ପୁରୀ,୮।୪: ପୁରୀ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ପୂରୁଣା ବ୍ୟାରିକେଡ୍ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମହଜୁଦ ଥିବା ପୁରୁଣା ବ୍ୟାରିକେଡ୍ରେ ନିଆଁ ଲାଗି ପରିବେଶ ଧୂଆଁମୟ ହୋଇଯାଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ କେହି ଜଣେ ଦୁର୍ବୃତ୍ତ ବ୍ୟାରିକେଡ୍ରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


