‘ଜୁଲାଇ ୬ ସୁଦ୍ଧା ରତ୍ନଭଣ୍ଡାର କାମ ଶେଷ କର’

ପୁରୀ,୧୫।୬(ଅଜିତ୍‌ କୁମାର ମହାନ୍ତି): ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ ପତ୍ର ଲେଖିଛନ୍ତି। ଆଗାମୀ ରଥଯାତ୍ରା ସମୟରେ ମିଳିବାକୁ ଥିବା ଅବଧି ଜୁନ୍‌ ୨୮ରୁ ଜୁଲାଇ ୬ ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ତ୍ୱରାନ୍ବିତ କରି ଶୀଘ୍ର ସମାପନ କରିବା ପାଇଁ ଚିଠିରେ ମୁଖ୍ୟ ପ୍ରଶାସକ ଉଲ୍ଲେଖ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗୁରୁତ୍ୱ ଦୃଷ୍ଟିରୁ ଏହି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେବାକୁ ଡ. ପାଢୀ ଏଏସ୍‌ଆଇକୁ ଅନୁରୋଧ କରିଛନ୍ତି। ସେହିପରି ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ତଦାରଖ ଏଏସ୍‌ଆଇ ଉପମହାନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀର ଅଧିକାରୀଙ୍କ ଦ୍ୱାରା କରାଯିବାକୁ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି।
ଅରୁଣସ୍ତମ୍ଭ ନିକଟରେ ଖଣ୍ଡୋଲାଇଟ୍‌ ପଥର ବଦଳ ଏବଂ ଅଦ୍ୟାବଧି ରତ୍ନଭଣ୍ଡାରର ସଂରକ୍ଷଣ ଆଦି କାର୍ଯ୍ୟ ପାଇଁ ଏଏସ୍‌ଆଇକୁ ଧନ୍ୟବାଦ ଜ୍ଞାପନ କରିବା ସହ ମୁଖ୍ୟ ପ୍ରଶାସକ ୩ଟି ବିନ୍ଦୁ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଆକର୍ଷଣ କରିଛନ୍ତି। ଯଥା-ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ଶ୍ରୀମନ୍ଦିର ଉତ୍ତରଦ୍ୱାରଠାରେ ର଼୍ୟାମ୍ପ ନିର୍ମାଣ ଏଏସ୍‌ଆଇ ପରାମର୍ଶ ତଥା ମାର୍ଗଦର୍ଶନରେ ଶେଷ ହୋଇଛି। ଏଏସ୍‌ଆଇ ନିର୍ଦ୍ଦେଶକ (ସଂରକ୍ଷଣ)ଙ୍କ ଅନୁଧ୍ୟାନ ପରେ ନାଟମଣ୍ଡପକୁ ବାତାନୁକୁଳିତ କରାଯିବା ନେଇ ପରିବର୍ତ୍ତିତ ଡିଜାଇନ ଦାଖଲ କରାଯିବା ସହ ଏଏସ୍‌ଆଇର ସହମତି ପ୍ରଦାନ ପାଇଁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ଓ ବେଢାରେ ଥିବା ପାଶର୍‌ବମନ୍ଦିରଗୁଡ଼ିକର ସୁନ୍ଦର ଭାବେ ଆଲୋକୀକରଣ ସକାଶେ ଏଏସ୍‌ଆଇ ପରାମର୍ଶଦାତାଙ୍କ ସହ ଆଲୋଚନା ହୋଇଛି। ବିସ୍ତୃତ ରିପୋର୍ଟ ପାଇବା ପରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଦର୍ଶାଯାଇଛି। ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ପାଇଁ ଏଏସ୍‌ଆଇର ସହଯୋଗ କାମନା କରିବା ସହ ଅନୁରୋଧ କରାଯାଇଥିବା ସହ ସମସ୍ତ କାର୍ଯ୍ୟ ଗୁରୁତ୍ୱକୁ ଉପଲବ୍ଧି କରି ଧାର୍ଯ୍ୟ ସମୟସୀମା ଭିତରେ ସାରିବାକୁ ପତ୍ରରେ ଉଲ୍ଲେଖ କରାଯାଇଛି। ଏନେଇ ଡ. ପାଢୀ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ଯେଉଁ ପତ୍ର ଲେଖାଯାଇଛି, ସେଥିରେ ସ୍ପଷ୍ଟ ଭାବେ କୁହାଯାଇଛି କି ରଥଯାତ୍ରା ପରଦିନ ଅର୍ଥାତ ୨୮ ତାରିଖଠାରୁ ଜୁଲାଇ ୬ ପର୍ଯ୍ୟନ୍ତ ସମୟ ମିଳୁଛି। ତେଣୁ ଏହି କମ୍‌ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସମସ୍ତ ଜିନିଷ ଓ କାରିଗର ଆଗୁଆ ରଖିବା ସହ କାର୍ଯ୍ୟ କରିବେ। ମୁଖ୍ୟତଃ ଭିତର ରତ୍ନଭଣ୍ଡାର କାର୍ଯ୍ୟ ଶେଷ ହୋଇଛି, ଖାଲି ଚଟାଣ ପଡ଼ିବ। ବାହାର ରତ୍ନଭଣ୍ଡାର ଯାହା କାର୍ଯ୍ୟ ବାକି ଅଛି, ତୁରନ୍ତ ମରାମତି ଓ ସଂରକ୍ଷଣ କରିବାକୁ କୁହାଯାଇଛି। ସେହିପରି ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ସହ ପାର୍ଶ୍ୱଦେବଦେବୀ ମନ୍ଦିରର ଆଲୋକୀକରଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ଯେଉଁ ଫ୍ଲଡ୍‌ଲାଇଟ ସାହାଯ୍ୟରେ ଆଲୋକୀକରଣ କରାଯାଉଛି, ତାହାର ଆହୁରି ଅଧିକ ଉନ୍ନତୀକରଣ କରାଯିବ। ଫଳରେ ବହୁ ଦୂରରୁ ଶ୍ରୀମନ୍ଦିର ଅଧିକ ଆକର୍ଷଣୀୟ ଓ ସୁନ୍ଦର ଦେଖାଯିବ। ତେଣୁ କାର୍ଯ୍ୟ କରିବାକୁ କୁହାଯାଇଛି। ସେହିପରି ନାଟମଣ୍ଡପରେ ଏସି ବ୍ୟବସ୍ଥା ନେଇ ଯେଉଁ କାର୍ଯ୍ୟ କରାଯିବ, ସେ ନେଇ ତାଙ୍କଠାରୁ ଅନୁମତି ପାଇଁ କୁହାଯାଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri