‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ, ଦୁଇ ଦିନରେ ଦୁଇଟି ବସ୍‌ ଜଳିଗଲା

ଭୁବନେଶ୍ୱର,୧୧।୧: ଭୁବନେଶ୍ୱରରେ ପୁଣି ଏକ ‘ଆମ ବସ୍’ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରବିବାର ଅପରାହ୍ନରେ ପଟିଆ ଛକ ନିକଟରେ ଥିବା ଆମ ବସ୍ ଡିପୋରେ ଚାର୍ଜିଂ ହେଉଥିବା ସମୟରେ ଏକ ଇଲେକ୍ଟ୍ରିକ୍ (EV) ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ଲଗାତାର ଦୁଇ ଦିନରେ ଦୁଇଟି ବସ୍‌ରେ ଅଗ୍ନିକାଣ୍ଡ ଘଟଣା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରବିବାର ଅପରାହ୍ନ ସମୟରେ ଏକ ଇଲେକ୍ଟ୍ରିକ୍ ବସ୍ ଚାର୍ଜ ହେଉଥିବା ବେଳେ ଏଥିରୁ ଧୂଆଁ ବାହାରିଥିଲା ଏବଂ ପରେ ନିଆଁ ଲାଗିଯାଇଥିଲା। ଖବର ପାଇ ୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଡିପୋ ଭିତରେ ବସ୍ ଥିବାରୁ କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି। ବ୍ୟାଟେରୀରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି।

ଦିନକ ପୂର୍ବରୁ ଶନିବାର ସକାଳେ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ମଧ୍ୟ ଏକ ‘ଆମ ବସ୍’ ହୁତୁହୁତୁ ହୋଇ ଜଳିଯାଇଥିଲା। ବସ୍ ଚାଲୁଥିବା ସମୟରେ ହଠାତ୍ ଧୂଆଁ ବାହାରିବାରୁ ସତର୍କତାର ସହ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ବସ୍‌ଟି ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ପ୍ରଶାସନ: ଇଟା ଭାଟିରେ ଚଢ଼ିଲା ବୁଲ୍‌ଡୋଜର

ଆସିକା,୨୭।୨: ଗଞ୍ଜାମ ଜିଲା ଋଷିପୁର ନିକଟରେ ଥିବା ବେଆଇନ ଇଟା ଭାଟିରେ ଶୁକ୍ରବାର ବୁଲ୍‌ଡୋଜର ଚଢିଛି। ତହସିଲଦାରଙ୍କ ସହ ସ୍ଥାନୀୟ ପୋଲିସ ଉପସ୍ଥିତରେ କଟାଯାଇଥିବା ହଜାର ହଜାର…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ୪ଟି ଆସନରେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଶୁକ୍ରବାର ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର…

ଏଥର ଚତୁର୍ଥ ଆସନ ଲଢ଼ିବ ବିଜେଡି, ସାରଦା ଜେନା କହିଲେ ବର୍ତ୍ତମାନ ଦଳର ସବୁ ବିଧାୟକ…

ଭୁବନେଶ୍ୱର,୨୭ା୨: ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜେଡି ବିଧାୟକ ସାରଦା ଜେନା ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଚତୁର୍ଥ ଆସନ ଲଢ଼ିବ।…

ରାଜ୍ୟ ସଭା କଂଗ୍ରେସ ପ୍ରାର୍ଥୀକୁ ନେଇ ଭକ୍ତଙ୍କ ବଡ଼ ଘୋଷଣା, ଲିଷ୍ଟରେ ରଖିଲେ ଏହି ୫ ଜଣଙ୍କ ନାଁ, ଜାଣନ୍ତୁ କିଏ…

ଭୁବନେଶ୍ୱର,୨୭।୨: ରାଜ୍ୟ ସଭା ନିର୍ବାଚନକୁ ନେଇ କସରତ ଚାଲିଛି। ଏହି ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଭକ୍ତ…

ଜନଶୁଣାଣିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଅଧାରୁ ସ୍ଥଗିତ ରହିଲା କାର୍ଯ୍ୟକ୍ରମ

ଜଳେଶ୍ୱର,୨୭ା୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧିନସ୍ଥ ସେଖସରେଇ (କ) ବାଲି ସୈରାତ ପାଇଁ ଆୟୋଜିତ ଜନଶୁଣାଣି ରଣକ୍ଷେତ୍ରରେ ପରିଣତ ହୋଇଛି। ବାଲି ଖନନ ପାଇଁ…

ଶିକ୍ଷକଙ୍କ ଘର ତାଲା ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ

ଗୁଡ଼ାରି,୨୭ା୨(ପ୍ରମୋଦ କୁମାର ପତି): ଦୀର୍ଘଦିନର ବ୍ୟବଧାନ ପରେ ଗୁଡ଼ାରି ସହରରେ ଚୋରି ଦେଖିବାକୁ ମିଳିଛି। ସହରର ୯ ନମ୍ବର ଓ୍ବାର୍ଡ ତଥା ଶ୍ରୀରାମ ନଗରରେ ବାସ କରୁଥିବା…

କୋଲକାତାରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକେ

କୋଲକାତା,୨୭।୨: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା…

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ, ପଟ୍ଟା ସଂଶୋଧନ କରିବାକୁ ନେଉଥିଲେ…

ରାଜନଗର,୨୭ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଏକ ପଟ୍ଟାକୁ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri