ଭୁବନେଶ୍ୱର,୨୪।୨: ସୁପର ମାର୍ଟ ଲାଗିଛି ନିଆଁ । ସୋମବାର ରାତିରୁ ନିଆଁ ଲାଗିଥିବା ବେଳେ ମଙ୍ଗଳବାର ସକାଳ ସୁଧା ମଧ୍ୟ ନିଆଁ ଲାଗିଥିବା ନେଇ ଦେଖାଯାଇଛି । ଏବେ ବି ଜଳୁଛି ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟ ।
ଖବର ଅନୁସାରେ, ସୋମବାର ରାତି ପ୍ରାୟ ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ନିଆଁ ଲାଗିଛି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଦୀର୍ଘ ଘଣ୍ଟା ପରେ ବି ହୁତୁ ହୁତୁ ହୋଇ ଜଳୁଛି ନିଆଁ । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ନାକେଦମ୍ ହୋଇଯାଇଥିବା ଦେଖାଯାଇଛି । ୨ ଶହ ଫୁଟ ଉଚ୍ଚତାକୁ ଯାଇ ନିଆଁ ଲିଭାଇବାର କ୍ଷମତା ରଖୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମ ଲାଗିଥିଲେ ମଧ୍ୟ ସମ୍ଭବପର ହୋଇପାରୁ ନାହିଁ । ପୁରା ଅଞ୍ଚଳରେ କାଲି ରାତିରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଛି । ନିଆଁ ବ୍ୟାପିବାର ଆଶଙ୍କା ରହିଥିବା କାରଣରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।