Posted inଜାତୀୟ

ନିଆଁ ଫିଟାଇଲା ବିଚାରପତିଙ୍କ ଗୁମର

ନୂଆଦିଲ୍ଲୀ,୨୨।୩:ନ୍ୟାୟପାଳିକା ଉପରେ ଦେଶବାସୀଙ୍କ ସ୍ବତନ୍ତ୍ର ସମ୍ମାନ ରହି ଆସିଥିବାବେଳେ ବିଚାର ବ୍ୟବସ୍ଥାର ଗରିମା ନଷ୍ଟ କଲା ଭଳି ଏକ ସଦ୍ୟ ଘଟଣା ଏହାକୁ ଉଣା କରିଦେଇଛି। ହୋଲି ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ୟଶଓ୍ବନ୍ତ ବର୍ମାଙ୍କ ସରକାରୀ ବାସଭବନକୁ ନିଅଁା ଲିଭାଇବାକୁ ଯାଇଥିବା ଅଗ୍ନିଶମ କର୍ମଚାରୀ ସେଠାରୁ ୧୫ କୋଟି ଟଙ୍କା ଠାବ କରିଛନ୍ତି। ଏହି ବିଷୟ ସମ୍ପ୍ରତି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଜଷ୍ଟିସ୍‌ ବର୍ମାଙ୍କ ଇସ୍ତଫା ଦାବି ଜୋର୍‌ ଧରିଲାଣି। ଏପରି କି ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରି ବିଚାରପତି ପଦରୁ ବର୍ମାଙ୍କୁ ହଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି।
୧୯୬୯ ଜାନୁଆରୀ ୬ରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦ (ପ୍ରୟାଗରାଜ)ରେ ଜନ୍ମିତ ୟଶଓ୍ବନ୍ତ ବର୍ମା ବି.କମ୍‌ ପରେ ମଧ୍ୟପ୍ରଦେଶର ରଓ୍ବୋ ବିଶ୍ୱବିଦ୍ୟାଳୟରେ ଏଲ୍‌ଏଲ୍‌ବି ପଢ଼ିଥିଲେ। ୫୬ ବର୍ଷୀୟ ଜଷ୍ଟିସ୍‌ ବର୍ମା ୧୯୯୨ରେ ଓକିଲାତି ଆରମ୍ଭ କରିଥିଲେ। ୨୦୧୪ ଅକ୍ଟୋବର ୧୩ରେ ତାଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଅତିରିକ୍ତ ବିଚାରପତି ରୂପେ ନିଯୁକ୍ତି ଦିଆଯାଇଥିଲା। ଜଷ୍ଟିସ୍‌ ବର୍ମା ୨୦୧୬ ଫେବୃଆରୀ ୧ରେ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ। ୨୦୨୧ ଅକ୍ଟୋବରରେ ସେ ଦିଲ୍ଲୀ ହାଇକୋର୍ଟ ବିଚାରପତି ନିଯୁକ୍ତ ହୋଇଥିଲେ। ତାଙ୍କ ଘରୁ ଆୟ ବହିର୍ଭୂତ ୧୫ କୋଟି ଟଙ୍କା ଠାବ ହେବା ପରେ ଏବେ ସେ ଚର୍ଚ୍ଚାରେ ରହିଛନ୍ତି। ବରିଷ୍ଠ ଆଇନଜୀବୀ ବିକାଶ ସିଂ ଏହାକୁ ଏକ ଗମ୍ଭୀର ବିଷୟ କହି ତାଙ୍କର ଇସ୍ତଫା ଦାବି କରିଛନ୍ତି। ଜଣେ ବିଚାରପତି ସନ୍ଦେହର ଊର୍ଦ୍ଧ୍ୱରେ ରହିବା ଉଚିତ। କାରଣ ଏହି ପ୍ରଫେଶନ୍‌ରେ ଦୁର୍ନୀତି ପ୍ରତି ଶୂନ ସହନଶୀଳତା ରହିଥାଏ। ତେଣୁ ଏଭଳି ବଦଳି ସମାଧାନ ଆଣିବ ନାହିଁ ବୋଲି ସେ ମତ ଦେଇଛନ୍ତି। ସେହିପରି ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ କହିଛନ୍ତି, ଜଷ୍ଟିସ୍‌ ବର୍ମାଙ୍କୁ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦେବା ପରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ୍‌ ଅଧ୍ୟକ୍ଷ କପିଲ ସିବଲ କହିଛନ୍ତି, ନ୍ୟାୟପାଳିକାରେ ଦୁର୍ନୀତି ଏକ ଗମ୍ଭୀର ପ୍ରସଙ୍ଗ। ତେଣୁ ସୁପ୍ରିମକୋର୍ଟ ନିଯୁକ୍ତି ପ୍ରକ୍ରିୟା କିପରି ଭାବେ କରାଯିବା କଥା ସେନେଇ ଚିନ୍ତା କରନ୍ତୁ। ବିଚାରପତି ନିଯୁକ୍ତିରେ ଅଧିକ ସ୍ବଚ୍ଛତାର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗରେ ତଦନ୍ତ ସରିବା ପରେ ଯାହା ନିଷ୍କର୍ଷ ଆସିବ, ତାକୁ ଭିତ୍ତିକରି ସମ୍ବିଧାନର ଅନୁଚ୍ଛେଦ ୧୨୪(୪) ଅନୁସାରେ ଜଷ୍ଟିସ୍‌ ବର୍ମାଙ୍କୁ ଇସ୍ତଫା ଦେବାକୁ କୁହାଯାଇପାରେ। ଅନ୍ୟପକ୍ଷେ କେନ୍ଦ୍ର ସରକାର କଲେଜିୟମ୍‌ ନିଷ୍ପତ୍ତିକୁ ମଞ୍ଜୁରୀ ଦେବା ପରେ ତାଙ୍କ ବଦଳି କାର୍ଯ୍ୟକାରୀ ହେବ। ତେଣୁ ଜଷ୍ଟିସ୍‌ ବର୍ମା ବର୍ତ୍ତମାନ ଛୁଟିରେ ରହିଛନ୍ତି। ଭାରତୀୟ ବିଚାର ବ୍ୟବସ୍ଥାରେ ବାରମ୍ବାର ସାଲିସ କରାଯାଉଛି। ଜଣେ ହାଇକୋର୍ଟ ବିଚାରପତିଙ୍କ ଘରୁ ଏତେ ପରିମାଣର ଆୟ ବହିର୍ଭୁତ ଟଙ୍କା ମିଳିବା ଦେଶର ସାମ୍ବିଧାନିକ ସଂସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri