ପରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

କ୍ଲାସ୍‌ରୁମ୍‌ରେ କ୍ଲାସ୍‌ ଚାଲିଥିବାବେଳେ ଏସି କମ୍ପ୍ରେସର ଫାଟିଯିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ଆକଳନ କରାଯାଇନାହିଁ।

Share
Tags: Fire