Posted inଜାତୀୟ

‘ମୋଦି, ଅଶ୍ୱିନୀଙ୍କ ନଁ।ରେ ଏଫ୍‌ଆଇଆର୍‌ ହେଉ’

ନୂଆଦିଲ୍ଲୀ,୮ା୬: ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ପାଇଁ କଂଗ୍ରେସ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାୟୀ କରିଛି। ଏଥିସହ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛି।
କଂଗ୍ରେସ ମୁଖପାତ୍ର ଅଜୟ କୁମାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ୩ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବା ପଛରେ ଷଡ଼ଯନ୍ତ୍ର ରହିଛି। ଏହି ଭୟଙ୍କର ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ଡ୍ରାମା କରୁଛନ୍ତି। ଏଥିପାଇଁ ତାଙ୍କୁ ଓସ୍କାର ପୁରସ୍କାର ଦିଆଯିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଆମତ୍ଘାତୀ କାର୍ଯ୍ୟରେ ସାମିଲ ଅଛନ୍ତି। ଦୁହିଙ୍କ ବିରୋଧରେ ଏଫ୍‌ଆଇଆର୍‌ କରାଯାଉ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅଶ୍ୱିନୀ ଓ ତାଙ୍କ ସରକାର ବିରୋଧରେ ତଦନ୍ତ କରିବା ଉଚିତ। ସରକାର ହେଡ୍‌ଲାଇନ୍‌ ମ୍ୟାନେଜ୍‌ମେଣ୍ଟ ବ୍ୟତୀତ କିଛି କରୁନାହାନ୍ତି। ଦୁର୍ଘଟଣା ପାଇଁ ଦାୟୀ ମନ୍ତ୍ରୀଙ୍କୁ କେନ୍ଦ୍ର ସୁରକ୍ଷା ଦେଉଛି। ଭଗବାନ ଭରସାରେ ରେଲଓ୍ବେ ଚାଲିଛି। ସିବିଆଇ ଏଫ୍‌ଆଇଆର୍‌ରେ ଆମତ୍ଘାତୀ କାର୍ଯ୍ୟ ଯୋଗୁ ଦୁର୍ଘଟଣା ଘଟିଥିବା ବିଷୟ ଉଲ୍ଲେଖ କରାଯାଇ ନାହିଁ। ନିଜ ଅପାରଗତାରୁ ଦୃଷ୍ଟି ହଟାଇବା ପାଇଁ ସରକାର ସାବୋଟେଜ୍‌ ଥିଓରିକୁ ଆପଣାଇଛନ୍ତି ବୋଲି ଅଜୟ ସମାଲୋଚନା କରିଛନ୍ତି। ଗତ ୪ ବର୍ଷରେ ୧, ୧୨୯ ଥର ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିବାବେଳେ ସେଗୁଡ଼ିକର ସିବିଆଇ ତଦନ୍ତ କାହିଁକି କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ରେଳମନ୍ତ୍ରୀଙ୍କୁ ପ୍ରଶଂସା କଲେ ଓଡ଼ିଶା ଟ୍ରେନ୍‌ ଟ୍ରାଜେଡିରେ ପ୍ରାଣ ହରାଇଥିବା ୨୮୮ ଯାତ୍ରୀଙ୍କ ପରିବାରକୁ ନ୍ୟାୟ ମିଳିବ ନାହିଁ। ଏଥିପାଇଁ ଦାୟୀ ମନ୍ତ୍ରୀ ଓ ଅନ୍ୟମାନଙ୍କ ଉତ୍ତରଦାୟିତ୍ୱ ସ୍ଥିର କରାଗଲେ ମୃତକଙ୍କ ପରିବାର ନ୍ୟାୟ ପାଇପାରିବେ। ଗତ ୯ ବର୍ଷରେ ମୋଦି ସରକାର ରେଳ ମନ୍ତ୍ରଣାଳୟକୁ ତ୍ୟାଗ କରିଦେଇଥିଲେ। ଏହାର ପରିଣାମସ୍ବରୂପ ଦେଶ ବର୍ତ୍ତମାନ ଦୁର୍ଦ୍ଦଶା ଭୋଗୁଛି ବୋଲି ଖାର୍ଗେ ଟୁଇଟ୍‌ କରିଛନ୍ତି। ସେହିପରି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ ଝାଡ଼ଖଣ୍ଡରେ ଚମତ୍କାର ଭାବେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ନେଇ ଏକ ଖବରକୁ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟରରେ ଶେୟାର କରିଛନ୍ତି। ସେ କହିଛନ୍ତି, ଏହା ଉପରେ ବି ସିବିଆଇ ତଦନ୍ତ କରିବ ନା ଭାରତୀୟ ରେଳପଥର ସୁରକ୍ଷାରେ କିଛି ଗମ୍ଭୀର ଭୁଲ୍‌ ରହିଥିବା ବିଷୟ ମୋଦି ସରକାର ସ୍ବୀକାର କରିବେ ବୋଲି ଜୟରାମ ପ୍ରଶ୍ନ କରିଛନ୍ତି। ରାଷ୍ଟ୍ରୀୟ ରେଳ ସଂରକ୍ଷକ (ଆର୍‌ଆର୍‌ଏସ୍‌କେ) ପାଣ୍ଠିକୁ ଅଣଜରୁରୀ କାର୍ଯ୍ୟରେ ଖର୍ଚ୍ଚ କରାଯାଇଥିବା ନେଇ ୨୦୨୧ ମାର୍ଚ୍ଚରେ କମ୍ଫଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ ଦେଇଥିବା ରିପୋର୍ଟର ମଧ୍ୟ ସେ ଅବତାରଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri