ବଲାଙ୍ଗୀର,୨।୨(ସୁନିଲ କୁମାର ମହାନ୍ତି/ଗୁରୁଦ୍ୱାଲ ହିଂସ): କଣ୍ଟାବାଞ୍ଜି ଷ୍ଟେସନରୁ ରାୟପୁର ବିଶାଖପାଟଣା ଦେଇ ଯାଉଥିବା ଏକ ମାଲବାହୀ ଟ୍ରେନରେ ନିଆଁ । ତୁରେକେଲା ରେଳ ଷ୍ଟେସନରେ ସୋମବାର ଏକ କୋଇଲା ବୋଝେଇ ମାଲଗାଡିରେ ନିଆଁ ଲାଗି ଥିବାର ଜଣା ପଡ଼ିଛି ।
ନିଆଁ ଲାଗିବା ଦେଖାଯିବା ପରେ ସଙ୍ଗେସଙ୍ଗେ ତୁରେକେଲା ରେଳ ଷ୍ଟେସନ କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗ କଣ୍ଟାବାଞ୍ଜିକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ଜଣା ପଡ଼ିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

