‘ଜୁଲାଇ ୬ ସୁଦ୍ଧା ରତ୍ନଭଣ୍ଡାର କାମ ଶେଷ କର’

ପୁରୀ,୧୫।୬(ଅଜିତ୍‌ କୁମାର ମହାନ୍ତି): ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ ପତ୍ର ଲେଖିଛନ୍ତି। ଆଗାମୀ ରଥଯାତ୍ରା ସମୟରେ ମିଳିବାକୁ ଥିବା ଅବଧି ଜୁନ୍‌ ୨୮ରୁ ଜୁଲାଇ ୬ ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ତ୍ୱରାନ୍ବିତ କରି ଶୀଘ୍ର ସମାପନ କରିବା ପାଇଁ ଚିଠିରେ ମୁଖ୍ୟ ପ୍ରଶାସକ ଉଲ୍ଲେଖ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗୁରୁତ୍ୱ ଦୃଷ୍ଟିରୁ ଏହି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେବାକୁ ଡ. ପାଢୀ ଏଏସ୍‌ଆଇକୁ ଅନୁରୋଧ କରିଛନ୍ତି। ସେହିପରି ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ତଦାରଖ ଏଏସ୍‌ଆଇ ଉପମହାନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀର ଅଧିକାରୀଙ୍କ ଦ୍ୱାରା କରାଯିବାକୁ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି।
ଅରୁଣସ୍ତମ୍ଭ ନିକଟରେ ଖଣ୍ଡୋଲାଇଟ୍‌ ପଥର ବଦଳ ଏବଂ ଅଦ୍ୟାବଧି ରତ୍ନଭଣ୍ଡାରର ସଂରକ୍ଷଣ ଆଦି କାର୍ଯ୍ୟ ପାଇଁ ଏଏସ୍‌ଆଇକୁ ଧନ୍ୟବାଦ ଜ୍ଞାପନ କରିବା ସହ ମୁଖ୍ୟ ପ୍ରଶାସକ ୩ଟି ବିନ୍ଦୁ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଆକର୍ଷଣ କରିଛନ୍ତି। ଯଥା-ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ଶ୍ରୀମନ୍ଦିର ଉତ୍ତରଦ୍ୱାରଠାରେ ର଼୍ୟାମ୍ପ ନିର୍ମାଣ ଏଏସ୍‌ଆଇ ପରାମର୍ଶ ତଥା ମାର୍ଗଦର୍ଶନରେ ଶେଷ ହୋଇଛି। ଏଏସ୍‌ଆଇ ନିର୍ଦ୍ଦେଶକ (ସଂରକ୍ଷଣ)ଙ୍କ ଅନୁଧ୍ୟାନ ପରେ ନାଟମଣ୍ଡପକୁ ବାତାନୁକୁଳିତ କରାଯିବା ନେଇ ପରିବର୍ତ୍ତିତ ଡିଜାଇନ ଦାଖଲ କରାଯିବା ସହ ଏଏସ୍‌ଆଇର ସହମତି ପ୍ରଦାନ ପାଇଁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ଓ ବେଢାରେ ଥିବା ପାଶର୍‌ବମନ୍ଦିରଗୁଡ଼ିକର ସୁନ୍ଦର ଭାବେ ଆଲୋକୀକରଣ ସକାଶେ ଏଏସ୍‌ଆଇ ପରାମର୍ଶଦାତାଙ୍କ ସହ ଆଲୋଚନା ହୋଇଛି। ବିସ୍ତୃତ ରିପୋର୍ଟ ପାଇବା ପରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଦର୍ଶାଯାଇଛି। ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ପାଇଁ ଏଏସ୍‌ଆଇର ସହଯୋଗ କାମନା କରିବା ସହ ଅନୁରୋଧ କରାଯାଇଥିବା ସହ ସମସ୍ତ କାର୍ଯ୍ୟ ଗୁରୁତ୍ୱକୁ ଉପଲବ୍ଧି କରି ଧାର୍ଯ୍ୟ ସମୟସୀମା ଭିତରେ ସାରିବାକୁ ପତ୍ରରେ ଉଲ୍ଲେଖ କରାଯାଇଛି। ଏନେଇ ଡ. ପାଢୀ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ଯେଉଁ ପତ୍ର ଲେଖାଯାଇଛି, ସେଥିରେ ସ୍ପଷ୍ଟ ଭାବେ କୁହାଯାଇଛି କି ରଥଯାତ୍ରା ପରଦିନ ଅର୍ଥାତ ୨୮ ତାରିଖଠାରୁ ଜୁଲାଇ ୬ ପର୍ଯ୍ୟନ୍ତ ସମୟ ମିଳୁଛି। ତେଣୁ ଏହି କମ୍‌ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସମସ୍ତ ଜିନିଷ ଓ କାରିଗର ଆଗୁଆ ରଖିବା ସହ କାର୍ଯ୍ୟ କରିବେ। ମୁଖ୍ୟତଃ ଭିତର ରତ୍ନଭଣ୍ଡାର କାର୍ଯ୍ୟ ଶେଷ ହୋଇଛି, ଖାଲି ଚଟାଣ ପଡ଼ିବ। ବାହାର ରତ୍ନଭଣ୍ଡାର ଯାହା କାର୍ଯ୍ୟ ବାକି ଅଛି, ତୁରନ୍ତ ମରାମତି ଓ ସଂରକ୍ଷଣ କରିବାକୁ କୁହାଯାଇଛି। ସେହିପରି ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ସହ ପାର୍ଶ୍ୱଦେବଦେବୀ ମନ୍ଦିରର ଆଲୋକୀକରଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ଯେଉଁ ଫ୍ଲଡ୍‌ଲାଇଟ ସାହାଯ୍ୟରେ ଆଲୋକୀକରଣ କରାଯାଉଛି, ତାହାର ଆହୁରି ଅଧିକ ଉନ୍ନତୀକରଣ କରାଯିବ। ଫଳରେ ବହୁ ଦୂରରୁ ଶ୍ରୀମନ୍ଦିର ଅଧିକ ଆକର୍ଷଣୀୟ ଓ ସୁନ୍ଦର ଦେଖାଯିବ। ତେଣୁ କାର୍ଯ୍ୟ କରିବାକୁ କୁହାଯାଇଛି। ସେହିପରି ନାଟମଣ୍ଡପରେ ଏସି ବ୍ୟବସ୍ଥା ନେଇ ଯେଉଁ କାର୍ଯ୍ୟ କରାଯିବ, ସେ ନେଇ ତାଙ୍କଠାରୁ ଅନୁମତି ପାଇଁ କୁହାଯାଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri