Posted inଜାତୀୟ

ନିଆଁ ଫିଟାଇଲା ବିଚାରପତିଙ୍କ ଗୁମର

ନୂଆଦିଲ୍ଲୀ,୨୨।୩:ନ୍ୟାୟପାଳିକା ଉପରେ ଦେଶବାସୀଙ୍କ ସ୍ବତନ୍ତ୍ର ସମ୍ମାନ ରହି ଆସିଥିବାବେଳେ ବିଚାର ବ୍ୟବସ୍ଥାର ଗରିମା ନଷ୍ଟ କଲା ଭଳି ଏକ ସଦ୍ୟ ଘଟଣା ଏହାକୁ ଉଣା କରିଦେଇଛି। ହୋଲି ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ୟଶଓ୍ବନ୍ତ ବର୍ମାଙ୍କ ସରକାରୀ ବାସଭବନକୁ ନିଅଁା ଲିଭାଇବାକୁ ଯାଇଥିବା ଅଗ୍ନିଶମ କର୍ମଚାରୀ ସେଠାରୁ ୧୫ କୋଟି ଟଙ୍କା ଠାବ କରିଛନ୍ତି। ଏହି ବିଷୟ ସମ୍ପ୍ରତି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଜଷ୍ଟିସ୍‌ ବର୍ମାଙ୍କ ଇସ୍ତଫା ଦାବି ଜୋର୍‌ ଧରିଲାଣି। ଏପରି କି ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରି ବିଚାରପତି ପଦରୁ ବର୍ମାଙ୍କୁ ହଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି।
୧୯୬୯ ଜାନୁଆରୀ ୬ରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦ (ପ୍ରୟାଗରାଜ)ରେ ଜନ୍ମିତ ୟଶଓ୍ବନ୍ତ ବର୍ମା ବି.କମ୍‌ ପରେ ମଧ୍ୟପ୍ରଦେଶର ରଓ୍ବୋ ବିଶ୍ୱବିଦ୍ୟାଳୟରେ ଏଲ୍‌ଏଲ୍‌ବି ପଢ଼ିଥିଲେ। ୫୬ ବର୍ଷୀୟ ଜଷ୍ଟିସ୍‌ ବର୍ମା ୧୯୯୨ରେ ଓକିଲାତି ଆରମ୍ଭ କରିଥିଲେ। ୨୦୧୪ ଅକ୍ଟୋବର ୧୩ରେ ତାଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଅତିରିକ୍ତ ବିଚାରପତି ରୂପେ ନିଯୁକ୍ତି ଦିଆଯାଇଥିଲା। ଜଷ୍ଟିସ୍‌ ବର୍ମା ୨୦୧୬ ଫେବୃଆରୀ ୧ରେ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ। ୨୦୨୧ ଅକ୍ଟୋବରରେ ସେ ଦିଲ୍ଲୀ ହାଇକୋର୍ଟ ବିଚାରପତି ନିଯୁକ୍ତ ହୋଇଥିଲେ। ତାଙ୍କ ଘରୁ ଆୟ ବହିର୍ଭୂତ ୧୫ କୋଟି ଟଙ୍କା ଠାବ ହେବା ପରେ ଏବେ ସେ ଚର୍ଚ୍ଚାରେ ରହିଛନ୍ତି। ବରିଷ୍ଠ ଆଇନଜୀବୀ ବିକାଶ ସିଂ ଏହାକୁ ଏକ ଗମ୍ଭୀର ବିଷୟ କହି ତାଙ୍କର ଇସ୍ତଫା ଦାବି କରିଛନ୍ତି। ଜଣେ ବିଚାରପତି ସନ୍ଦେହର ଊର୍ଦ୍ଧ୍ୱରେ ରହିବା ଉଚିତ। କାରଣ ଏହି ପ୍ରଫେଶନ୍‌ରେ ଦୁର୍ନୀତି ପ୍ରତି ଶୂନ ସହନଶୀଳତା ରହିଥାଏ। ତେଣୁ ଏଭଳି ବଦଳି ସମାଧାନ ଆଣିବ ନାହିଁ ବୋଲି ସେ ମତ ଦେଇଛନ୍ତି। ସେହିପରି ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ କହିଛନ୍ତି, ଜଷ୍ଟିସ୍‌ ବର୍ମାଙ୍କୁ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦେବା ପରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ୍‌ ଅଧ୍ୟକ୍ଷ କପିଲ ସିବଲ କହିଛନ୍ତି, ନ୍ୟାୟପାଳିକାରେ ଦୁର୍ନୀତି ଏକ ଗମ୍ଭୀର ପ୍ରସଙ୍ଗ। ତେଣୁ ସୁପ୍ରିମକୋର୍ଟ ନିଯୁକ୍ତି ପ୍ରକ୍ରିୟା କିପରି ଭାବେ କରାଯିବା କଥା ସେନେଇ ଚିନ୍ତା କରନ୍ତୁ। ବିଚାରପତି ନିଯୁକ୍ତିରେ ଅଧିକ ସ୍ବଚ୍ଛତାର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗରେ ତଦନ୍ତ ସରିବା ପରେ ଯାହା ନିଷ୍କର୍ଷ ଆସିବ, ତାକୁ ଭିତ୍ତିକରି ସମ୍ବିଧାନର ଅନୁଚ୍ଛେଦ ୧୨୪(୪) ଅନୁସାରେ ଜଷ୍ଟିସ୍‌ ବର୍ମାଙ୍କୁ ଇସ୍ତଫା ଦେବାକୁ କୁହାଯାଇପାରେ। ଅନ୍ୟପକ୍ଷେ କେନ୍ଦ୍ର ସରକାର କଲେଜିୟମ୍‌ ନିଷ୍ପତ୍ତିକୁ ମଞ୍ଜୁରୀ ଦେବା ପରେ ତାଙ୍କ ବଦଳି କାର୍ଯ୍ୟକାରୀ ହେବ। ତେଣୁ ଜଷ୍ଟିସ୍‌ ବର୍ମା ବର୍ତ୍ତମାନ ଛୁଟିରେ ରହିଛନ୍ତି। ଭାରତୀୟ ବିଚାର ବ୍ୟବସ୍ଥାରେ ବାରମ୍ବାର ସାଲିସ କରାଯାଉଛି। ଜଣେ ହାଇକୋର୍ଟ ବିଚାରପତିଙ୍କ ଘରୁ ଏତେ ପରିମାଣର ଆୟ ବହିର୍ଭୁତ ଟଙ୍କା ମିଳିବା ଦେଶର ସାମ୍ବିଧାନିକ ସଂସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri