କଟକ,୨୪।୩: କଟକ ଲିଙ୍କ୍ରୋଡରେ ଥିବା LIC ଅଫିସ୍ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ତେବେ ସୌଭାଗ୍ୟବଶତଃ କୌଣସି ବ୍ୟକ୍ତିଙ୍କର କିଛି କ୍ଷତି ହୋଇନାହିଁ ।
ଖବର ଅନୁସାରେ, LIC ଅଫିସରୁ ସକାଳେ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ ହେଁ ଖବର ଲେଖାଯିବା ସୁଦ୍ଧା ନିଆଁ ସମ୍ପୁର୍ଣ୍ଣ ହୋଇନଥିଲା । ତେବେ ଅଗ୍ନିକାଣ୍ଡ ଫଳରେ LIC ଅଫିସ୍ରେ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ଜଳିଯାଇଥିବା ଜଣାପଡ଼ିଛି । ତେବେ ବଡ଼ ଧରଣର ଅଗ୍ନିକାଣ୍ଡ କିପରି ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।