ଦାରିଙ୍ଗବାଡିର ହୋଟେଲ, ରେଷ୍ଟୁରାଣ୍ଟରେ ଚଢ଼ାଉ: ଜରିମାନା ଆଦାୟ

ଦାରିଙ୍ଗବାଡି,୧୮।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ସୋମବାର ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। କନ୍ଧମାଳ ଜଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢଙ୍କ ନେତୃତ୍ୱରେ ବିଭାଗୀୟ ଟିମ୍‌ ସମେତ ଦାରିଙ୍ଗବାଡି ପୋଲିସ ଅଧିକାରୀ ସୁବାଷ ଚନ୍ଦ୍ର ବାୟକ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।

ଚଢାଉ ବେଳେ ଅଧିକାରୀମାନେ ଏକାଧିକ ହୋଟେଲର ଲାଇସନ୍ସ ନ ଥିବା ଜାଣିବାକୁ ପାଇଛନ୍ତି। ଏପରିକି ହୋଟଲରେ ଥିବା ବାସିଖାଦ୍ୟକୁ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି। ଏଥିସହ ହୋଟେଲ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନି ଦିଆଯାଇଛି। ଖବର ଲେଖିବା ସୁଦ୍ଧା ଏହି ଚଢ଼ାଉ ଜାରି ରହିଛି।

ପ୍ରକାଶ ଯେ, ଦାରିଙ୍ଗବାଡିକୁ ଏବେ ବିଭିନ୍ନ ଜିଲା ତଥା ରାଜ୍ୟରୁ ଶୀତର ମଜା ନେବା ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଏପରିକି ପର୍ଯ୍ୟଟକମାନେ ବଣଭୋଜି କରି ମଜା ନେଉଛନ୍ତି। କିଛି ପର୍ଯ୍ୟଟକ ସ୍ଥାନୀୟ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ନିର୍ଭର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟକଙ୍କ ଖାଦ୍ୟ ନିରାପତ୍ତା, ସାମାଜିକ ସୁରକ୍ଷା ଓ ମୌଳିକ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ପର୍ଯ୍ୟଟକମାନେ ରାତି ଯାପନ କରୁଥିବା ଲଜ୍‌ଗୁଡିକୁ ବାରମ୍ବାର ଯାଞ୍ଚ କରାଯାଉଛି। ପର୍ଯ୍ୟଟକମାନେ କିଭଳି ସୁରକ୍ଷିତ ଖାଦ୍ୟ ପାଇବେ ଓ ସ୍ବଚ୍ଛତା, ଗୁଣବତ୍ତା ଖାଦ୍ୟ ପାଇବେ ଏନେଇ ଏହି ଚଢ଼ାଉ କରାଯାଉଥିବା ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri